ଦିଶା ବୈଠକ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଗୁରୁତ୍ୱ

ନୟାଗଡ଼ ଅଫିସ/ଗଣିଆ (ଡି.ଏନ୍‌.ଏ.),୨୩ା୧: ନୟାଗଡ଼ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ଡାକବଙ୍ଗଳାଠାରେ ବୁଧବାର ଡିଷ୍ଟ୍ରିକ୍ଟ ଡେଭଲପ୍‌ମେଣ୍ଟ କୋ ଅର୍ଡ଼ିନେସନ୍‌ ଆଣ୍ଡ ମନିଟରିଂ କମିଟି (ଦିଶା) ବୈଠକ ଅନୁଷ୍ଠିତ ହୋଇଯାଇଛି। ବର୍ଷ ଆରମ୍ଭରୁ ଏହି ବୈଠକ ହୋଇଥିବାରୁ ଜିଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷ ବଦଳରେ ଡାକବଙ୍ଗଳାଠାରେ କରାଯାଇଥିଲା। କମିଟି ଅଧ୍ୟକ୍ଷ ତଥା କଟକ ଏମ୍‌ପି ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ, ସହରାଞ୍ଚଳ), ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ବିଏସ୍‌ଏନ୍‌ଏଲ୍‌ ସେବା ଆଦି ଉପରେ ଆଲୋକପାତ କରାଯାଇଥିଲା। ପ୍ରଥମେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏୱାଇ) ଉପରେ ଆଲୋଚନା ହୋଇଥିଲା। ପୂର୍ବରୁ ପକ୍କା ଘର ଯୋଜନାରେ ହିତାଧିକାରୀମାନେ ଟଙ୍କା ପାଇଥିଲେ ମଧ୍ୟ କୌଣସି କାରଣରୁ ସେମାନେ ଘର କରିପାରି ନ ଥିଲେ। ଉକ୍ତ ସମୟରେ ପାଇଥିବା ଟଙ୍କାକୁ ଫେରାଇ ବର୍ତ୍ତମାନ ପକ୍କା ଘର ଯୋଜନାରେ ସାମିଲ ହୋଇଛନ୍ତି। ଭାପୁର ବ୍ଲକ ବ୍ୟତୀତ ଅନ୍ୟ ୭ ବ୍ଲକରେ ୯୫୯ ହିତାଧିକାରୀ ଟଙ୍କା ଫେରାଇଥିବାରୁ ସେମାନେ ଏହି ସୁବିଧା ପାଇପାରିବେ।
୨୦୧୯-୨୦ ଆର୍ଥିକ ବର୍ଷରେ ଜିଲାରେ ପିଏମ୍‌ଏୱାଇ ଗ୍ରାମାଞ୍ଚଳରେ ମାତ୍ର ୪୨ ପ୍ରତିଶତ ଘର କରାଯାଇଥିବା ସୂଚନା ଦିଆଯାଇଥିଲା। ନୟାଗଡ଼ ବ୍ଲକରେ ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୬୧୧ ଘର କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ୧୨୦୭ଟି ସମ୍ପୂର୍ଣ୍ଣ ହୋଇଛି। ଖଣ୍ଡପଡ଼ା ବ୍ଲକରେ ୩୯୧ରୁ ୨୦୯, ଓଡ଼ଗାଁରେ ୧୨୧୦ରୁ ୬୨୨, ଗଣିଆରେ ୭୮ଟିରୁ ୩୯, ନୂଆଗାଁରେ ୧୬୫୩ରୁ ୬୦୨, ଦଶପଲ୍ଲାରେ ୧୪୧୯ରୁ ୪୭୮, ରଣପୁରରେ ୧୫୨୬ରୁ ୪୮୮, ଭାପୁର ବ୍ଲକରେ ୧୭୮୪ଟିରୁ ୪୭୭ଟି ସମ୍ପୂର୍ଣ୍ଣ ହୋଇଛି। ଜିଲାରେ ୮ ବ୍ଲକ ପାଇଁ ୯୬୭୨ ଘର କରିବା ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବେଳେ ସେଥିମଧ୍ୟରୁ ୯୫୧୬ ଜଣଙ୍କୁ ପ୍ରଥମ କିସ୍ତି ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ମୋଟ ୪୧୨୨ଟି ଘର ସମ୍ପୂର୍ଣ୍ଣ ହୋଇଥିବା ସୂଚନା ଦିଆଯାଇଛି। ସହରାଞ୍ଚଳରେ ମଧ୍ୟ ସମାନ ଅବସ୍ଥା। ଜିଲାର ୧ଟି ପୌର ପରିଷଦ ଓ ୪ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ୨୭୮୨ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବେଳେ ମାତ୍ର ୧୦୪୯ଟି ସମ୍ପୂର୍ଣ୍ଣ ହୋଇଛି। ନୟାଗଡ଼ ପୌର ପରିଷଦରେ ୩୬୭ ପକ୍କା ଘର ମଞ୍ଜୁର ହୋଇଥିବା ବେଳେ ୧୦୨ଟି ସମ୍ପୂର୍ଣ୍ଣ ହୋଇଛି। ଖଣ୍ଡପଡ଼ା ଏନ୍‌ଏସିରେ ୨୪୩ରୁ ୨୧୬, ଦଶପଲ୍ଲା ଏନ୍‌ଏସିରେ ୧୧୮୪ରୁୁ ୨୭୨, ରଣପୁର ଏନ୍‌ଏସିରେ ୭୯୯ରୁ ୩୪୪, ଓଡ଼ଗାଁ ଏନ୍‌ଏସିରେ ୧୮୯ରୁ ୧୧୫ଟି ସମ୍ପୂର୍ଣ୍ଣ ହୋଇଛି। ବଳକା ରହିଯାଇଥିବା ଘରକୁ ଅଧିକାରୀମାନେ ଗୁରୁତ୍ୱ ଦେଇ ସାରିବା ପାଇଁ ବିଧାୟକମାନେ କହିଥିଲେ। ପରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ମାଧ୍ୟମରେ ବନ ବିଭାଗ ଦ୍ୱାରା କି କାମ ହୋଇଛି ଓ ଆଗାମୀ ଦିନରେ କି କାର୍ଯ୍ୟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ସେ ନେଇ ଆଲୋଚନା ହୋଇଥିଲା। ଡିଏଫଓ ଧନରାଜ ଏଚ୍‌ଡି ୨୦୧୯-୨୦ ବର୍ଷରେ ୩ କୋଟି ୯୦ ଲକ୍ଷ ୪୫ ହଜାର ୧୮୧ ଟଙ୍କା ବିଭିନ୍ନ ପ୍ରକଳ୍ନ ପାଇଁ ମଞ୍ଜୁର ହୋଇଥିବା ବେଳେ ୭୯ ଲକ୍ଷ ୧୮ ହଜାର ଟଙ୍କାର କାର୍ଯ୍ୟ ସରିଥିବା କହିଥିଲେ। ଆଗାମୀ ଦିନରେ ଅନ୍ୟାନ୍ୟ କାର୍ଯ୍ୟ କରାଯିବ ବୋଲି ସୂଚନା ଦେଇଥିଲେ। ଏହା ପରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଦ୍ୱାରା ଜିଲାର ବିଭିନ୍ନ ଗ୍ରାମରେ ଜଳଯୋଗାଣର ସ୍ଥିତି ବିଷୟରେ ସୂଚନା ଦିଆଯାଇଥିଲା। ଜିଲା ପରିଷଦ ସଭ୍ୟ ରାମେଶ୍ୱର ଶତପଥୀ କଣ୍ଟିଲୋଠାରେ ମେଗା ଜଳ ଯୋଗଣ ପ୍ରକଳ୍ପ ହୋଇଥିବା ବେଳେ କଣ୍ଟିଲୋ ଗ୍ରାମ ଜଳଯୋଗାଣରୁ ବଞ୍ଚତ୍ତ ହେଉଥିବା କହିଥିଲେ। ଜିଲାର ବିଭିନ୍ନ ସ୍ଥାନରେ ବିଏସ୍‌ଏନଏଲ୍‌ ମୋବାଇଲ ସେବା ବିଷୟରେ ଆଲୋଚନା ହୋଇଥିଲା। ଜିଲାର ୧୭୮ ଗ୍ରାମ ଥିବା ବେଳେ ୩୦ ଗ୍ରାମରେ ବିଏସ୍‌ଏନଏଲ ଅପ୍‌ଟିକାଲ୍‌ ଫାଇବର ବ୍ରଡ୍‌ବ୍ୟାଣ୍ଡ ସେବା ଯୋଗାଇ ଦିଆ ଯାଇଥିବା ନେଇ ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ। ଦଶପଲ୍ଲା ନିର୍ବାଚନମଣ୍ଡଳୀରେ ୮ଟି ଜାଗାରେ ବିଏସ୍‌ଏନଏଲ ମୋବାଇଲ ଟାୱାର ବସାଇବା ପାଇଁ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟ ହୋଇ ନ ଥିବା କୁହାଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରଣପୁର ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଜିଲାପାଳ ଡା. ପୋମା ଟୁଡ଼ୁ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଜିଲା ପରିଷଦ ସଭାପତି ବୈଜୟନ୍ତୀମାଳା ମହାନ୍ତି, ଉପସଭାପତି ଅଖିଳ କୁମାର ଜାନି ପ୍ରମୁଖ ମଞ୍ଚାସୀନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ବିଜେବି କଲେଜ ହଷ୍ଟେଲ ଭାତ, ତରକାରିରୁ ବାହାରୁଛି ପୋକ, ମାଛି, ତେଲଗୁଣି

ଭୁବନେଶ୍ୱର,୨୯ା୧୨(ସୁଚିସ୍ମିତା ସାହୁ):ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ତଥା ରାଜଧାନୀର ସର୍ବପୁରାତନ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ବୟଂଶାସିତ ମହାବିଦ୍ୟାଳୟ ହଷ୍ଟେଲରେ ଦିଆଯାଉଛି ନିମ୍ନମାନର ଖାଦ୍ୟ ଦିଆଯାଉଛି। କେତେବେଳେ ଭାତରୁ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ପାରାଦୀପରେ ରାସାୟନିକ ଗ୍ୟାସ୍‌ର ପ୍ରଭାବ: ଅନେକ ଅସୁସ୍ଥ

ପାରାଦୀପ,୨୯ା୧୨(ଶରତ ରାଉତ):ପାରାଦୀପର ଅଧିକାଂଶ ଅଞ୍ଚଳରେ ରବିବାର ସାରେ ରାସାୟନିକ ଗ୍ୟାସ ଦୁର୍ଗନ୍ଧ ହୋଇଛି। ଫଳରେ ସ୍ଥାନୀୟ ଲୋକେ ଅଣନିଃଶ୍ୱାସୀ ହେବା ସହ ମୁହଁରେ ମାସ୍କ କିମ୍ବା...

ରାଜ୍ୟରେ ବଢ଼ିଚାଲିଛି ପ୍ରଦୂଷଣ ମାତ୍ରା, ଲୋକେ ଅଣନିଃଶ୍ୱାସୀ

ଭୁବନେଶ୍ୱର,୨୯ା୧୨(ରବିନାରାୟଣ ଜେନା): ରାଜ୍ୟରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ନେଇ ଜନସାଧାରଣ ଏବେ ବହୁବିଧ ସମସ୍ୟାରେ ପଡ଼ିଲେଣି। କେଉଁଠି ଯକ୍ଷ୍ମା ଭଳି ରୋଗ...

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri