ଦୈନିକ ୨ ଯାତ୍ରୀରେ ଚାଲିଛି ଟ୍ରେନ୍‌

ବଲାଙ୍ଗୀର ଅଫିସ, ୧୬ା୧: ଆଜିକୁ ଠିକ୍‌ ଏକବର୍ଷ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗୀର ଗସ୍ତରେ ବଲାଙ୍ଗୀର-ଖୋର୍ଦ୍ଧା ୧୬.୮ କିଲୋମିଟର ରେଳପଥକୁ ଉଦ୍‌ଘାଟନ କରି ବଲାଙ୍ଗୀର-ବିଛୁପାଲି ପାସେଞ୍ଜର ଟ୍ରେନ୍‌ ଚଳାଚଳର ଲୋକାର୍ପଣ କରିଥିଲେ। ଏହି ବହୁ ଚର୍ଚ୍ଚିତ ଟ୍ରେନ୍‌ ଚଳାଚଳକୁ ମଙ୍ଗଳବାର ବର୍ଷେ ପୂରିଛି। ଗତ ଏକବର୍ଷ ମଧ୍ୟରେ ଏହି ରେଳଲାଇନ୍‌ ଏକ ଇଞ୍ଚ ଆଗକୁ ବଢ଼ିନାହିଁ। ଗୋଟିଏ ବର୍ଷ ଧରି ଏହି ପାସେଞ୍ଜର ଟ୍ରେନ୍‌ଟି ଦୈନିକ ହାରାହାରି ୨ଜଣ ଯାତ୍ରୀ ଓ ୨୦ ଟଙ୍କା ଭଡାରେ ଚାଲିଛି। ସୂଚନା ଅଧିକାର ଆଇନ ଜରିଆରେ ଖୋଦ୍‌ ରେଳ ବିଭାଗ ପକ୍ଷରୁ ଉପରୋକ୍ତ ତଥ୍ୟ ଦିଆଯାଇଛି। ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ସ୍ଥାନୀୟ ଅମଲା ଭବନଠାରେ ଏକ ଖବରଦାତା ସମ୍ମିଳନୀ କରି ଉପରୋକ୍ତ ସୂଚନା ଦେଇଛନ୍ତି। ଗତବର୍ଷ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏହି ଟ୍ରେନ୍‌ ଲୋକାର୍ପଣ କରିଥିଲେ। ଉକ୍ତ ଲୋକାର୍ପଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ଏହି ପଛୁଆ ଅଞ୍ଚଳର ବିକାଶ ପାଇଁ ଯେଉଁ ଡିଣ୍ଡିମି ପିଟିଥିଲେ ଗୋଟିଏ ବର୍ଷ ପରେ ତାହା ଫମ୍ପା ପ୍ରତିଶ୍ରୁତି ଥିଲା ବୋଲି ପ୍ରମାଣିତ ହୋଇଥିବା କହିଛନ୍ତି।
ରେଳ ବିଭାଗର ତଥ୍ୟରୁ ଗତ ଏକବର୍ଷ ମଧ୍ୟରେ ବଲାଙ୍ଗୀର-ବିଛୁପାଲି ଟ୍ରେନରେ ଦୈନିକ ହାରାହାରି ମାତ୍ର ୨ ଜଣ ଯାତ୍ରୀ ଯାତ୍ରା କରୁଥିବା ଓ ଦୈନିକ ହାରାହାରି ମାତ୍ର ୨୦ ଟଙ୍କା ଯାତ୍ରୀ ଭଡା ମିଳୁଥିବା ସୂଚନା ଦେଇଥିଲେ। ରେଳପଥ ବିଛାଇବା କାର୍ଯ୍ୟକୁ ଅଣଦେଖା କରି ତରବରିଆ ଭାବେ ବର୍ଷେ ତଳେ ଏହି ଟ୍ରେନ ଚଳାଇ ଦେଇ କେବଳ ଦେଶର ରାଜସ୍ବରୁ ଅର୍ଥଶ୍ରାଦ୍ଧ କରାଯାଉଛି ବୋଲି ସୂଚନା ଅଧିକାର କର୍ମୀ ପଣ୍ଡା ଅଭିଯୋଗ କରିଛନ୍ତି। ଏହି ରେଳପଥରେ ଖୋର୍ଦ୍ଧା ଅର୍ଥାତ୍‌ ଶୂନ୍‌ କିଲୋମିଟର ପଏଣ୍ଟରୁ ୭୭.୩୦ କିମି ପଏଣ୍ଟ ନୟାଗଡ ଜିଲା ମହୀପୁର ପର୍ଯ୍ୟନ୍ତ ଟ୍ରେନ ଚଳାଚଳ କରୁଛି। ତେବେ ୯୦.୬୫ କିମି ପଏଣ୍ଟ ନୂଆଗଁା ପର୍ଯ୍ୟନ୍ତ ୨୦୨୧ ମସିହା ସୁଦ୍ଧା ରେଳ ଚଳାଚଳ କାର୍ଯ୍ୟକ୍ଷମ ହେବ। ନୂଆଗଁାରୁ ଦଶପଲ୍ଲା ପର୍ଯ୍ୟନ୍ତ ଅର୍ଥାତ୍‌ ୧୦୫. ୯୦ କିଲୋମିଟର ପଏଣ୍ଟ ପର୍ଯ୍ୟନ୍ତ ଏହି ରେଳଲାଇନ୍‌ ପହଞ୍ଚତ୍ବା ପାଇଁ ଡିସେମ୍ବର ମାସରେ ଟେଣ୍ଡର ପେପର ଖୋଲାଯାଇଛି। କିନ୍ତୁ ୨୦୨୧ ମସିହା ସୁଦ୍ଧା ଏହି ରେଳପଥକୁ ସମ୍ପୂର୍ଣ୍ଣ କରି କାର୍ଯ୍ୟକ୍ଷମ କରିବା ପାଇଁ କେନ୍ଦ୍ର ରେଳ ବିଭାଗ ଓ ରାଜ୍ୟ ସରକାର ମଧ୍ୟରେ ୨୦୧୫ ମସିହାରେ ରାଜିନାମା ସ୍ବାକ୍ଷର ହୋଇଥିଲା। ରେଳପଥର ପ୍ରାୟ ୫୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ୨୦୨୧ ମସିହା ସୁଦ୍ଧା ସମ୍ପୂର୍ଣ୍ଣ ହେବ। ଏହା ସମଗ୍ର ଦେଶର ଏକ ବିଳମ୍ବିତ ରେଳପ୍ରକଳ୍ପ ହୋଇଯାଇଛି। ଯେଭଳି ମନ୍ଥର ଗତିିରେ ରେଳଲାଇନ୍‌ ବିଛାଇବା କାମ ଚାଲିଛି ଏହା ସମ୍ପୂର୍ଣ୍ଣ ହେବାକୁ ଆଉ ପ୍ରାୟ ୧୦ ବର୍ଷ ସମୟ ଲାଗିଯିବ ବୋଲି ପଣ୍ଡା କହିଛନ୍ତି। ବିଛୁପାଲିଠାରୁ ସୋନପୁର ପର୍ଯ୍ୟନ୍ତ ଟେଣ୍ଡର ଗତ ମାସରେ ଖୋଲାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। କଳାହାଣ୍ଡି ୱାଗନ କାରଖାନା ପ୍ରସ୍ତାବକୁ ପିରିୟଡିକାଲ ଓଭର ହଲିଙ୍ଗ କାର୍ଯ୍ୟଶାଳାରେ ପରିଣତ କରି ମାତ୍ର ୧୮୬ କୋଟି ୩୭ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବା ମିଳିଥିବା ତଥ୍ୟରୁ ଜଣାପଡିଛି। ସେହିପରି ରାୟଗଡା ରେଳ ଡିଭିଜନ ପ୍ରସ୍ତାବ କେବଳ ପ୍ରସ୍ତାବରେ ସୀମିତ ରହିଥିବା ରେଳ ବିଭାଗ ସୂଚନାରୁ ଜଣାପଡିଛି ବୋଲି ପଣ୍ଡା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri