ନିଜ ବିକାଶ ନିଷ୍ପତ୍ତି ନେବେ ଆଦିବାସୀ

ଭୁବନେଶ୍ୱର,୧୪-୧(ବ୍ୟୁରୋ):ଆଦିବାସୀ ଗ୍ରାମକୁ ମିଳିବ କ୍ଷମତା। ସେମାନଙ୍କ ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ କ୍ଷେତ୍ର ଅକ୍ଷୁଣ୍ଣ ରହିବ। ସବୁକିଛି ନିଷ୍ପତ୍ତି ନେବ ଗ୍ରାମ ପରିଷଦ(କାଉନ୍‌ସିଲ)। ସେମାନଙ୍କ ଜୀବନଜୀବିକା, ପରମ୍ପରା ଓ କୌଳିକ ବୃତ୍ତିରେ ସରକାର କିମ୍ବା ସ୍ଥାନୀୟ ପ୍ରଶାସନ ହସ୍ତକ୍ଷେପ କରିବେ ନାହିଁ। ରାଜ୍ୟରେ ଥିବା ୧୪ଟି ଅନୁସୂଚିତ ଜନଜାତିବହୁଳ ଜିଲାରେ କାର୍ଯ୍ୟକାରୀ ହେବ ‘ପଞ୍ଚାୟତ ଏକ୍ସଟେନ୍‌ସନ ସିଡ୍ୟୁଲ୍‌ଡ ଏରିଆ’(ପେସା) ନିୟମ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପେସା ରୁଲ୍ସ-୨୦୧୯ ପ୍ରସ୍ତୁତ କରାଯାଇଛି। ହେଲେ ଅବକାରୀ ଅଧିକାରକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା। କାରଣ ମହୁଲି ଭାଟି ଓ ତତ୍‌ସମ୍ପର୍କିତ ବିଷୟ ଅବକାରୀ ବିଭାଗ ଅଧୀନରେ ରହିଛି। ଏହି ଅଧିକାର ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ହାତରେ ରହିବ ନା କାଉନ୍‌ସିଲ ଉପରେ ନ୍ୟସ୍ତ କରାଯିବ ସେନେଇ ସମ୍ପୃକ୍ତ ବିଭାଗର ମତାମତ ଲୋଡ଼ାଯାଇଥିଲା। ଏହି ସମସ୍ୟା ଦୂର ହେବାପରେ ଏକ ଚିଠା ବିଲ୍‌ ଆଇନ ବିଭାଗର ଅନୁମୋଦନ ଲାଭ କରଛି। ଏହି ରୁଲ୍ସର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇସାରିଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ପଞ୍ଚାୟତିରାଜ ବିଭାଗର ଜଣେ ଅଧିକାରୀ କହିଛନ୍ତି।
କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଆଦି ୭ ଜିଲାରେ ସମ୍ପୂର୍ଣ୍ଣ ପେସା ରୁଲ୍ସ ଲାଗୁହେବାକୁ ଥିବା ବେଳେ ସମ୍ବଲପୁର, କଳାହାଣ୍ଡି, ଗଞ୍ଜାମ, ଗଜପତି, ଦେବଗଡ଼, ବାଲେଶ୍ୱର, କେନ୍ଦୁଝର ଆଦି ଜିଲାରେ ଆଂଶିକ ଭାବେ କାର୍ଯ୍ୟକାରୀ ହେବ। ମୋଟ୍‌ ୧୨୨ ବ୍ଲକର ୨୦୬୮ଟି ପଞ୍ଚାୟତରେ ଏହା କାର୍ଯ୍ୟକାରୀ ହେବ। ଏହିସବୁ ପଞ୍ଚାୟତରେ ପ୍ରାୟ ୧୩ ହଜାର କାଉନ୍‌ସିଲ ଗଠନ କରାଯିବ। ପ୍ରତ୍ୟେକ ଅନୁସୂଚିତ ଜନଜାତି ଗ୍ରାମରେ ଗୋଟିଏ ଲେଖାଏ କାଉନ୍‌ସିଲ ରହିବ। ଗ୍ରାମସଭା ଦ୍ୱାରା ନିର୍ବାଚିତ ପ୍ରତ୍ୟେକ କାଉନ୍‌ସିଲ୍‌ରେ ଜଣେ ଅଧ୍ୟକ୍ଷ ଓ ୬ଜଣ ସଦସ୍ୟ ରହିବେ। ଏହି ପରିଷଦ ହାତରେ ଗ୍ରାମର ସମସ୍ତ ଦାୟିତ୍ୱ ନ୍ୟସ୍ତ ରହିବ। ଲଘୁ ବନଜାତ ଦ୍ରବ୍ୟ, ଖାଦ୍ୟଶସ୍ୟର ମୂଲ୍ୟ ନିର୍ଦ୍ଧାରଣ, କ୍ଷୁଦ୍ର ଜଳସେଚନ ଓ ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟକାରୀ, ହିତାଧିକାରୀ ଚୟନ, ଶିକ୍ଷାନୁଷ୍ଠାନ ଓ ଅଙ୍ଗନଓ୍ବାଡି ଆଦି ଅନୁଷ୍ଠାନର ପରିଚାଳନା ଏବଂ ଅନ୍ୟ ସ୍ଥାନୀୟ ବିଷୟରେ ଗ୍ରାମସଭା ପ୍ରସ୍ତାବ ଆଧାରରେ କାଉନ୍‌ସିଲ ନିଷ୍ପତ୍ତି ନେବ। ଏହାଦ୍ୱାରା ଆଦିବାସୀଙ୍କ ସଂସ୍କୃତି, ପରମ୍ପରା, ଜୀବିକା ସୁରକ୍ଷିତ ରହିବା ସହ ଜଳ, ଜମି, ଜଙ୍ଗଲଗୁଡ଼ିକର ମଧ୍ୟ ସୁରକ୍ଷା ହୋଇପାରିବ। ଜଙ୍ଗଲ ଅଧିକାର ବିଷୟରେ ମଧ୍ୟ ଗ୍ରାମ ପରିଷଦ ନିଷ୍ପତ୍ତି ନେବ।
ପେସା ଆଇନ କାର୍ଯ୍ୟକାରୀ ହେବାକୁ ଥିବା ପଞ୍ଚାୟତଗୁଡ଼ିକର କୌଣସି କ୍ଷମତା ରହିବ ନାହିଁ। କେନ୍ଦ୍ର ସରକାର ୧୯୯୬ରେ ପେସା ଆଇନ କାର୍ଯ୍ୟକାରୀ କରିଛନ୍ତି। ବିଭିନ୍ନ ପ୍ରକଳ୍ପ ଯୋଗୁ ଆଦିବାସୀମାନଙ୍କୁ ସେମାନଙ୍କ ମୂଳ ବସତିରୁ ବିସ୍ଥାପିତ ହେବାକୁ ପଡୁଛି। ଅଚାନକ ପରିବର୍ତ୍ତନକୁ ସେମାନେ ଗ୍ରହଣ କରିପାରୁନାହାନ୍ତି। ଜଙ୍ଗଲ ଛାଡ଼ି ଅନ୍ୟତ୍ର ଚାଲିଯାଉଛନ୍ତି। ଫଳରେ ଯେତେ ଯୋଜନା କଲେ ମଧ୍ୟ ଆଦିବାସୀମାନଙ୍କର ବିକାଶ ହୋଇପାରୁନାହିଁ। ସେମାନଙ୍କ ଜରିଆରେ ସେମାନଙ୍କର ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ବିକାଶ କରିବା ପେସା ଆଇନର ମୂଳ ଲକ୍ଷ୍ୟ। ୧୧ଟି ଆଦିବାସୀବହୁଳ ରାଜ୍ୟରେ ପେସା ଆଇନ ଲାଗୁ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଥିଲେ। ହେଲେ ଦୀର୍ଘ ୨୩ ବର୍ଷ ପରେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିନାହିଁ।
ରାଜ୍ୟ ସରକାର ଦୀର୍ଘବର୍ଷ ପରେ ପେସା ରୁଲ୍ସ ଆଣିବାକୁ ଉଦ୍ୟମ କରୁଥିଲେ ମଧ୍ୟ ତାହାର କାର୍ଯ୍ୟକାରିତା ନେଇ ଆଶଙ୍କା ଦେଖାଦେଇଛି। ଅନୁସୂଚିତ ଅଞ୍ଚଳର ପଞ୍ଚାୟତଗୁଡ଼ିକରେ ୫୦ ପ୍ରତିଶତ ଆଦିବାସୀଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ତେବେ ଏହି ନୂଆ ପେସା ରୁଲ୍ସ କାର୍ଯ୍ୟକାରୀ ହେଲେ ସେହିସବୁ ପଞ୍ଚାୟତର କୌଣସି ଭୂମିକା ରହିବ ନାହିଁ। ପୁଣି ସମ୍ପୃକ୍ତ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ ହେବ କି ନାହିଁ ସେନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେବ। ସରକାର ପେସା ରୁଲ୍ସକୁ ଯଦି କଡ଼ାକଡ଼ି ଲାଗୁ କରିବେ, ତେବେ ଅନୁସୂଚିତ ଅଞ୍ଚଳରେ ସରପଞ୍ଚଙ୍କର କୌଣସି କ୍ଷମତା ରହିବ ନାହିଁ। ଏ ନେଇ ପଞ୍ଚାୟତସ୍ତରରେ ବିଦ୍ରୋହ ହେବାର ଆଶଙ୍କା ରହିଛି।
ଆଦିମ ଏବଂ ବିଲୁପ୍ତ ହେବାକୁ ବସିଥିବା କେତେକ ଆଦିବାସୀ ସ୍ବାଧୀନତା ପରଠାରୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହୋଇଚାଲିଛନ୍ତି। ପେସା ରୁଲ୍ସ ଲାଗୁକରି ସରକାର ତୃଣମୂଳସ୍ତରରୁ ବିଭିନ୍ନ ବର୍ଗର ଅବହେଳିତ ଆଦିବାସୀଙ୍କ ବିକାଶ କରିବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ଏହି ରୁଲ୍ସ କିପରି ଲାଗୁ ହେବ ତାହା ଉପରେ ରହିଛି ନଜର। ପଞ୍ଚାୟତିରାଜ ବିଭାଗର ଜଣେ ଅଧିକାରୀଙ୍କ କହିବା କଥା ହେଲା, ଓଡ଼ିଶା ପ୍ରଥମ ରାଜ୍ୟ, ଯେକି ଆଦିବାସୀବହୁଳ ଜିଲାରେ ଆଦିବାସୀମାନଙ୍କୁ ପଞ୍ଚାୟତସ୍ତରରେ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri