ଏଇ ଭାରତରେ

ଖୁବ୍‌ କମ୍‌ ବୟସରେ ନିଷ୍ଠା ଓ ଇଚ୍ଛାଶକ୍ତି ବଳରେ ସଚେତନତା ଧର୍ମୀ କାର୍ଯ୍ୟ କରି ସମାଜକୁ ନୂଆ ବାର୍ତ୍ତା ଦେଇଛନ୍ତି ଚେନ୍ନାଇର ଦୁଇ ଭାଇ ଜୟ ଓ ପ୍ରୀତ୍‌। ଏମାନଙ୍କୁ ଏବେ ବୟସ ଯଥାକ୍ରମେ ୧୭ ଓ ୧୩ । ଚେନ୍ନାଇକୁ ପଲିଥିନମୁକ୍ତ କରିବା ସହ ଅସହାୟ ମହିଳାଙ୍କୁ ରୋଜଗାର ଯୋଗାଇ ଦେଇଛନ୍ତି ଏମାନେ। ତାମିଲନାଡୁ ସରକାର ଗତବର୍ଷ ଜାନୁୟାରୀରୁ ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ବନ୍ଦ କରିବା ପୂର୍ବରୁ ଜୟ ଓ ପ୍ରୀତ୍‌ ପଲିଥିନ ବ୍ୟାଗ୍‌ ବିରୋଧରେ ଅଭିଯାନ ଆରମ୍ଭ କରିସାରିଥିଲେ। ଦୁଇଭାଇ ପ୍ଲାଷ୍ଟିକ ବ୍ୟାଗ୍‌ ବଦଳରେ ଦୋକାନୀମାନଙ୍କୁ କପଡ଼ା ବ୍ୟାଗ୍‌ ଫ୍ରି ଦେବା ଆରମ୍ଭ କରି ବର୍ଷକ ମଧ୍ୟରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟାଗ୍‌ ବାଣ୍ଟି ସାରିଲେଣି। ଚେନ୍ନାଇର ଏକ ବୃଦ୍ଧାଶ୍ରମରେ ଧନ୍ଦାମୂଳକ ଶିକ୍ଷା ଲାଭ କରିଥିବା ମହିଳାମାନଙ୍କୁ ବ୍ୟାଗ୍‌ ସିଲାଇ କରିବା ପାଇଁ ନିୟୋଜିତ କରିଛନ୍ତି । ବ୍ୟାଗ୍‌ ପାଇଁ ଏମାନେ ଚେନ୍ନାଇର ବିଭିନ୍ନ ହୋଟେଲରୁ ପୁରୁଣା ବେଡ୍‌ସିଟ୍‌ ସଂଗ୍ରହ କରୁଛନ୍ତି। ତାଙ୍କର ଏହି କାର୍ଯ୍ୟ ସମ୍ପର୍କରେ ଲୋକମାନଙ୍କୁ ଜଣାଇବା ଲାଗି ସୋସିଆଲ ମିଡିଆ ବ୍ୟବହାର ନ କରି ସ୍କୁଲ୍‌ ସାଙ୍ଗ, ପଡୋଶୀ ଓ ହୋଟେଲଗୁଡିକର ସାହାଯ୍ୟ ଲୋଡୁଛନ୍ତି। ବେଡ୍‌ସିଟକୁ ଭଲ ଭାବେ ସଫା କରି ଆଇରନ୍‌ ଦେଇ ହୋଟେଲଗୁଡିକ ଏମାନଙ୍କୁ ଦେଉଛନ୍ତି। ବ୍ୟାଗ୍‌ ତିଆରି ଲାଗି ସାଇଜ୍‌ ଅନୁସାରେ ୩ରୁ ୫ ଟଙ୍କା ଖର୍ଚ୍ଚ ହେଉଛି । ଏଗୁଡିକୁ ଫ୍ରିରେ ଦିଆଯାଉଥିଲେ ବି ଯେଉଁମାନେ ଏ ବାବଦରେ ଟଙ୍କା ଦେଉଛନ୍ତି ତାହାକୁ ସିଲେଇ କରୁଥିବା ମହିଳାମାନଙ୍କୁ ଦିଆଯାଉଛି ବୋଲି କୁହନ୍ତି ଏମାନଙ୍କ ମା’ ବର୍ଷା। ଏମାନଙ୍କୁ ଅନୁଦାନ ବାବଦରେ ମିଳିଥିବା ୩.୫ ଲକ୍ଷ ଟଙ୍କା ଦୃଷ୍ଟିହୀନମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡିକୁ ଦାନ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri