ବିବାହ କରିବେ ଓଡ଼ିଶାର ‘ଛପାକ୍‌’ ପ୍ରମୋଦିନୀ

କଟକ ଅଫିସ,୧୭ା୧: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଡ଼ିଶାର ‘ଛପାକ୍‌’ ତଥା ଏସିଡ୍‌ ପୀଡ଼ିତା ପ୍ରମୋଦିନୀ ରାଉଳ। ଏସିଡ୍‌ ଆକ୍ରମଣର ଶିକାର ହେବା ପରେ ଦୀର୍ଘବର୍ଷ ଧରି ତାଙ୍କ ସୁଖଦୁଃଖର ସାଥୀ ଭାବେ ଛିଡ଼ା ହୋଇଥିବା କଟକର ସରୋଜ କୁମାର ସାହୁଙ୍କୁ ସେ ଜୀବନସାଥୀ ଭାବେ ବାଛିଛନ୍ତି। ୨୦୧୮ ଫେବୃୟାରୀ ୧୪ରେ ସେମାନଙ୍କର ନିର୍ବନ୍ଧ ହୋଇଥିଲା। ଆସନ୍ତା ଏପ୍ରିଲ କିମ୍ବା ମେ’ ମାସରେ ସେମାନେ ବିବାହ କରିବା ପାଇଁ ସ୍ଥିର କରିଥିବାବେଳେ ଏନେଇ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିନାହାନ୍ତି। ପ୍ରଥମଥର ନିମନ୍ତେ ରାଜ୍ୟର ଜଣେ ଏସିଡ୍‌ ପୀଡ଼ିତା ବିବାହ ବେଦୀରେ ବସିବାକୁ ଯାଉଛନ୍ତି।

ନିକଟ ଅତୀତରେ ବଲିଉଡ୍‌ରେ ଏକ ଚଳଚ୍ଚିତ୍ର ‘ଛପାକ୍‌’ ମୁକ୍ତିଲାଭ କରିଛି। ଏସିଡ୍‌ ପୀଡ଼ିତାଙ୍କ ଜୀବନକୁ ନେଇ ତିଆରି ହୋଇଥିବା ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ୍‌। ଓଡ଼ିଶାରେ ମଧ୍ୟ ଏଭଳି ଜଣେ ଚରିତ୍ର ହେଉଛନ୍ତି ପ୍ରମୋଦିନୀ। ଯୁକ୍ତ ଦୁଇରେ ପାଠ ପଢୁଥିବାବେଳେ ଏକତରଫା ପ୍ରେମ ଆବେଦନକୁ ଅସ୍ବୀକାର କରି ସେ ଏସିଡ୍‌ ଆକ୍ରମଣର ଶିକାର ହୋଇଥିଲେ। ୧୦ବର୍ଷର ସଂଘର୍ଷମୟ ଜୀବନକୁ ଅତିକ୍ରମ କରିବା ପରେଏବେ ବିବାହ କରିବାକୁ ଯାଉଛନ୍ତି ପ୍ରମୋଦିନୀ।


ଜଗତ୍‌ସିଂହପୁରରେ ଜନ୍ମିତ ପ୍ରମୋଦିନୀ ପିଲାଟି ବେଳୁ ବେଶ୍‌ ଚୁଲ୍‌ବୁଲି ଥିଲେ। ଅଜା ବଂଶୀଧର ରାଉଳ ତାଙ୍କୁ ସ୍ନେହରେ ରାଣୀ ବୋଲି ଡାକନ୍ତି। ପ୍ରମୋଦିନୀଙ୍କ ଅନ୍ୟଏକ ନାଁ ହେଉଛି ରାଣୀ ଋତୁପର୍ଣ୍ଣା। ୨୦୦୯ରେ ପ୍ରମୋଦିନୀ ଯୁକ୍ତ ଦୁଇରେ ପାଠ ପଢୁଥିଲେ। ଆର୍ମିରେ ଚାକିରି କରିଥିବା ଜଣେ ବିବାହିତ ଯୁବକ ପ୍ରମୋଦିନୀଙ୍କୁ ଏକତରଫା ପ୍ରେମ କରିଥିଲେ। ଏପରି କି ବିବାହ କରିବାକୁ ପ୍ରସ୍ତାବ ମଧ୍ୟ ଦେଇଥିଲେ। ଏହି କଥା ଘର ପର୍ଯ୍ୟନ୍ତ ଯାଇଥିଲା। ଯୁବକ ଜଣଙ୍କ ଘରକୁ ଫୋନ୍‌ କରି ପ୍ରମୋଦିନୀଙ୍କୁ ବିବାହ କରିବାକୁ ଚାହାନ୍ତି ବୋଲି କହିଥିଲେ। ଘର ଲୋକ ମନା କରି ଦେବା ପରେ ଯୁବକଜଣଙ୍କ ପ୍ରମୋଦିନୀଙ୍କୁ ବିବାହ କରିବାକୁ ବାଧ୍ୟ କରିଥିଲେ। ଦିନେ ରାସ୍ତାରେ ହଇରାଣ କରୁଥିବାବେଳେ ପ୍ରମୋଦିନୀଙ୍କ ସାଙ୍ଗମାନଙ୍କ ଠାରୁ ମାଡ଼ ମଧ୍ୟ ଖାଇଥିଲେ ଉକ୍ତ ଯୁବକ। କ୍ରୋଧ ପରାୟଣ ହୋଇ ୨୦୦୯ ଏପ୍ରିଲ ୧୮ରେ ଯୁବକ ଜଣଙ୍କ ଏଭଳି ଏକ ନୃସଶଂ ଓ ନିନ୍ଦନୀୟ କାର୍ଯ୍ୟ କଲେ, ଯାହା ପ୍ରମୋଦିନୀଙ୍କ ଜୀବନକୁ ବଦଳାଇ ଦେଇଥିଲା। ନିଜ ସମ୍ପର୍କୀୟ ଭାଇଙ୍କ ସହ ସାଇକେଲରେ ବସି ଯାଉଥିବାବେଳେ ଏକ ବାଇକ୍‌ରେ ଆସି ଯୁବକଜଣଙ୍କ ପ୍ରମୋଦିନୀଙ୍କ ଉପରକୁ ଏସିଡ୍‌ ମାଡ଼ କରିଥିଲେ। ଚିକିତ୍ସାଲାଗି ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ଚାଲିଥିବାବେଳେ ସରୋଜଙ୍କ ସହ ଭେଟ ହୋଇଥିଲା ପ୍ରମୋଦିନୀଙ୍କର। ସରୋଜ ମେଡ଼ିକାଲ ରିପ୍ରେଜେଣ୍ଟେଟିଭ ଭାବେ କାମ କରୁଥିଲେ। ପ୍ରମୋଦିନୀଙ୍କୁ ଫିଜିଓଥେରାପୀ କରୁଥିବା ଜଣେ ନର୍ସ ହେଲେ ସରୋଜଙ୍କର ବନ୍ଧୁ। ଏସିଡ୍‌ ଆକ୍ରମଣ ପରେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଚଲାବୁଲା କରିବାକୁ ଅତିକମରେ ୬ବର୍ଷ ଲାଗିବ ବୋଲି ଡାକ୍ତର କହିଥିଲେ। ହେଲେ ସରୋଜ ନିଜ ପ୍ରଚେଷ୍ଟାରେ ମାତ୍ର ୪ମାସରେ ତାଙ୍କୁ ଚାଲିବା ପାଇଁ ସକ୍ଷମ କରାଇଛନ୍ତି ବୋଲି ପ୍ରମୋଦିନୀ କୁହନ୍ତି। ସରୋଜଙ୍କ ସ୍ନେହ, ଆଦର ଆଉ ଭଲପାଇବା ପାଇଁ ଭଗବାନଙ୍କ ନିକଟରେ କୃତଜ୍ଞ। ସେ ଏବେ ବି ଛାଇ ଭଳି ମୋ ପାଖେ ପାଖେ ରୁହନ୍ତି ବୋଲି ପ୍ରମୋଦିନୀ କହିଥିଲେ। ସେମାନଙ୍କ ବିବାହ ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରର ଏସିଡ୍‌୍‌ ପୀଡ଼ିତାଙ୍କୁ ବିଶେଷଭାବେ ନିମନ୍ତ୍ରଣ କରାଯିବ। ଏହାଛଡ଼ା ଅନେକ ନାମୀଦାମୀ ଲୋକ ଏହି ଉତ୍ସବରେ ଯୋଗଦେବେ ବୋଲି କୁହାଯାଉଛି।

ଜୀବନରେ ଦୁଇଟି ପୁରୁଷଙ୍କୁ ଭେଟିଲି। ଜଣେ ମୋ ଜୀବନକୁ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ଆଉ ଜଣେ ମୋ ଉଜୁଡ଼ା ଜୀବନକୁ ସଜାଡ଼ିବା ପାଇଁ ନିଜର ଜୀବନକୁ ବାଜି ଲଗାଇ ଦେଲେ। ପୁରୁଷ ଜାତି ଖରାପ ନୁହେଁ, ହେଲେ ଏହା ଭିତରେ ଭିନ୍ନଭିନ୍ନ ମଣିଷଙ୍କ ସହ ଭେଟ ହେଲା ବୋଲି ପ୍ରମୋଦିନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ପରିତ୍ୟକ୍ତ ଅବସ୍ଥାରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ଅର୍ଥ ମଞ୍ଜୁର ହୋଇଥିଲେ ବି…

କର୍ଲାମୁଣ୍ଡା,୨୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରାଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ। ସରକାର ୧୯୮୮ ମସିହାରେ ଏହି ଚିକିତ୍ସାଳୟ...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ତୁଳସୀରେ ଅଛି ଅନେକ ଔଷଧୀୟ ଗୁଣ: ସକାରାତ୍ମକ ପରିବେଶ…

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ତୁଳସୀ ପୂଜନ ଉତ୍ସବ ପାଈଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଏହି...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri