୮୧ କେନ୍ଦ୍ରରେ ପରୀକ୍ଷା ଦେବେ ୧୫ ହଜାର ଛାତ୍ରୀଛାତ୍ର

ଜଗତ୍‌ସିଂହପୁର ଅଫିସ୍‌,୫ା୨: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତା ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ରେ ଶେଷହେବ। ଏନେଇ ଜିଲା ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଚଳିତବର୍ଷ ଜଗତ୍‌ସିଂହପୁର ଜିଲାର ୨୯୪ ଉଚ୍ଚ ବିଦ୍ୟାଳୟରୁ ମୋଟ ୧୫,୩୨୪ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେବେ। ଏଥିପାଇଁ ୮୧ ପରୀକ୍ଷା କେନ୍ଦ୍ର କରାଯାଇଛି। ପ୍ରଶ୍ନପତ୍ର ସୁରକ୍ଷିତ ରଖିବା ପାଇଁ ୮ ନୋଡାଲ କେନ୍ଦ୍ର କରାଯାଇଛି। ଏଥର ବିଭିନ୍ନ ବିଷୟରେ ଥିବା ଅବ୍‌ଜେକ୍ଟିଭ୍‌ର ଉତ୍ତର ଆଉ ଗୋଲ ବୁଲାଇ ଦେବାକୁ ପଡିବ ନାହିଁ। ସବୁ ସବ୍‌ଜେକ୍ଟିଭ୍‌ ହୋଇଛି। ଅର୍ଥାତ୍‌ ଗୋଲ ବଦଳରେ ନିର୍ଦ୍ଦିଷ୍ଟ ଉତ୍ତର ଲେଖିବାକୁ ପଡିବ। ପରୀକ୍ଷାର୍ଥୀ, ଶିକ୍ଷୟିତ୍ରୀ, ଶିକ୍ଷକ କିମ୍ବା ବିଦ୍ୟାଳୟର କୌଣସି କର୍ମଚାରୀ କେନ୍ଦ୍ରରେ ମୋବାଇଲ ଫୋନ୍‌ ବ୍ୟବହାର କରିବା ଉପରେ ଅଙ୍କୁଶ ଲଗାଯାଇଛି। କେବଳ କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ ଜରୁରୀ କଲ୍‌ ଗ୍ରହଣ କରିବା ପାଇଁ ସୁଯୋଗ ଅଛି। ତାହା ପୁଣି କେବଳ କାର୍ଯ୍ୟାଳୟରେ। କେନ୍ଦ୍ରରେ ଯଦି କେହି ବିଶୃଙ୍ଖଳା ପ୍ରଦର୍ଶନ କରନ୍ତି ତେବେ ୧୯୮୮ ପରୀକ୍ଷା ପରିଚାଳନା ଅଧିନିୟମ ବଳରେ ୩ ହଜାର ଟଙ୍କା ଜରିମାନା ଓ ୨ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ଜିଲା ଶିକ୍ଷା ଅଧିକାରୀ ପ୍ରତିଭା ମଞ୍ଜରୀ ଦାସ ସୂଚନା ଦେଇଛନ୍ତି।
ଜିଲା ଶିକ୍ଷା ବିଭାଗ ସୂଚନା ଅନୁଯାୟୀ, ଚଳିତବର୍ଷ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷାରେ ୧୫,୦୦୧ ଛାତ୍ରୀଛାତ୍ର ରେଗୁଲାର ଓ ୩୨୩ ଏକ୍ସ-ରେଗୁଲାର, ଏହିପରି ୧୫,୩୨୪ ଜଣ ପରୀକ୍ଷା ଦେବେ। ପତ୍ର ବିନିମୟ ପାଠ୍ୟକ୍ରମରେ ୪୨ ରେଗୁଲାର ଓ ୨ ଏକ୍ସ-ରେଗୁଲାର, ଏହିପରି ୪୪ଜଣ ପରୀକ୍ଷା ଦେବେ। ମଧ୍ୟମାରେ ୯୬ ଜଣ ପରୀକ୍ଷା ଦେବାର ସୁଯୋଗ ଥିବାବେଳେ ସେମାନଙ୍କ ମଧ୍ୟରେ ୯୦ ରେଗୁଲାର ଓ ୬ ଏକ୍ସ-ରୋଗୁଲାର ଛାତ୍ରୀଛାତ୍ର ଅଛନ୍ତି। ଅନୁରୂପ ଭାବେ ରାଜ୍ୟ ମୁକ୍ତ ବିଦ୍ୟାଳୟ(ଏସ୍‌ଓଏସ୍‌ଇ)ରେ ୧୯୫ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରୁ ୯୪ ରେଗୁଲାର ଓ ୯୯ ଏକ୍ସ-ରୋଗୁଲାର ବୋଲି ଜଣାଯାଇଛି। ଜିଲାରେ ରେଗୁଲାର ଛାତ୍ରୀଛାତ୍ରଙ୍କ ପାଇଁ ୭୮ କେନ୍ଦ୍ର କରାଯାଇଥିବା ବେଳେ ମଧ୍ୟମାରେ ୧ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ୨ଟି ରହିଛି। ୮ ନୋଡାଲ କେନ୍ଦ୍ରରେ ଯେପରି ପ୍ରଶ୍ନପତ୍ର ସୁରକ୍ଷିତ ରହିବ ସେନେଇ ସିିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି। ଏଥିସହ କଡା ସୁରକ୍ଷା ବ୍ୟବସ୍ଥା କରାଯିବ। ସେଗୁଡିକ ହେଲା ବାଲିକୁଦା ଉଚ୍ଚ ବିଦ୍ୟାଳୟ, ନାଉଗାଁହାଟ ଉଚ୍ଚ ବିଦ୍ୟାଳୟ, ବିରିଡ଼ି ବ୍ଲକ ଚାନ୍ଦପୁରସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ, ଏରସମା ଉଚ୍ଚ ବିଦ୍ୟାଳୟ, ଜଗତ୍‌ସିଂହପୁରସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କୁଜଙ୍ଗ ବ୍ଲକର ବନବିହାରୀ ଉଚ୍ଚ ବିଦ୍ୟାଳୟ, ରଘୁନାଥପୁର ବ୍ଲକର ପୂର୍ଣ୍ଣଚନ୍ଦ୍ର ବିଦ୍ୟାମନ୍ଦିର ଓ ତିର୍ତ୍ତୋଲ ବ୍ଲକର ମଣିଚରଣ ସାରଳା ଏକାଡେମୀ। ଜିଲାପାଳ, ଏସ୍‌ପି, ଜିଲା ଶିକ୍ଷା ଅଧିକାରୀ ଓ ପରିଷଦ କେନ୍ଦ୍ରୀୟ ଜେନାର ଡେପୁଟି ସେକ୍ରେଟାରୀଙ୍କୁ ନେଇ ଗଠିତ ସେଣ୍ଟ୍ରାଲ ଟ୍ୟାଗିଂ ସେଣ୍ଟର ନିଷ୍ପତ୍ତିକ୍ରମେ ଏହି ବିଦ୍ୟାଳୟଗୁଡିକୁ ନୋଡାଲ କେନ୍ଦ୍ର କରାଯାଇଛି। ପ୍ରଶ୍ନପତ୍ର ପରୀକ୍ଷା ଦିନ ସକାଳେ କେନ୍ଦ୍ରରେ ସୁରକ୍ଷିତଭାବେ ପହଞ୍ଚାଯିବା ପାଇଁ ଡେସପାଚ୍‌ ଟିମ୍‌ ଗଠନ କରାଯାଇଛି। ପ୍ରତି ନୋଡାଲ କେନ୍ଦ୍ରରୁ ୩ଜଣିଆ ଏକ ଡେସପାଚ୍‌ ଟିମ୍‌ (୨ ଶିକ୍ଷକ, ୧ ବନ୍ଧୁକଧାରୀ) ପ୍ରଶ୍ନପତ୍ର ନେଇ କେନ୍ଦ୍ରରେ ପହଞ୍ଚାଇବେ। ଏବର୍ଷ ପାଖାପାଖି ୩୦ଟି କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିବା ପାଇଁ ଚିନ୍ତା କରାଯାଇଛି। ପରୀକ୍ଷା ସୁପରିଚାଳନା ପାଇଁ ଜିଲା ଶିକ୍ଷା ଅଧିକାରୀଙ୍କ ନେତୃତ୍ୱରେ ୨ଟି ସ୍କ୍ବାଡ୍‌ ଗଠନ କରାଯାଇଛି। ଏହାବାଦ୍‌ ପରିଷଦ କେନ୍ଦ୍ରୀୟ ଜୋନ ପକ୍ଷରୁ ୧ଟି ସ୍କ୍ବାଡ୍‌ ରହିଛି। ଜିଲାର ସମସ୍ତ ବିଡିଓ, ତହସିଲଦାରଙ୍କୁ ଅଚାନକ ପରୀକ୍ଷା କେନ୍ଦ୍ର ପରିଦର୍ଶନ ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳ, ଏସ୍‌ପି, ଅତିରିକ୍ତ ଜିଲାପାଳ, ଉପ ଜିଲାପାଳ ପ୍ରମୁଖ ଚାହିଁଲେ ଯେ କୌଣସି କେନ୍ଦ୍ର ପରିଦର୍ଶନ କରିପାରିବେ ବୋଲି ନିଷ୍ପତ୍ତି ହୋଇଛି। ପ୍ରତି କେନ୍ଦ୍ରରେ ଜଣେ ସୁପରିଣ୍ଟେଣ୍ଡେଣ୍ଟ ଓ ଜଣେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ରହିବେ। ଯେଉଁ ବିଦ୍ୟାଳୟରେ ୨୫୦ରୁ ଅଧିକ ପରୀକ୍ଷାର୍ଥୀ ସେଠାରେ ୧ ସୁପରିଣ୍ଟେଣ୍ଡେଣ୍ଟ ଓ ୨ ଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ରହିବା ବ୍ୟବସ୍ଥା ହୋଇଛି। ପ୍ରତି ୨୫ ପିଲାରେ ଜଣେ ପରୀକ୍ଷା ନିୟନ୍ତ୍ରକ (ଇନ୍‌ଭିଜିଲେଟର୍‌) ରହିବେ। ୫୦ ପିଲା ଥିଲେ ଜଣେ ରୋଭର ଓ ୧୦୦ରେ ଜଣେ ରିଲିଭର୍‌ ନିଯୁକ୍ତ ହେବେ। ପ୍ରତି ପରୀକ୍ଷା କେନ୍ଦ୍ରରେ ବିଦ୍ୟୁତ୍‌, ପାଣି ଓ ପରିଶ୍ରାଗାର ସୁବ୍ୟବସ୍ଥିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବିଶେଷକରି ପାୱାର କଟ୍‌ ରୋକିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେସୁ ନିର୍ବାହୀ ଯନ୍ତ୍ରୀଙ୍କୁ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ସବୁ ସମ୍ପର୍କ ଛିନ୍ନ କଲେ ପୂର୍ବତନ ବିଧାୟକ

ଠାକୁରମୁଣ୍ଡା,୩୦।୪(ତାରାକାନ୍ତ ପଟ୍ଟନାୟକ): ମୟୁରଭଞ୍ଜ ଜିଲା କରଞ୍ଜିଆ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଟିକେଟ ଆଶାୟୀ ଥିବା ପୂର୍ବତନ ବିଧାୟକ ବିଜୟ କୁମାର ନାଏକ ବିଜେଡିରୁ ଇସ୍ତଫା ଦେବା...

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର ): ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏପରିକି ମା’ଙ୍କ ନିକଟରେ...

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ନିଶ୍ଚିତ ଯେ…

ଭୁବନେଶ୍ୱର,୩୦।୪: ସମ୍ବଲପୁର ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ କର୍ମୀ ଓ ହଜାର...

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

କଣ୍ଟେନରରେ ଲାଗିଲା ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

କଟକ, ୩୦।୦୪ (କାର୍ତ୍ତିକ ସାହୁ): ଜଗତପୁର ଥାନା ଅନ୍ତର୍ଗତ ନଜରପୁରଠାରେ ଥିବା ଶ୍ରମିକ ମାନଙ୍କର ରହିବା ପାଇଁ ଛ’ଟି କଣ୍ଟେନରରେ ସୋମବାର ବିଳମ୍ବିତ ରାତି ପ୍ରାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri