ଜର୍ଜିଆରେ ଚମକିଲେ ଓଡ଼ିଆ କୁନିଝିଅ

ପୁରୀ ଅଫିସ, ୪ା୨: ପୁଣି ଜଣେ ଓଡ଼ିଆ ଅନ୍ତର୍ଜତୀୟସ୍ତରରେ ସଫଳତା ସାଉଣ୍ଟିଛନ୍ତି। ଜର୍ଜିଆରେ ଅନୁଷ୍ଠିତ ୱାଲର୍‌ଡ ରାଇଜିଂ ଷ୍ଟାର-୨୦୨୦ରେ ୧୨ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ବେଷ୍ଟ ନ୍ୟାଶନାଲ କଷ୍ଟ୍ୟୁମ ଏବଂ ଟପ୍‌ ମଡେଲର ମୁକୁଟ ପିନ୍ଧିଛନ୍ତି ପୁରୀର ୫ବର୍ଷୀୟା ଝିଅ ଦିବ୍ୟଶ୍ରୀ। ଆଉ ସବୁଠୁ ଖୁସିର କଥା ହେଉଛି, ଦିବ୍ୟଶ୍ରୀଙ୍କ ପାଇଁ ଭାରତ ପ୍ରଥମଥର ଲାଗି ଏହି ଅନ୍ତର୍ଜାତୀୟ ପୁରସ୍କାର ପାଇଛି। ର଼୍ୟାମ୍ପ ଶୋ’ରେ ଅନ୍ତର୍ଜାତୀୟସ୍ତରରେ ରେକର୍ଡ ହାସଲ ପାଇଁ ଆଶା ବାନ୍ଧିଥିବା ଦିବ୍ୟଶ୍ରୀଙ୍କ ପରିବାର ଝିଅର ଏହି ସଫଳତାକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ପୁରୀ ମାର୍କଣ୍ଡେଶ୍ୱର ସାହିର ଦେବାଶିଷ ବେହେରା ଓ ଦେବୀ ଗୁହାଙ୍କ ୫ବର୍ଷର ଝିଅ ଦିବ୍ୟଶ୍ରୀ। ମା’ ଓ ବାପାଙ୍କ ନାମକୁ ନେଇ ତାଙ୍କ ନାମ ରହିଛି ଦିବ୍ୟଶ୍ରୀ ଦେବାଶିଷ ବେହେରା। ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଦିବ୍ୟଶ୍ରୀଙ୍କର ମାତ୍ର ଅଢେଇ ବର୍ଷ ବୟସରୁ ମଡେଲିଂ ଏବଂ ଫ୍ୟାଶନ ଶୋ’ ପ୍ରତି ଦୁର୍ବଳତା ଥିଲା। ଝିଅର ଆଗ୍ରହକୁ ଦେଖି ପରିବାର ମଧ୍ୟ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେଲେ। ଭାରତର ବିଭିନ୍ନ ସ୍ଥାନରେ ହେଉଥିବା ଜାତୀୟସ୍ତରୀୟ ଫ୍ୟାଶନ ଶୋ’ରେ ଭାଗ ନେଇ ବେଶ୍‌ ସଫଳତା ପାଇଥିଲେ ଦିବ୍ୟଶ୍ରୀ। ବିଶାଖାପାଟଣା ଓ ବାଙ୍ଗାଲୋରରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଫ୍ୟାଶନ ଶୋ’ରେ ତାଙ୍କ ସଫଳତା ଜର୍ଜିଆ ପାଇଁ ବାଟ ଫିଟାଇଥିଲା। ପରିବାରର ଅନିଚ୍ଛା ସତ୍ତ୍ବେ ଝିଅର ପ୍ରତିଭାକୁ ବିକଶିତ କରିବା ଲାଗି ସେମାନେ ଜର୍ଜିଆର ତିବିଲ୍‌ସେ ସହରରେ ପହଞ୍ଚତ୍ଥିଲେ। ଜାନୁୟାରୀ ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ସେଠାରେ ଆୟୋଜିତ ୱାଲର୍‌ଡ ରାଇଜିଂ ଷ୍ଟାର-୨୦୨୦ କଣ୍ଟେଷ୍ଟାଣ୍ଟରେ ଭାରତ ପକ୍ଷରୁ ୪ରୁ ୭ବର୍ଷ ବର୍ଗରେ ଭାଗନେଇ ଦେଶପାଇଁ ଗୌରବ ଆଣିଥିଲେ ଦିବ୍ୟଶ୍ରୀ। ଏହି ବର୍ଗରେ ୧୨ଟି ଦେଶର ପ୍ରତିଯୋଗୀଙ୍କୁ ସେ ପଛରେ ପକାଇ ବେଷ୍ଟ ନ୍ୟାଶନାଲ କଷ୍ଟ୍ୟୁମ୍‌ ସହିତ ଟପ୍‌ ମଡେଲର କ୍ରାଉନ ହାତେଇଥିଲେ। ଦିବ୍ୟଶ୍ରୀ ଏହି ଟ୍ୟାଲେଣ୍ଟ ଶୋ’ରେ ତାଙ୍କ କାଟେଗୋରିରେ ପ୍ରଥମ ସ୍ଥାନ ହାସଲ କରିଥିବାରୁ ୱାକ୍‌ ଫର ଇଣ୍ଟରନ୍ୟାଶନାଲ ଡିଜାଇନର୍ସ ବ୍ରାଣ୍ଡ ପକ୍ଷରୁ ଫାଇଭ୍‌ ଷ୍ଟାର ହୋଟେଲ ହିଲ୍‌ ଷ୍ଟେଶନରେ ରହିବା ପାଇଁ ତାଙ୍କ ପରିବାରକୁ ମିଳିଥିଲା ସ୍ବତନ୍ତ୍ର ଗିଫ୍ଟ ଭାଉଚର। ଦିବ୍ୟଶ୍ରୀଙ୍କ ମା, ବାପା ଉଭୟେ ବାଙ୍ଗାଲୋରରେ ଆଇଟି ସେକ୍ଟରରେ କାମ କରୁଥିବାବେଳେ ଝିଅକୁ ନେଇ ଅନେକ ସ୍ବପ୍ନ ଦେଖିଥିଲେ। ଛୋଟ ବୟସରୁ ମଡେଲିଂ ଏବଂ ଫ୍ୟାଶନ ଶୋ’ରେ ଭାଗ ନେବାକୁ ଝିଅ ବି ଆଗ୍ରହ ଦେଖାଇଛି। ତେଣୁ ଏହି ବାଟରେ ଝିଅକୁ ନେଇ ସେମାନେ ଦେଖିଥିବା ସ୍ବପ୍ନ ପୂରଣ ହୋଇପାରିବ ବୋଲି ମା’ ବାପା ଆଶା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri