ପାରାଦୀପରେ କାଉ ମଡ଼କ ଜାରି, ବାର୍ଡ ଫ୍ଲୁ ସନ୍ଦେହ

ପାରାଦୀପ, ୩୦ା୧(ସ୍ବ.ପ୍ର.): ପାରାଦୀପରେ ଗତ ଜାନୁୟାରୀ ୩ରୁ କାଉମଡ଼କ ଜାରି ରହିଥିଲେ ସୁଦ୍ଧା ଏ କ୍ଷେତ୍ରରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ଏପରି କି ପ୍ରାଣୀଧନ ଚିକିତ୍ସା ବିଭାଗ ପକ୍ଷରୁ ଗତ ୪ ତାରିଖରୁ କାଉର ଲାଳ ନମୁନା ପରୀକ୍ଷା ପାଇଁ ଭୋପାଳ ଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ମରିବାର କାରଣ ସମ୍ପର୍କରେ ରିପୋର୍ଟ ଆସିନାହିଁ ବୋଲି ପ୍ରାଣୀଧନ ଚିକିତ୍ସା ବିଭାଗ ପକ୍ଷରୁ କୁହାଯାଇଛି। ଅପରପକ୍ଷେ ପାରାଦୀପ ଓ ଏହାର ଆଖପାଖ ଅଞ୍ଚଳରେ କୁକୁଡ଼ା ମାଂସ ବିକ୍ରି ଅବାଧରେ ଚାଲିଛି ଏବଂ ଘରେ-ହୋଟେଲରେ ଲୋକେ କୁକୁଡ଼ା ମାଂସ ଓ ଅଣ୍ଡା ଖାଉଛନ୍ତି।
ପାରାଦୀପ ବନ୍ଦରରେ ବିଶ୍ୱର ଅନେକ ଦେଶରୁ ପଣ୍ୟବାହୀ ଜାହାଜ ଲାଗୁଛି। ସେଥିରେ ପ୍ରାୟତଃ ବିଦେଶୀ ନାବିକମାନେ ଆସୁଛନ୍ତି। କରୋନା ଭାଇରସ ପାଇଁ ସରକାରୀ ଭାବେ କଟକଣା ଲାଗୁ ହେବା ପରେ ବନ୍ଦର କର୍ତ୍ତୃପକ୍ଷ ମଧ୍ୟ କେତେକ କଠୋର କଟକଣା ଲଗାଇଛନ୍ତି। ବିଶେଷକରି ଏସିଆ ମହାଦେଶ ଭାଇରସ୍‌ ଥିବା ବନ୍ଦର ଦେଇ ଆସୁଥିବା ଜାହାଜଗୁଡ଼ିକୁ ପାରାଦୀପ ବନ୍ଦରରେ ପ୍ରବେଶ କରାଯିବ ନାହିଁ ବୋଲି ବନ୍ଦର ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରହରାଜ ପଣ୍ଡା କହିଛନ୍ତି। ଏପରିକି ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରତିକାତ୍ମକ ବ୍ୟବସ୍ଥା ଉପରେ ସମୀକ୍ଷା କରାଯାଇଛି ଏବଂ ବନ୍ଦର କର୍ତ୍ତୃପକ୍ଷ ୪ନଂ. ଗେଟ୍‌ଠାରେ ଏକ ସ୍କ୍ରିନିଂ ମେଶିନ୍‌ ଲଗାଇଛନ୍ତି। ଗୋଟିଏ ପଟେ ଭାଇରସ ଭୟ, ଅପରପକ୍ଷେ କାଉ ମଡ଼କକୁ ନେଇ ପାରାଦୀପ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। କାଉ ମଡ଼କ ସମ୍ପର୍କରେ ପ୍ରାଣୀଧନ ଚିକିତ୍ସକ ଡା. ଦେବାଶିଷ ରାଉତଙ୍କୁ ପଚାରିବାରେ ସେ କୁହନ୍ତି, ମଲା କାଉର ଲାଳ ନମୁନା ଜାନୁୟାରୀ ୪ରେ ଭୋପାଳ ପଠାଯାଇଛି। ରିପୋର୍ଟରେ ଯଦି ପଜେଟିଭ ଆସିଥାନ୍ତା ସେମାନେ ସିଧା କେନ୍ଦ୍ର ସରକାରଙ୍କୁ ଅବଗତ କରାଇଥାନ୍ତେ। ଏବେ ସୁଦ୍ଧା କୌଣସି ରିପୋର୍ଟ ଆସି ନ ଥିବାରୁ ଆମ୍ଭେ ନେଗେଟିଭ୍‌ ବୋଲି ବିଚାର କରୁଛୁ। ଏବେ ସରକାରୀ ଭାବେ ଆମକୁ ସତର୍କ ରହିବାକୁ ଏବଂ ସବୁବେଳେ ସ୍ଥିତି ସମ୍ପର୍କରେ ସମୀକ୍ଷା କରାଯିବାକୁ କୁହାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri