ଜୟପୁର,୧୪।୧(ଡି.ଏନ୍.ଏ.) କୋରାପୁଟ ଜିଲା ଜୟପୁର ବ୍ଲକ ଅଧୀନ ଜାମୁଣ୍ଡା ପଞ୍ଚାୟତର ସଦର ମହକୁମାସ୍ଥିତ ମା’ ମୁତ୍ୟାଲୁମା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କୃତ ହେବ। ଆସନ୍ତା ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱରଠାରେ ରାଜ୍ୟପାଳ ଏହି ସଫଳ ସ୍ବୟଂ ସହାୟକ ଗୋଷ୍ଠୀକୁ ପୁରସ୍କୃତ କରିବେ। ଏନେଇ ସରକାରଙ୍କ ପକ୍ଷରୁ ପତ୍ର ମାଧ୍ୟମରେ ଜିଲା ପ୍ରଶାସନକୁ ସୂଚନା ଦିଆଯାଇଛି । ଏହି ଏସ୍ଏଚ୍ଜି ମୁଖ୍ୟତଃ ଗ୍ରାମର ପଞ୍ଚାୟତ ପୋଖରୀରେ ଦୁଇବର୍ଷ ହେଲାଣି ମାଛ ଚାଷ କରୁଥିବା ବେଳେ ଏହାକୁ ବଜାରରେ ବିକ୍ରି କରିବା ସହିତ ଆୟ ବୃଦ୍ଧି କରିଛନ୍ତି । ଫଳରେ ଏସ୍ଏଚ୍ଜିର ଆର୍ଥତ୍କ ସ୍ଥିତି ସୁଦୃଢ଼ ହୋଇପାରିଛି । ତେଣୁ ଚଳିତ ୨୦୧୯-୨୦ ବର୍ଷର ଖରିଫ ଧାନ ମଣ୍ଡିରେ ସରକାରଙ୍କ ପକ୍ଷରୁ କ୍ରୟକାରୀ ସଂସ୍ଥା ଭାବେ ଏହି ଗୋଷ୍ଠୀ ଭାଗ ନେବାକୁ ଯୋଗ୍ୟ ହୋଇଛି। ଜାମୁଣ୍ଡା ପଞ୍ଚାୟତରେ ୩୯୫ ଜଣ ଚାଷୀଙ୍କ ପଞ୍ଜିକରଣ କରାଯାଇଛି। ଏଥିମଧ୍ୟରୁ ୩୪୭ ଜଣ ଚାଷୀ ଅଦ୍ୟାବଧି ୩୫ ହଜାର ୫୫୫ କୁଇଣ୍ଟାଲ ୫୩ କିଲୋଗ୍ରାମ ଧାନ ବିକ୍ରି କରିସାରିଛନ୍ତି। ରାଜ୍ୟସ୍ତରୀୟ ପୁରସ୍କାର ପାଇଁ ଚୟନ ହୋଇଥିବା ଯୋଗୁ ରାଜ୍ୟ ସରକାରଙ୍କୁ ସଭାପତି, ସଂପାଦକ ଏବଂ ସଦସ୍ୟମାନେ ଧନ୍ୟବାଦ ଦେଇଛନ୍ତି। ଆଗାମୀ ଦିନରେ ଏହି ଏସ୍ଏଚ୍ଜିକୁ ସରକାର ଏବଂ ପ୍ରଶାସନ ଯେଉଁ ଦାୟିତ୍ୱ ଦେବେ, ତାହାକୁ ପାଳନ କରିବା ସହ ଅନ୍ୟ ସରକାରୀ ଯୋଜନାରେ ମଧ୍ୟ ସେମାନେ ସାମିଲ ହେବେ ବୋଲି ସଭାପତି ସୁଜାତା ପାଣିଗ୍ରାହୀ କହିଛନ୍ତି।
ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ
ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...
ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...
ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ
ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...
ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା
କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍...
ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”
ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...
ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…
ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...
ରାୟପୁର-ଭାଇଜାଗ୍ କରିଡର: ଓଡ଼ିଶା ସମେତ ୩ ରାଜ୍ୟରେ ଆଣିବ ବିକାଶର ଧାରା
ଭୁବନେଶ୍ୱର,୭ା୧୨: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ନିର୍ମାଣାଧୀନ ୬-ଲେନ୍ ବିଶିଷ୍ଟ ରାୟପୁର–ବିଶାଖାପାଟଣା ଅର୍ଥନୈତିକ କରିଡର ଆଗାମୀ ଦିନରେ ଓଡ଼ିଶା ସମେତ ତିନୋଟି...
ବାରବାଟୀ T20: ମ୍ୟାଚ୍ ଦେଖବାକୁ ଆସୁଥିଲେ ଏସବୁ ସ୍ଥାନରେ କରନ୍ତୁ ପାର୍କିଂ
କଟକ,୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ବାରବାଟୀରେ ଆୟୋଜିତ ହେବାକୁ ଥିବା T20 ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ଦଳକୁ କଡ଼ା...
Archives


