ଜଗତ୍ସିଂହପୁର ଅଫିସ୍, ୨୫।୧
ସ୍ବାମୀ ବିବେକାନନ୍ଦ ସ୍ମାରକୀ (ଏସ୍ଭିଏମ୍) ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷ ୨ୟ ସେମିଷ୍ଟର ପରୀକ୍ଷା ଆସନ୍ତା ଏପ୍ରିଲରେ ହେବା କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଫର୍ମ ପୂରଣ ପାଇଁ ମହାବିଦ୍ୟାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। କିନ୍ତୁ ବିଗତ ବର୍ଷଗୁଡିକ ଫି’ ତୁଳନାରେ ଚଳିତବର୍ଷ ଅହେତୁକ ବୃଦ୍ଧି କରାଯାଇଥିବା ଅଭିଯୋଗ କରି ଛାତ୍ରୀଛାତ୍ରମାନେ ଶୁକ୍ରବାର ମହାବିଦ୍ୟାଳୟରେ ଆନ୍ଦୋଳନ କରିଥିଲେ। ଅଧ୍ୟକ୍ଷା ନୀତାରାଣୀ କର ଛାତ୍ରୀଛାତ୍ରଙ୍କୁ ବୁଝାଶୁଝା କଲାପରେ ସେମାନେ ଆନ୍ଦୋଳନରୁ ହଟିଥିଲେ। ଅଧ୍ୟକ୍ଷା କର କହିଛନ୍ତି, ୨୦୧୯ ସେପ୍ଟେମ୍ବରରେ ରାଜ୍ୟ ସରକାର ଫି’ ବୃଦ୍ଧି ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ବିଜ୍ଞପ୍ତି ମୁତାବକ ରାଜ୍ୟର ବିଭିନ୍ନ ସ୍ବୟଂଶାସିତ ମହାବିଦ୍ୟାଳୟ ଫର୍ମ ପୂରଣ ଫି’ ବୃଦ୍ଧି କରିଛନ୍ତି। ଏସ୍ଭିଏମ୍ ସ୍ବୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ୨ୟ ସେମିଷ୍ଟର ଫର୍ମ ପୂରଣ ଫି’ ୧ମ ସେମିଷ୍ଟର ତୁଳନାରେ ବୃଦ୍ଧି ପାଇଛି। ଛାତ୍ରୀଛାତ୍ରମାନେ ଏହା ଜାଣି ନ ଥିବାରୁ ଆନ୍ଦୋଳନକୁ ଓହ୍ଲାଇଥିଲେ ବୋଲି ଅଧ୍ୟକ୍ଷା କହିଛନ୍ତି।
ସୂଚନାଯୋଗ୍ୟ ଯେ, କଲେଜର ୨ୟ ଓ ୩ୟ ବର୍ଷର ଛାତ୍ରୀଛାତ୍ରମାନେ ୧ମ ଓ ୨ୟ ସେମିଷ୍ଟର ଫି’ ବାବଦରେ ୪୫୦ ଟଙ୍କା ଲେଖାଏଁ ଦେଉଥିଲେ। ଚଳିତବର୍ଷ ଏହି ଫି ୮୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ସହିତ ମାସିକ ଟ୍ୟୁଶନ୍ ଫି’ ମିଶାଯାଇ ଫର୍ମ ପୂରଣ ପୂର୍ବରୁ ନିଆଯାଉଛି। ତେଣୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।
Posted inଜଗତ୍ସିଂହପୁର View All
ମନ୍ତ୍ରୀଙ୍କ ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର
ଜଗତସିଂହପୁର,୧।୧୨: ଶିଳ୍ପ ମନ୍ତ୍ରୀଙ୍କ ଏସ୍କର୍ଟ ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର ହୋଇଛନ୍ତି। କଟକ-ପାରାଦୀପ ରାସ୍ତାର ତାରପୁର ଛକରେ ଏହି ଦୁର୍ଘଟଣା ହୋଇଛି। ବୃଦ୍ଧ ଜଣଙ୍କ ରାସ୍ତା...
ବାଂଲାଦେଶୀ ଲିଙ୍କ: ସିକନ୍ଦର ଆଲାମଙ୍କ ସହ ଭାଇ ଅବ୍ଦୁଲ ଗିରଫ, ପୁଅ ଅଟକ
ଜଗତସିଂହପୁର,୨୨।୧୧: ବାଂଲାଦେଶୀ ଲିଙ୍କରେ ସିକନ୍ଦର ଆଲାମ ଗିରଫ। ତାଙ୍କୁ ଯାଜପୁରରରୁ ଜଗତସିଂହପୁର ପୋଲିସ ଗିରଫ କରିଛି। ସିକନ୍ଦର ଠାରୁ ପାସ୍ପୋର୍ଟ ଓ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ...
ମାଟିରେ ମିଶିଲା ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘର
ଜଗତ୍ସିଂହପୁର,୧୮ା୧୧(ପ୍ରମୋଦ କୁମାର ନାୟକ): ଜଗତ୍ସିଂହପୁର ଥାନା ଅନ୍ତର୍ଗତ ଧନିପୁର ନିକଟ ବେହେରାମପୁରସ୍ଥିତ ଏକ ନିରୋଳା ସ୍ଥାନରେ ସନ୍ଦେହଜନକ ଭାବେ ବାଂଲାଦେଶୀ ଅନୁପ୍ରବେଶକାରୀ ଥିବା ନେଇ ରବିବାର...
ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲ୍ଡୋଜର: ଉଠାଇନେଲା…
ଜଗତସିଂହପୁର,୧୭।୧୧: ବେଆଇନ ଭାବେ ରହୁଥିବା ବାଂଲାଦେଶୀଙ୍କ ଘର ଭାଙ୍ଗିଲା ପ୍ରଶାସନ। ଏଭଳି ଘଟଣା ଘଟିଛି ଜଗତସିଂହପୁର ଧନିପୁର ନିକଟ ସାତପୁରା ବସ୍ତିରେ। ବସ୍ତିରେ ବୁଲ୍ଡୋଜର ବୁଲଛି।...
ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲ୍ଡୋଜର
ଜଗତସିଂହପୁର,୧୭।୧୧: ଭାରତରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପସ୍ଥିତିକୁ ନେଇ ସାରା ଦେଶରେ ଚିନ୍ତାପ୍ରକଟ କରାଯାଉଛି। ଏଭଳିସ୍ଥିତିରେ ଜଗତସିଂହପୁର ଜିଲା ସଦର ଥାନା ବେହେରାମପୁର ବସ୍ତିରେ ଥିବା ସନ୍ଦିଗ୍ଧ...
ବାହୁଦାରେ ନୂଆ ବନ୍ଦର, ମହାନଦୀ ମୁହାଣରେ ଜାହାଜ ନିର୍ମାଣ କେନ୍ଦ୍ର
ପାରାଦୀପ, ୬ା୧୧(ଶରତ ରାଉତ): ଗଞ୍ଜାମ ଜିଲାର ବାହୁଦାରେ ନୂଆ ବନ୍ଦର ଏବଂ ପାରାଦୀପ ନିକଟ ମହାନଦୀ ମୁହାଣରେ ଜାହାଜ ନିର୍ମାଣ ଓ ମରାମତି କେନ୍ଦ୍ର ନିର୍ମାଣ...
ଡିଜେରେ ଦୁଲୁକିଲା ଘର, ଚାଲିଗଲା ବାପାଙ୍କ ଜୀବନ, ଏମିତି ଅଭିଯୋଗ ଆଣି ଦେବୀ ରଥଙ୍କ ପୁଅ କହିଲେ…
ପାରାଦୀପ,୫ା୧୧: ଯାତ୍ରା କଳାକାର ଦେବୀ ରଥଙ୍କ ମୃତ୍ୟୁକୁ ନେଇ ପୁଅ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ପାରାଦୀପ ଗଡ଼ରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ...
ଯାତ୍ରା କଳାକାର ଦେବୀ ରଥଙ୍କ ପରଲୋକ, ଆଉ ଶୁଭିବନି ଦମ୍ଦାର ଡାଏଲଗ୍, ୪୨ ବର୍ଷ ଧରି…
ପାରାଦୀପ,୫ା୧୧: ଯାତ୍ରାଜଗତର ବର୍ଷୀୟାନ କଳାକାର ଦେବୀପ୍ରସାଦ ରଥଙ୍କ ପରଲୋକ ଘଟିଛି। ଜଗତସିଂହପୁର ଜିଲା ପାରାଦୀପଗଡ଼ସ୍ଥିତ ବାସଭବନରେ ମଙ୍ଗଳବାର ରାତିରେ ହୃଦ୍ଘାତରେ ଦେହାନ୍ତ ହୋଇଛି। ୪୨ ବର୍ଷର...
Archives


