୧ମ ଜାତୀୟ ସଂହତି ଶିବିର ଓ ପଞ୍ଚବିଂଶ ସ୍କାଉଟ୍ସ, ଗାଇଡ୍ସ ମେଳା :‘ଯୁଦ୍ଧର ଭୟ ବେଳେ ଶିବିର ଗୁରୁତ୍ୱପୂର୍ଣ୍ଣ’

ଜଗତ୍‌ସିଂହପୁର ଅଫିସ୍‌,୧୩ା୧: ମାନବ ସମ୍ବଳର ସଫଳ ପରିଚାଳନାରେ ଯେଉଁ ଦେଶ ଯେତେ ପାରଙ୍ଗମ ସେ ଦେଶ ସେତେ ସମୃଦ୍ଧ। ସାମ୍ପ୍ରତିକ ବିଶ୍ୱରେ ଏବେ ଏକ ଯୁଦ୍ଧର ବିଭୀଷିକା ଭିତ୍ତି ସଞ୍ଚାର କରୁଛି। ଏ ପରିସ୍ଥିତିରେ ଜାତୀୟ ସଂହତି ବଜାୟ ରଖିବା ଜରୁରୀ। ରବିବାର ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀ ପରିସରରେ ଚାଲିଥିବା ୧ମ ଜାତୀୟ ସଂହତି ଶିବିର ଓ ପଞ୍ଚବିଂଶ ସ୍କାଉଟ୍ସ ଏବଂ ଗାଇଡ୍ସ୍‌ ମେଳାର ୪ର୍ଥ ଦିବସ (ପୁରସ୍କାର ବିତରଣ ଉତ୍ସବ)ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜଗତ୍‌ସିଂହପୁର ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି ଏହା କହିଛନ୍ତି। ସେ କହିଥିଲେ, ଜଗତ୍‌ସିଂହପୁରରେ ଆୟୋଜନ ହୋଇଥିବା ଏଭଳି କାର୍ଯ୍ୟକ୍ରମ ଆମ ପିଲାଙ୍କ ଭିତରେ ଦେଶପ୍ରେମ ଜାଗ୍ରତ କରିବା ସଙ୍ଗେସଙ୍ଗେ ଭାରତୀୟ ଜାତୀୟ ସଂହତି ବଜାୟ ରଖିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ହେବ।
ଜିଲା ସ୍କାଉଟ୍ସ, ଗାଇଡ୍ସ ମୁଖ୍ୟ କମିଶନର ତଥା ଜିଲା ଶିକ୍ଷା ଅଧିକାରୀ ପ୍ରତିଭା ମଞ୍ଜରୀ ଦାସଙ୍କ ପୌରୋହିତ୍ୟରେ ସଭା ଆୟୋଜନ ହୋଇଥିଲା। ଏଥିରେ ସ୍କାଉଟ୍ସ, ଗାଇଡ୍ସ୍‌ ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି କାଳିପ୍ରସାଦ ମିଶ୍ର ଯୋଗଦେଇ କହିଥିଲେ, ଜଗତ୍‌ସିଂହପୁରରେ ଏଭଳି ଶିବିର ଆୟୋଜନ ଏକ ନିଆରା ବାର୍ତ୍ତା ଦେଇଛି। ଗତ ୯ ତାରିଖରେ ଶିବିର ଉଦ୍‌ଘାଟିତ ହୋଇଥିଲା। ସେ ଦିନ ଗାନ୍ଧୀ ୧୫୦ ଫଟୋ ପ୍ରଦର୍ଶନୀ ବେସ୍‌ ଆକର୍ଷଣୀୟ ହୋଇଥିଲା। ଏହି ଫଟୋ ପ୍ରଦର୍ଶନୀ ମାଧ୍ୟମରେ ଅହିଂସା ପରମ ଧର୍ମର ବାର୍ତ୍ତା ଯାଇଥିଲା। ସେହିପରି ୧୧ ତାରିଖରେ ଜୟ ଯବାନ ଜୟ କିଶାନର ନାରା ମାଧ୍ୟମରେ ଶାସ୍ତ୍ରୀଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ୧୨ରେ ସ୍ବାମୀ ବିବେକାନନ୍ଦଙ୍କ ବାଣୀ ମାଧ୍ୟମରେ ଜିଲାର ସ୍କାଉଟ୍ସ ସଙ୍ଗଠନ ପିଲାଙ୍କ ଭିତରେ ଜାତୀୟ ଚେତନା ସୃଷ୍ଟି କରାଯିବାକୁ ପ୍ରୟାସ ହୋଇଛ। କାର୍ଯ୍ୟକ୍ରମରେ ପୂର୍ବତନ ଏମ୍‌ପି ଡ. ପ୍ରସନ୍ନ କୁମାର ପାଟଶାଣୀ ଯୋଗଦେଇ ଜଗତ୍‌ସିଂହପୁର ଜିଲାର ଗୁରୁତ୍ୱ ସମ୍ପର୍କରେ ବଖାଣି ଥିଲେ। ସେ ଜାତି ପିରତି ବଡ ଗହନ କଥା କବିତା ଛଳରେ ଉପସ୍ଥାପନ କରି ଉପସ୍ଥିତ ଶ୍ରୋତାଙ୍କୁ ଆକର୍ଷିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସ୍କାଉଟ୍ସ ଓ ଗାଇଡ୍ସ ରାଜ୍ୟ ସଭାପତି ବିଷ୍ଣୁଚରଣ ଦାସ, କମିଶନର ଡ. ଧ୍ରୁବଚରଣ ପରିଡ଼ା, ଏସ୍‌. କେ. ଏକାଡେମୀ ପ୍ରଧାନଶିକ୍ଷକ ପ୍ରମୋଦ କର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ସ୍କାଉଟ୍ସ୍‌, ଗାଇଡ୍ସ୍‌ ଜିଲା ସମ୍ପାଦକ ସୁଭାଷ ଚନ୍ଦ୍ର ରାଉତ ଅତିଥି ପରିଚୟ, ସ୍ବାଗତ ଭାଷଣ ଓ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ଚନ୍ଦନ ବେହେରା ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗରେ ଶ୍ରେଷ୍ଠତ୍ୱ ଅର୍ଜନ କରିଥିବା ସ୍କାଉଟ୍ସ, ଗାଇଡ୍ସ୍‌ଙ୍କୁ ପ୍ରମାଣପତ୍ର ଓ ଟ୍ରଫି ସହ ସମ୍ମାନିତ କରାଯାଇଥିଲା। ଜିଲାର ଶ୍ରେଷ୍ଠ ସ୍କାଉଟ୍ସ୍‌ ଟ୍ରୁପ ଭାବେ ଓଡ଼ିଶୋସ୍ଥିତ କୁତାମଚଣ୍ଡୀ ବିଦ୍ୟାପୀଠ ଓ ଶ୍ରେଷ୍ଠ ଗାଇଡ୍ସ୍‌ କମ୍ପାନୀ ଭାବେ ରସଲପୁର ଉଚ୍ଚ ବିଦ୍ୟାଳୟକୁ ମୁଖ୍ୟଅତିଥି ସମ୍ବର୍ଦ୍ଧିତ କରିଥିଲେ। ଏହିଅବସରରେ ସ୍କାଉଟ୍ସ, ଗାଇଡ୍ସ୍‌ ମୁଖପତ୍ର ସ୍ମୃତି ଆରାଧନା ଉଦ୍‌ଘାଟିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri