Posted inଭଦ୍ରକ

ଘନକୁହୁଡ଼ି ବୋଟ୍‌କୁ କଲା ଦିଗହରା

ଚାନ୍ଦବାଲି, ୧୮।୧(ଡି.ଏନ.ଏ.)-ଘନକୁହୁଡ଼ି କାରଣରୁ ଶୁକ୍ରବାର ସକାଳେ କେନ୍ଦ୍ରାପଡ଼ା ଜିଲାର ତାଳଚୁଆରୁ ଭଦ୍ରକ ଜିଲା ଚାନ୍ଦବାଲିକୁ ଆସୁଥିବା ଏକ ସରକାରୀ ବୋଟ୍‌ ଧାମରା ମୁହାଣ ନିକଟରେ ଦିଗହରା ହୋଇଯାଇଥିଲା। ସକାଳ ପ୍ରାୟ ୭ଟା ବେଳେ ଏହି ଘଟଣା ଘଟିଥିଲା। ଏହାର ପ୍ରାୟ ୫ ଘଣ୍ଟା ପରେ ଧାମରା ମେରାଇନ ଥାନା ଓ ରାଜନଗର ଥାନା ପୋଲିସ ପକ୍ଷରୁ ସମୁଦ୍ରରେ ବୋଟ୍‌କୁ ଠାବ କରାଯିବା ସହ ସମସ୍ତ ୨୫ ଜଣ ଯାତ୍ରୀ ଓ ୫ ବୋଟ୍‌ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି।
ସୂଚନା ଅନୁସାରେ, ଅନ୍ତର୍ଦ୍ଦେଶୀୟ ଜଳ ପରିବହନ ସଂସ୍ଥା(ଆଇଡବ୍ଲ୍ୟଟି)ର ଏକ ମୋଟର ବୋଟ୍‌ ଏମ୍‌ଏଲ୍‌ ମା’ଗଙ୍ଗଳା ସକାଳ ୬ଟା ବେଳେ ୨୫ ଯାତ୍ରୀଙ୍କୁ ନେଇ ତାଳଚୁଆ ଘାଟରୁ ଚାନ୍ଦବାଲିକୁ ଯିବା ପାଇଁ ଧାମରା ଘାଟକୁ ଆସୁଥିଲା। ସେଥିରେ ୫ ଜଣ ବୋଟ୍‌ କର୍ମଚାରୀ ଥିଲେ। ଘନକୁହୁଡ଼ି ଯୋଗୁ ଧାମରା ମୁହାଣରେ ବୋଟ୍‌ଟି ବାଟହୁଡ଼ି ବିପରୀତ ଦିଗରେ ମୁହାଣରୁ ସମୁଦ୍ର ମଧ୍ୟକୁ ପ୍ରାୟ ୧୦ କି.ମି. ଦୂରକୁ ଚାଲିଯାଇଥିଲା। ଏହା ଜଣାପଡ଼ିବା ପରେ ବୋଟ୍‌ରେ ଥିବା କର୍ମଚାରୀ ଓ ଯାତ୍ରୀ ମୋବାଇଲ ଯୋଗେ ସହାୟତା ପାଇଁ ମେରାଇନ ଥାନାକୁ ଯୋଗାଯୋଗ କରିଥିଲେ। ୫ ଘଣ୍ଟା ଧରି ଯାତ୍ରୀମାନେ ସମୁଦ୍ରରେ ଫଶି ରହିଥିଲେ। ପୂର୍ବାହ୍ନ ୧୧ଟା ବେଳେ ଧାମରା ମେରାଇନ ଥାନାର ୬ କର୍ମଚାରୀ ଏକ ସ୍ପିଡ୍‌ବୋଟ୍‌ ସହାୟତାରେ ସେମାନଙ୍କୁ ଉଦ୍ଧାର କରିବାକୁ ସମୁଦ୍ରକୁ ଯାଇଥିଲେ। ଦିଗହରା ବୋଟ୍‌ କାଲାମ ଦ୍ୱୀପ ଓ ଉଡ଼ାବାଲି ଚଢ଼ା ମଝି ଅଞ୍ଚଳରେ ଲଙ୍ଗର ପକାଇ ଅଟକି ରହିଥିଲା। ମେରାଇନ ବୋଟ୍‌ ଉକ୍ତ ବୋଟ୍‌କୁ ବାଟ କଢ଼ାଇ ଆଣିବା ସହ ସମସ୍ତ ଯାତ୍ରୀଙ୍କୁ ଧାମରାଈ ଜେଟିକୁ ଅଣାଯାଇଥିଲା। ସମସ୍ତେ ସୁସ୍ଥ ଅଛନ୍ତି ବୋଲି ଧାମରା ମେରାଇନ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀକାନ୍ତ ପତି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜରାଜୀର୍ଣ୍ଣ ଅବସ୍ଥାରେ ପାନ୍ଥଶାଳା

ଧାମନଗର,୩।୫(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଏନ୍‌ଏସି ଅଧୀନ ଜୟନଗର ଛକଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ପାନ୍ଥଶାଳା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। କୌଣସି ପର୍ଯ୍ୟଟକଙ୍କ...

ପୁଅଙ୍କୁ ଭୁଜାଲିରେ ହାଣି ହତ୍ୟାକଲେ ବାପା

ଭଦ୍ରକ,୧ା୫: ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଡ଼ିଆ ଗାଁରେ। ଘରେ ଖାଉଥିବା ସମୟରେ ସାମାନ୍ୟ...

ସମାଜ ଗଠନରେ ଶ୍ରମିକଙ୍କ ତ୍ୟାଗ ଅନୁଳନୀୟ

ଭଦ୍ରକ,୧।୫(ସନାତନ ରାଉତ): ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀମାନେ ବୁଧବାର ଶ୍ରମିକ ଦିବସ ପାଳନ କରିଛନ୍ତି l କର୍ମଚାରୀ ସଂଗଠନର ୪୧ତମ ଶ୍ରମିକ ଦିବସ ପାଳନ...

ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ହତ୍ୟା

ତିହିଡ଼ି,୧।୫ (ସଞ୍ଜିତ ବଳ):ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ଏକ ଶାଢ଼ି ଦ୍ୱାରା ଶ୍ୱାସରୁଦ୍ଧ କରି ଶାଶୁ ଓ ଶ୍ୱଶୁର ହତ୍ୟା କରିଛନ୍ତି। ସୋମବାର...

ଲୋକଙ୍କ ସ୍ନେହ ଶ୍ରଦ୍ଧା ମୋ ପାଇଁଁ ଆଶୀର୍ବାଦ: ସଞ୍ଜୀବ

ଭଣ୍ଡାରିପୋଖରୀ,୩୦।୪(ରବିନାରାୟଣ ଖିଲାର): ଲୋକଙ୍କ ସ୍ନେହ, ଶ୍ରଦ୍ଧା ତାଙ୍କ ପାଇଁଁ ଆଶୀର୍ବାଦ ବୋଲି ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ  ବିଜେଡି...

ଭାଜପାରେ ମିଶିଲେ ୩୦ ପରିବାର

ଚାନ୍ଦବାଲି,୩୦ା୪(କିଷାନ ପାତ୍ର): ଚାନ୍ଦବାଲି ବ୍ଲକର ବଡ଼ଓସ୍ତିଆ ପଞ୍ଚାୟତରେ ଭାଜପା ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଧର ସାହୁଙ୍କ ନେତୃତ୍ୱରେ ୩୦ ପରିବାର ବିଜେଡି ଛାଡ଼ି...

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

ଭାଜପାରୁ ଲଢ଼ିବେ ବାଣୀକଲ୍ୟାଣ

ବାସୁଦେବପୁର,୨୮।୪(ନାରାୟଣ ପ୍ରସାଦ ବାରିକ୍‌)ଭଦ୍ରକ ଜିଲା ବାସୁଦେବପୁର ବିଧାନସଭା କ୍ଷେତ୍ର ପାଇଁ ନବାଗତ ଯୁବନେତା ବାଣୀକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଭାଜପା ଶନିବାର ଘାଷଣା କରିଛି। ଯୁବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri