Posted inଫୁରସତ

ନିଜ ଗାତରେ ନିଜେ

ମହିଳା ଜଣକ କାନ୍ଦୁଥିଲେ। ଲୁହ ତାଙ୍କ ବନ୍ଧବାଡ଼ ମାନୁ ନ ଥିଲା। ଆଉ କହୁଥିଲେ ଯେ, ମୋର ଆଉ ବେଶିଦିନ ବଞ୍ଚତ୍ବାର ନାହିଁ। ଈଶ୍ୱର ମୋ କପାଳକୁ ପୋଡ଼ି ଦେଇଛନ୍ତି। ମୋ ଓଭାରିକୁ କର୍କଟ ରୋଗ ଗ୍ରାସ କରି ସାରିଲାଣି। ତିନି ପର୍ଯ୍ୟାୟ ଯାଇ ଏବେ ଚାରିନମ୍ବର ଅର୍ଥାତ୍‌ ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚତ୍ଛି। ମୁଁ ପ୍ରତିଦିନ ରାତିରେ ବିଛଣାକୁ ଯାଉଛି। ହେଲେ ଏଇଆ ଭାବି ଶୋଉଛି ଯେ, କାଳେ ଏଇଟା ମୋର ଶେଷ ରାତି। ଏଇ ରାତିରେ ମୁଁ ଶେଷ ନିଃଶ୍ୱାସ ତ୍ୟାଗ କରିବି। ଏ ରାତି ମୋ ପାଇଁ ଆଉ ପାହିବ ନାହିଁ। କହିବା ବାହୁଲ୍ୟ, ରୋଦନ କରୁଥିବା ଏହି ମହିଳା ଜଣକ ହେଉଛନ୍ତି ୪୨ବର୍ଷ ବୟସ୍କା ଭର୍ଜିନିଆ ମହିଳା ମାର୍ଥା ନିକୋଲାସ୍‌। ସମସ୍ତେ ଭାବୁଥିବେ ଯେ, ମାର୍ଥା ଯାହା କହୁଛନ୍ତି ସତ କହୁଛନ୍ତି। ମାତ୍ର ନା, ସେ ଡାହା ମିଛ ହିଁ କହୁଥିଲେ। ମିଛ କହୁ ନ ଥିଲେ ତ ଓଲଟି ନିଜ ପାଇଁ ନିଜେ ଗାତ ଖୋଳୁଥିଲେ। କେମିତି ପରିଶ୍ରମ ନ କରି ଅର୍ଥ ରୋଜଗାର କରିବେ ସେଇ କଥା ମାର୍ଥାଙ୍କ ମୁଣ୍ଡରେ ପଶିଲା। ମାର୍ଥା ଘୋଷଣା କରିଦେଲେ ଯେ, ତାଙ୍କୁ ‘ଓଭାରିଆନ୍‌ କ୍ୟାନସର’ ହୋଇଛି। ରୋଗ ଫୋର୍ଥ ଷ୍ଟେଜ୍‌ରେ ପହଞ୍ଚତ୍ଲାଣି। ଡାକ୍ତରଖାନାରେ ବି ଆଡ୍‌ମିଶନ୍‌ ନେଲେ। ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଆରମ୍ଭ ହେଲା। ବାସ୍ତବରେ ତାଙ୍କର ସତସତିକା ଚିକିତ୍ସା ହେଉ ନ ଥିଲା। ଓଲଟି ଡାକ୍ତରମାନେ ତାଙ୍କର ମିଛିମିଛିକା ଟ୍ରିଟ୍‌ମେଣ୍ଟ କରୁଥିଲେ। ମାର୍ଥାଙ୍କ ସହିତ କିଛି ଡାକ୍ତର ବି ଏହି ଘଟଣାରେ ସଂଶ୍ଳିଷ୍ଟ ଥିଲେ। ମାର୍ଥାଙ୍କର ଖବର ପ୍ରକାଶ ପାଇଲା। ଆଉ ବଦାନ୍ୟ ଲୋକଙ୍କଠାରୁ ଅର୍ଥର ସୁଅ ଛୁଟିଲା। ଏହିଭଳି ଭାବରେ ସେ ପାଖାପାଖି ୯ଲକ୍ଷ ଡଲାର ହାସଲ କରିନେଲେ। ତେବେ କଥାରେ କହନ୍ତି, ଠକେଇରେ ଆସିଥିବା ଧନ ହଜମ ହୁଏନି। ଓଲଟି ତାହା ନିଅଁା ପାଲଟି ଜୀବନକୁ ଜାଳିିଦିଏ। ମାର୍ଥାଙ୍କ କେସ୍‌ରେ ସେମିତି ଘଟିଲା। ମେଡିକାଲରେ ରହି ସେ ଅୟସ୍‌ କରୁଥିଲେ। ଲୋକଙ୍କଠାରୁ ଆସୁଥିବା ଅର୍ଥରେ ଜୀବନକୁ ଉପଭୋଗ କରୁଥିଲେ। ହେଲେ ସମ୍ଭବତଃ ଦିନେ ତାଙ୍କ ମସ୍ତିଷ୍କର ସନ୍ତୁଳନ ବିଗିଡ଼ିଗଲା। ତାଙ୍କୁ ଲାଗିଲା ସେ ସତସତିକା କ୍ୟାନ୍‌ସରରେ ପୀଡ଼ିତା। ସତକୁସତ ତାଙ୍କର ଓଭାରିରେ କ୍ୟାନସର ହୋଇଯାଇଛି। ସେ ଆଉ ବଞ୍ଚତ୍ବେନି। ଏହା ପରେ ସେ ପ୍ରଳାପ କରିବାକୁ ଲାଗିଲେ। ଚିକିତ୍ସାରେ ଅର୍ଥ ଖର୍ଚ୍ଚ କରୁଥିବା ଲୋକମାନେ ମଧ୍ୟ ତାଙ୍କର ପ୍ରଳାପକୁ ଦେଖି ଆଚମ୍ବିତ ହେଲେ। ପ୍ରଳାପ କରୁ କରୁ ସତକଥା ପ୍ରକାଶ କରିଦେଲେ ମାର୍ଥା। କଥା ପୋଲିସ୍‌ ଯାଏ ଗଲା। ସେ ଗିରଫ ହେଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri