Posted inଖେଳ

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ପ୍ରିୟଙ୍କା, ଯତୀନ, ଅସମିଙ୍କ ସ୍ବର୍ଣ୍ଣ ଅଭିଯାନ ଜାରି

ଗୁଆହାଟୀ,୧୨।୧(ପି.ଟି.)- ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଆଥଲେଟିକ ଷ୍ଟାଡିୟମରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସରେ ମହାରାଷ୍ଟ୍ର ଜିମ୍ନାଷ୍ଟ ଅସ୍‌ମି ଅଙ୍କୁଶ ବଡାଡେ ଓ ଉତ୍ତରପ୍ରଦେଶର ଯତୀନ କୁମାର କାନୋଜିଆ ଦମ୍‌ଦାର ପ୍ରଦର୍ଶନ କରି ସ୍ବର୍ଣ୍ଣ ଅଭିଯାନ ଜାରି ରଖିଛନ୍ତି। ଶନିବାର ଏହି ଦୁଇ ଖେଳାଳି ବ୍ୟକ୍ତିଗତ ଭାବେ ୩ଟି ଲେଖାଏ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।
ପ୍ରଥମ ଦିବସରେ ଷ୍ଟାର ପରଫର୍ମର ଥିଲେ ପ୍ରିୟଙ୍କା ଦାସଗୁପ୍ତା। ସେ ମୋଟ ୪ଟି ସ୍ବର୍ଣ୍ଣ ପଦକ ହାସଲ କରି ଏପର୍ଯ୍ୟନ୍ତ ସଫଳତମ ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ଆଥଲେଟିକ ପ୍ରତିଯୋଗିତା ଆରମ୍ଭ ହେବା ମାତ୍ରେ ୪ଟି ମିଟ୍‌ ରେକର୍ଡ ସୃଷ୍ଟି ହୋଇଥିଲା ଓ ଏହା ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରିଥିଲା।
ମଧ୍ୟପ୍ରଦେଶର ଅର୍ଜୁନ ଓ୍ବାସ୍‌କାଲ ୧୭ ବର୍ଷରୁ କମ ୩୦୦୦ମି ରେସ୍‌ର ବିଜୟୀ ହୋଇଥିଲେ। ୧୭ ବର୍ଷରୁ କମ୍‌ ଜାଭେଲିନ ଥ୍ରୋ’ରେ ବିବେକ କୁମାର ବାଜି ମାରିଥିଲେ। ସକାଳେ ସେ ୧୮ଟିରୁ ୭ଟି ପଦକ ଜିତିଥିଲେ। ସେହିପରି ୨୧ ବର୍ଷରୁ କମ୍‌ ୫୦୦୦ ମି. ରେସ୍‌ରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା। ଗତଥରର ଚାମ୍ପିୟନ ଅଜିତ କୁମାର ଏହି ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଥିବା ବେଳେ ସୁନୀଲ ଦଓ୍ବାର ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ। ଅଜିତ୍‌ ଏକ ସେକେଣ୍ଡର ୧୦୦ ଭାଗରୁ ଭାଗେ କମ୍‌ ସମୟ ନେଇ ବାଜି ମାରିଥିଲେ। ସେ ମୋଟ ଉପରେ ୧୪: ୩୯.୯୯ ସେକେଣ୍ଡ ସମୟ ନେଇ ନୂଆ ମିଟ୍‌ ରେକର୍ଡ କରିଛନ୍ତି।
୨୧ ବର୍ଷରୁ କମ୍‌ ୫୦୦୦ମି. ବାଳିକା ରେସ୍‌ରେ ଉତ୍ତରାଖଣ୍ଡର ଅଙ୍କିତା ୧୬: ୩୮.୭୫ ସମୟ ନେଇ ନୂଆ ମିଟ୍‌ ରେକର୍ଡ କରିବା ସହ ସ୍ବର୍ଣ୍ଣ ହାତେଇଛନ୍ତି। ଭୋଗେଶ୍ୱରୀ ଫୁଲକାନାନି ଇନ୍‌ଡୋର ଷ୍ଟାୟିୟମରେ ଯତୀନ କୁମାର କାନୋଜିଆ ପାରାଲାଲ ବାର୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ଗୁରୁବାର ବାଳକ ୧୭ ବର୍ଷରୁ କମ୍‌ ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସରେ ମଧ୍ୟ ସ୍ବର୍ଣ୍ଣ ଜିତିଥିଲେ। ୩ଟି ସ୍ବର୍ଣ୍ଣ ସହ ସେ ପ୍ରତିଯୋଗିତାରେ ୫ଟି ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି।
ମହାରାଷ୍ଟ୍ରର ଅସମି ଅଙ୍କୁଶ ବଡାଡେ ବାଳିକା ୧୭ ବର୍ଷରୁ କମ୍‌ ରିଦିମିକ୍‌ ଜିମ୍ନାଷ୍ଟିକ୍ସରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ସେ ବଲ୍‌ ଓ ରୋପ୍‌ ରୁଟିନ୍‌ରେ ୩ଟି ଯାକ ଇଭେଣ୍ଟରେ ସ୍ବର୍ଣ୍ଣ ହାସଲ କରିଛନ୍ତି। ସେହିପରି ଆସାମର ଉପାସା ତାଲୁକଦାର ଓ ମହରାଷ୍ଟ୍ରର ଶ୍ରେୟା ପ୍ରବୀନ ଭଙ୍ଗାଲେ ଏହି ଇଭେଣ୍ଟରେ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ୍‌ ପଦକ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri