୬୧ କଲେଜକୁ ଆର୍‌ଡିଇର ଜବାବତଲବ

ଯାଜପୁର ଅଫିସ,୩।୨: ସେଲ୍ଫ ଫାଇନାନ୍ସିଂ ସ୍କିମ ନାମରେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷାର ବ୍ୟବସାୟୀକରଣ ଯୋଗୁ ରାଜ୍ୟରେ ବହୁ ପ୍ରତିଷ୍ଠିତ ଘରୋଇ ଆବାସିକ ଡିଗ୍ରୀ କଲେଜଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ଠାରୁ ବେଆଇନ ଫି’ ଆଦାୟ ଚାଲିଛି। ଏନେଇ ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି)ରେ ମାମଲା ରୁଜୁ ହେବାପରେ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ(ଆର୍‌ଡିଇ) ଅଧୀନସ୍ଥ ୬୧ଟି ଘରୋଇ ଆବାସିକ କଲେଜର ଅଧ୍ୟକ୍ଷ/ପ୍ରିନ୍ସିପାଲଙ୍କୁ ଜବାବ ତଲବ କରାଯାଇଛି। ଏଥିମଧ୍ୟରୁ ଯାଜପୁର ଜିଲାର ୯ଟି ଆବାସିକ ଡିଗ୍ରୀ କଲେଜ ବେଆଇନ ଫି’ ଆଦାୟ କରୁଥିବା ଜଣାପଡ଼ିଛି।
ଉନ୍ନତମାନର ଭିତ୍ତିଭୂମି ଓ ଗୁଣାତ୍ମକ ଶିକ୍ଷା ଯୋଗୁ ଅନେକ ଘରୋଇ କଲେଜ ଛାତ୍ରୀଛାତ୍ର ଓ ଅଭିଭାବକଙ୍କୁ ଆକର୍ଷିତ କରିପାରିଛନ୍ତି। କିନ୍ତୁ ଏହି ବ୍ୟବସାୟୀକରଣକୁ ନିୟନ୍ତ୍ରଣ କରିବାରେ ସରକାରଙ୍କ ବିଫଳତା ଯୋଗୁ ବହୁ କୋଚିଂ ସେଣ୍ଟର କଲେଜ ଖୋଲିଛି। ଏପରି କି ଟ୍ୟୁଶନ ସାର କଲେଜ ମାଲିକ ମଧ୍ୟ ସାଜିଛନ୍ତି। ଅନେକ କଲେଜକୁ ଆବଶ୍ୟକ ଭିତ୍ତିଭୂମି ଅଭାବ ସତ୍ତ୍ବେ ସ୍ବୀକୃତି ମିଳିଛି। ଏହି କ୍ରମରେ ସଂସ୍କୃତ ମହାବିଦ୍ୟାଳୟଠାରୁ ଆରମ୍ଭ କରି ଆବାସିକ ଡିଗ୍ରୀ କଲେଜଗୁଡ଼ିକୁ ଯାଜପୁର ଜିଲାରେ ଅହେତୁକ ଅନୁକମ୍ପା ଦେଖାଯାଇଛି। ସରକାରୀ ନୀତିନିୟମକୁ ଜଳାଞ୍ଜଳି ଦିଆଯାଇ କିଛି କଲେଜକୁ ଅନୁମତି ଦିଆଯାଇଛି। ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ, ଭୁବନେଶ୍ୱରଙ୍କ ଅଧୀନରେ ଥିବା ଯାଜପୁର ଜିଲାରେ ୨୦ରୁ ଊର୍ଦ୍ଧ୍ୱ ବେସରକାରୀ ଅନୁଦାନପ୍ରାପ୍ତ ଯୁକ୍ତ ୩ କଲେଜ ରହିଛି। ଜିଲାର କୌଣସି ଘରୋଇ କଲେଜ ଓଡ଼ିଶା ଏଜୁକେଶନ ଆକ୍ଟ ଆଣ୍ଡ ରୁଲ୍ସ ଅନୁସାରେ ଆବଶ୍ୟକ ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଛନ୍ତି। ଯେନତେନ ପ୍ରକାରେ ପରିଚାଳନା କମିଟି ଗଠନ ଏବଂ ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରି ଅନୁମତି ହାତେଇଥିବା ନଜିର ରହିଛି। ଅପରପକ୍ଷରେ କଲେଜର ବିଲ୍‌ଡିଂ, ଖେଳପଡ଼ିଆ, ଲ୍ୟାବ ଆଦି ଆନୁଷଙ୍ଗିକ ଭିତ୍ତିଭୂମି ପୂରଣ କରିବାକୁ ଛାତ୍ରୀଛାତ୍ରଙ୍କ ଉପରେ ବୋଝ ଲଦି ବେଆଇନ ଭାବେ ଫି’ ଆଦାୟ କରାଯାଉଛି। ଛାତ୍ରୀଛାତ୍ର ପିଛା ବାର୍ଷିକ ଲକ୍ଷାଧିକ ଟଙ୍କା ଅସୁଲି ହେଉଥିବା ଅଭିଯୋଗ ହେଉଛି। ଏସଂକ୍ରାନ୍ତରେ ଏନ୍‌ଏଚ୍‌ଆର୍‌ସିରେ ମାମଲା ରୁଜୁ ହେବାପରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ତପତ୍ରତା ପ୍ରକାଶ କରିଛି। ଏନେଇ ୨୬ା୧୧ା୨୦୧୯ ତାରିଖରୁ ଏପର୍ଯ୍ୟନ୍ତ ୪ଥର ସମ୍ପୃକ୍ତ କଲେଜଗୁଡ଼ିକୁ ନୋଟିସ ହୋଇ ସାରିଛି। ଏଥିରେ ଯାଜପୁର ଜିଲାର ୯ଟି କଲେଜ ସମେତ ଅନୁଗୋଳ ଜିଲାର ୨, କଟକ ଜିଲାର ୭, ଢେଙ୍କାନାଳ ଜିଲାର ୨, କେନ୍ଦ୍ରାପଡ଼ା ଜିଲାର ୩, ଖୋର୍ଦ୍ଧା ଜିଲାର ୨୫, ନୟାଗଡ ଜିଲାର ୨ଟି ଏବଂ ପୁରୀ ଜିଲାର ୧୧ଟି କଲେଜ ରହିଛି। ନିକଟରେ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ତାଙ୍କ ପତ୍ରସଂଖ୍ୟା ୧୨୨୫/୨୭ା୧ା୨୦୨୦ରେ ଉପରୋକ୍ତ କଲେଜର ଅଧ୍ୟକ୍ଷ ଓ ପ୍ରିନ୍ସିପାଲଙ୍କୁ ଏନ୍‌ଏଚ୍‌ଆର୍‌ସି ମାମଲା ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ପତ୍ରସଂଖ୍ୟା ୨୬୮୪୬/ଏଚ୍‌ଇ/୨୬ା୧୧ା୨୦୧୯, ୧୦୫୫୦/ଆର୍‌ଡିଇ/୨୮ା୧୧ା୨୦୧୯ ଓ ୧୧୨୧୪/୧୧ା୧୨ା୨୦୧୯, ୨୧୩/ଆରଡିଇ/୬ା୧ା୨୦୨୦ରେ ସଂପୃକ୍ତ କଲେଜ ଅଧ୍ୟକ୍ଷ ଓ ପ୍ରିନ୍ସିପାଲମାନଙ୍କୁ ଜବାବ ତଲବ କରାଯାଇଥିଲା। ତେବେ ସମସ୍ତ ୬୧ଟି କଲେଜରୁ କୌଣସି ଉତ୍ତର ନ ମିଳିବାରୁ ପୁଣି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଗତ ୨୭ତାରିଖ ପତ୍ରରେ ଉଦ୍‌ବେଗ ପ୍ରକାଶ କରିବା ସହିତ ତୁରନ୍ତ ଜବାବ ରଖି ନ ପାରିଲେ ଆଇନ ଅନୁଯାୟୀ ମାନ୍ୟତା ଫେରାଇନେବାକୁ ଚେତାବନୀ ଦେଇଛନ୍ତି। ତେବେ ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷ ଏଯାଏ ଜବାବ ତଲବ କରିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ମିଥୁନ ରାଶି ସମେତ ଏହି ରାଶି ଉପରେ ରହିବ ଗଣେଷଙ୍କ କୃପା, ଖୋଲିବ ଭାଗ୍ୟ

କୁମ୍ଭ ରାଶିରେ ଚନ୍ଦ୍ର ନୂତନ ଚିନ୍ତାଧାରା, ଅଭିନବ ନିଷ୍ପତ୍ତି ଏବଂ ସାମୂହିକ ମଙ୍ଗଳ ଉପରେ ଧ୍ୟାନ ଦେବାକୁ ଇଙ୍ଗିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଓଡ଼ିଶାରେ ‘ବଙ୍ଗଳାଦେଶୀ’ ସନ୍ଦେହରେ ବଙ୍ଗୀୟ ଶ୍ରମିକଙ୍କୁ ପିଟିପିଟି ହତ୍ୟା, ୬ ଅଭିଯୁକ୍ତ ଗିରଫ

ସମ୍ବଲପୁର,୨୬।୧୨(ପ୍ରମୋଦ ବହିଦାର): ସମ୍ବଲପୁରର ଦାନିପାଲିଠାରେ ‘ବଙ୍ଗଳାଦେଶୀ’ ସନ୍ଦେହ କରି ପଶ୍ଚିମବଙ୍ଗର ଶ୍ରମିକ ଶେଖ୍ ଜୁଏଲ୍ (୨୨)ଙ୍କୁ ପିଟିପିଟି ହତ୍ୟା ଘଟଣାରେ ପୋଲିସ ଗୁରୁବାର ୬ ଜଣ...

ଆଜିଠାରୁ ମହଙ୍ଗା ହେବ ଟ୍ରେନ ଯାତ୍ରା, ୨୧୫ କିମି ମଧ୍ୟରେ ଯାତ୍ରା କରୁଥିଲେ ଭଡା….

ନୂଆଦିଲ୍ଲୀ,୨୬।୧୨: ଆଜି, ଶୁକ୍ରବାର ଠାରୁ ଟ୍ରେନ ଯାତ୍ରା ମହଙ୍ଗା ହୋଇଯାଇଛି। ରେଳ ମନ୍ତ୍ରଣାଳୟ ଭଡା ବୃଦ୍ଧି ଘୋଷଣା କରିଛି, ଯାହା ଆଜି ଠାରୁ ଲାଗୁ ହେବ...

ISIS ଆତଙ୍କବାଦୀ ଆଡ୍ଡା ଉପରେ ଟ୍ରମ୍ପଙ୍କ ଆକ୍ରମଣ, ମୃତ ଆତଙ୍କୀଙ୍କୁ ବଡଦିନର ଦେଲେ ଶୁଭେଚ୍ଛା

ନୂଆଦିଲ୍ଲୀ,୨୬।୧୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଉତ୍ତର-ପଶ୍ଚିମ ନାଇଜେରିଆରେ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ସଂଗଠନ ବିରୁଦ୍ଧରେ ଏକ ଘାତକ ଆକ୍ରମଣ ଆରମ୍ଭ କରିଛନ୍ତି। ଟ୍ରୁଥ୍ ସୋସିଆଲ...

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri