ଅନେକଙ୍କୁ ଦେଇଛି ରୋଜଗାର: ଭୋଗରାଇ ଆଳୁଦମ୍‌

ଭୋଗରାଇ, ୩।୬(ପ୍ରଦୀପ ଦାସ)-ବାଲେଶ୍ୱର ଜିଲାରେ ଆଳୁଦମ୍‌ ଓ ଆଳୁକଷାର ପ୍ରସିଦ୍ଧି ରହିଛି। ସକାଳ ଓ ସନ୍ଧ୍ୟାରେ ଲୋକେ ମୁଢ଼ି ସହିତ ଆଳୁକଷା ବା ଆଳୁଦମ୍‌ ଖାଇବାକୁ ଅଧିକ ପସନ୍ଦ କରନ୍ତି। ଏହା ଅଞ୍ଚଳରେ ଏକ ସ୍ବତନ୍ତ୍ର ଖାଦ୍ୟ ରୁଚିର ପରିଚୟ ସୃଷ୍ଟି କରିଛି। ତେବେ ଭୋଗରାଇ ଦେଉଳାହାଟ ଅଞ୍ଚଳରେ ବିକ୍ରି ହେଉଥିବା ସ୍ବାଦିଷ୍ଟ ଆଳୁଦମ୍‌ ଓ ଆଳୁକଷାର ଚାହିଦା ନିଆରା। ଏହା ଭୋଗରାଇ ଆଳୁଦମ୍‌ ଭାବେ ପ୍ରସିଦ୍ଧି ଲାଭ କରିଛି। କେବଳ ସ୍ଥାନୀୟ ଲୋକ ନୁହନ୍ତି, ପଡ଼ୋଶୀ ପଶ୍ଚିମବଙ୍ଗର ଉପାନ୍ତ ଅଞ୍ଚଳ ସମେତ ବାଲିଆପାଳ ଓ ଜଳେଶ୍ୱରରୁ ଅନେକ ଲୋକ ଆସି ଏଠାରେ ଆଳୁଦମ୍‌ କିଣି ନେଇଥାନ୍ତି। ଏହି ଲୋକପ୍ରିୟ ଖାଦ୍ୟ ସ୍ଥାନୀୟ ଅଞ୍ଚଳରେ ଅନେକଙ୍କୁ ଦେଇଛି ରୋଜଗାର ପନ୍ଥା। ସେମାନେ ସାଇକେଲରେ ଆଳୁଦମ୍‌ ହାଣ୍ଡି ରଖି ଗାଁ ଗାଁ ବୁଲି ବିକ୍ରି କରିଥାନ୍ତି। ହାଟ ବଜାରରେ ବିଭିନ୍ନ ଦୋକାନରେ ଆଳୁଦମ୍‌ ଓ ଆଳୁକଷା ବିକ୍ରି ହୋଇଥାଏ। ଲୋକେ ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ବଜନଙ୍କ ଘରକୁ ଗଲେ ସାଙ୍ଗରେ ଆଳୁଦମ୍‌ କିଣି ନେବାକୁ ପଛାନ୍ତି ନାହଁି। ଏହି ଅଞ୍ଚଳରେ ଯାନିଯାତ୍ରାରେ ଏହି ଖାଦ୍ୟର ଆଦର ବାରି ହୋଇପଡିଥାଏ।
ବର୍ତ୍ତମାନ ବଜାରରେ ଛୋଟ ସାଇଜ୍‌ ଆଳୁର ଦାମ୍‌ କେଜି ପ୍ରତି ୧୦ରୁ ୧୨ଟଙ୍କା ରହିଛି। ଏଥିରୁ ପ୍ରସ୍ତୁତ ହେଉଥିବା ଆଳୁଦମ୍‌ କେଜି ପ୍ରତି ୨୦ରୁ ୩୦ଟଙ୍କାରେ ବିକ୍ରି କରାଯାଉଛି। ଏଥିଲାଗି ମସଲା ପ୍ରସ୍ତୁତ କରି ସ୍ବତନ୍ତ୍ର ଶୈଳୀରେ ବେପାରୀମାନେ ଏହାକୁ ପ୍ରସ୍ତୁତ କରିଥାନ୍ତି। ଭୋଗରାଇର ଚୌକି ବଜାରରେ ଆଳୁଦମ୍‌ ବିକ୍ରି କରୁଥିବା ଭୁବନଚନ୍ଦ୍ର ଜେନା କୁହନ୍ତି, ୪୦ବର୍ଷ ଧରି ସେ ଏହି ବେପାର କରି ଆସୁଛନ୍ତି। ତାଙ୍କ ବାପା ଆଳୁଦମ୍‌ ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିଲେ। ତାଙ୍କ ବେଉସାକୁ ସେ ଆଦରି ନେଇଛନ୍ତି। ବାଉଁଶଡ଼ିହାର ଆଳୁଦମ୍‌ ଦୋକାନୀ ନୀଳାଦ୍ରି ଭଞ୍ଜ କୁହନ୍ତି, ସେ ଦୀର୍ଘବର୍ଷ ଧରି ବିଭିନ୍ନ ହାଟ ଓ ବଜାରକୁ ଯାଇ ଆଳୁଦମ୍‌ ବେପାର କରି ଆସୁଛନ୍ତି। ଖାଉଟିଙ୍କ ନିକଟରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସ୍ଥାନୀୟ ହାଇସ୍କୁଲର ନୋଡ଼ାଲ ଅଫିସର ରାଜେନ୍ଦୁ ବିକାଶ ପାତ୍ର କୁହନ୍ତି, ବର୍ତ୍ତମାନ ବଜାରରେ ବିକ୍ରି ହେଉଥିବା କେମିକାଲ ରଙ୍ଗମିଶା ଆଳୁଦମ୍‌ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ଖାଦ୍ୟ ବିଭାଗ ନିୟମିତ ଏହାର ମାନ ଯାଞ୍ଚ କରିବା ଜରୁରୀ। ଏ ସମ୍ପର୍କରେ ଭୋଗରାଇ ଯୋଗାଣ ବିଭାଗର ଅଫିସର ଓମ୍‌ପ୍ରକାଶ ମହାପାତ୍ରଙ୍କୁ ପଚାରିବାରୁ ରଙ୍ଗମିଶା ଆଳୁଦମ୍‌ ବିକ୍ରି ବନ୍ଦ ପାଇଁ ଉଭୟ ଖାଉଟି ଓ ବେପାରୀ ସଚେତନ ରହିବା ଆବଶ୍ୟକ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କ ମନ ଜିଣୁଛି ପ୍ରାର୍ଥୀଙ୍କ ଭାଇରାଲ୍‌ ଭାଷଣ

ଖଇରା,୬ା୫(ଉତ୍କଳବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ସିମୁଳିଆ ବିଧାନସଭା ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଜୋରଦାର ପ୍ରଚାରରେ ଲାଗିପଡ଼ିଛନ୍ତି। ଏଥର ଏଠାରେ ତ୍ରିମୁଖି ପ୍ରତିଦ୍ୱନ୍ଦିତା ହେବ...

ତାତି ସାଙ୍ଗକୁ ବଢୁଛି ପାଣି ସମସ୍ୟା: ଡହଳବିକଳ ୩୦ ପରିବାର

ବାଲିଆପାଳ, ୩।୫(ଗୋପାଳ ଚନ୍ଦ୍ର ସାହୁ): ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ତାତି ସାଙ୍ଗକୁ ବଢିଚାଲିଛି ପିଇବା ପାଣି ସମସ୍ୟା। ଜଳକଷ୍ଟ ଏପରି ହେଲାଣି, ଟୋପାଏ...

ଅନ୍ତିମ ସଂସ୍କାର ବେଳେ ମହୁମାଛି ଆକ୍ରମଣ: ୪ ଗୁରୁତର

ଜଳେଶ୍ୱର,୪।୫(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଳକ ଡେମୁରିଆ ଗାଁ ମଶାଣିରେ ଶନିବାର ଏକ ଅଘଟଣ ଘଟିଛି। ଗାଁ ମଶାଣିରେ ଅନ୍ତମ ସଂସ୍କାର ଚାଳିଥିବା ବେଳେ...

୫୦ ଯାତ୍ରୀଙ୍କୁ ଧରି ଯାଉଥିଲା ବସ୍‌: ବାଟରେ ଦୁର୍ଘଟଣା

ଜଳେଶ୍ୱର,୪।୫(ନବୀନ ସାହୁ): ୧୬ ନମ୍ବର ଜାତୀୟ ରାଜପଥ ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ଇନ୍ଦିରା ଛକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଶନିବାର ସକାଳେ...

ନୀଳଗିରିରେ ସୁକାନ୍ତ-ସନ୍ତୋଷ ଲଢ଼େଇ

ନୀଳଗିରି, ୪।୫(ପ୍ରଶାନ୍ତ ବିଶ୍ୱାଳ): ଭାଜପାର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନୀଳଗିରିରୁ ଭାଜପାର ପ୍ରାର୍ଥୀ ହୋଇଛନ୍ତି ସନ୍ତୋଷ ଖଟୁଆ। ନୀଳଗିରିରୁ ବିଜେଡି ସୁକାନ୍ତ ନାୟକଙ୍କୁ ଟିକେଟ...

ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କୁ ମାଡ଼, ହସ୍ପିଟାଲରେ ଉତ୍ତେଜନା

ଜଳେଶ୍ୱର,୩।୫(ନବୀନ ସାହୁ): ଚିକିତ୍ସାରେ ଅବହେଳାକୁ କେନ୍ଦ୍ର କରି ଜଳେଶ୍ୱର ଜି.କେ.ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି। ଏପରିକି ରୋଗୀଙ୍କ ସମ୍ପର୍କୀୟ ମେଡ଼ିକାଲ ଇନ୍‌ଚାର୍ଜ ଦିଲୀପ ପାତ୍ରଙ୍କୁ...

ଟିକେଟ୍‌ ରେସ୍‌ରେ ବାଜିମାରିଲେ ସୁକାନ୍ତ

ନୀଳଗିରି,୨।୫(ପ୍ରଶାନ୍ତ କୁମାର ବିଶ୍ବାଳ):ସବୁ କଳ୍ପନାଜଳ୍ପନାର ଅନ୍ତ ଘଟି ବିଜୁଜନତା ଦଳ ନୀଳଗିରି ଆସନ ପାଇଁ ଟିକେଟ ଘୋଷଣା କରିଛି। ଶେଷରେ ବିଧାୟକ ସୁକାନ୍ତ ନାୟକଙ୍କ ଉପରେ...

ଟ୍ରକକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌: ଅଳ୍ପକେ ବର୍ତ୍ତିଲେ ୬୦ରୁ ଉଦ୍ଧର୍‌ବ ଯାତ୍ରୀ

ଜଳେଶ୍ୱର,୨।୫: ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର କୁଣ୍ଡାପୁର ଛକ ନିକଟରେ ହୋଇଛି ଏକ ବଡ଼ ଦୁର୍ଘଟଣା ହୋଇଛି। ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri