୧୫ ଗ୍ରାମ୍‌ ବ୍ରାଉନ ସୁଗାର ଜବତ: ଜଣେ ଗିରଫ

ସିମୁଳିଆ,୧୧।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରୁ ୧୫ ଗ୍ରାମ ୭୦୦ ମିଲିଗ୍ରାମ ବ୍ରାଉନ ସୁଗାରକୁ ପୋଲିସ ଜବତ କରିଛି। ଉକ୍ତ ଅଞ୍ଚଳର ଉପେନ୍ଦ୍ର ସୂତାର ଓରଫ ପେଟୁ (୫୦) ନାମକ ଜଣେ ପରିବା ଦୋକାନୀଙ୍କ ନିକଟରୁ ଏହି ବ୍ରାଉନ ସୁଗାର ଜବତ କରାଯିବା ସହ ପୋଲିସ ତାଙ୍କୁ ଗିରଫ କରିଛି । ଉପେନ୍ଦ୍ର ବାଉନ୍‌ ସୁଗାର କାରବାର କରୁଥିବା ପୋଲିସ ସୂଚନା ପାଇଥିଲା। ପରେ ଶୁକ୍ରବାର ରାତିରେ ଡିଏସ୍‌ପି ମନୋଜ କୁମାର ରାଉତଙ୍କ ସମେତ ସିମୁଳିଆ ପୋଲିସ ଚଢ଼ାଉ କରି ମଇତାପୁର ଛକରୁ ଉପେନ୍ଦ୍ରଙ୍କୁ ଧରିଥିଲା । ତାଙ୍କ ନିକଟରୁ ବ୍ରାଉନ ସୁଗାର ସମେତ ନଗଦ ୧୪ ହଜାର ୨୭୦ ଟଙ୍କା ଓ ଏକ ମୋବାଇଲ ମଧ୍ୟ ଜବତ ହୋଇଛି । ଶନିବାର ମାଜିଷ୍ଟ୍ରେଟ୍‌ ରୂପେ ତହସିଲଦାର ରବିନାରାୟଣ ସାହୁ ଥାନାରେ ପହଞ୍ଚି ଅଭିଯୁକ୍ତଙ୍କ ବୟାନ ସଂଗ୍ରହ କରିଥିଲେ । ତେବେ ତାଙ୍କୁ ଜଣେ ମହିଳା ଏହା ଯୋଗାଉଥିବାର ଉପେନ୍ଦ୍ର ସୂଚନା ଦେଇଛନ୍ତି। ପୋଲିସ କେସ୍‌ ନଂ.୧୦/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ପର୍ଶୁରାମ ସାହୁ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନେଟ୍‌ଓ୍ବର୍କ ନାହିଁ ତ ଭୋଟ୍‌ ନାହିଁ ଲେଖି ଗାଁରେ ପୋଷ୍ଟର ମାରିଲେ ଗ୍ରାମବାସୀ

ଖଲ୍ଲିକୋଟ,୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କନକା ଗ୍ରାମରେ ନାହିଁ ମୋବାଇଲ ନେଟ୍‌ଓ୍ବର୍କ। ଆଜିର ସମୟରେ ସାଧାରଣ ଜୀବନରେ ମୋବାଇଲ ଅପରିହାର୍ଯ୍ୟ...

ସୂଚନାଦାତା ସନ୍ଦେହରେ ଯୁବକଙ୍କୁ ମାଓବାଦୀଙ୍କ ଆକ୍ରମଣ

ମାଲକାନଗିରି,୮ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ନାରାୟଣପୁରରେ ମାଓବାଦୀମାନେ ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଗୁରୁତର ଅବସ୍ଥାରେ ଆହତ ବ୍ୟକ୍ତିଙ୍କୁ ସୁରକ୍ଷା କର୍ମୀମାନେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।...

ଆତ୍ମସମର୍ପଣ କଲେ ୩ ମାଓବାଦୀ

ମାଲକାନଗିରି, ୮ା୫(ଦୁଯେର୍ର୍‌ୟାଧନ ପାତ୍ର):  ଛତିଶଗଡ଼ ଦାନ୍ତେୱାଡା ଜିଲା ପୋଲିସ ନିକଟରେ ୩ ମାଓବାଦୀ ବୁଧବାର ଆତ୍ମସମର୍ପଣ କରିଛନ୍ତି। ସୂଚନାନୁଯାୟୀ, ହିଂସାର ବାଟ ଛାଡି ସମାଜର ମୁଖ୍ୟ...

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

ମାଲକାନଗିରି,୮ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଖଇରପୁଟରେ ବୁଧବାର ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଭାଜପା କର୍ମୀମାନେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ମୁଦୁଲିପଡ଼ା...

୧୫ ମିନିଟ୍‌ ଅନ୍ଧାରରେ ରହିଲା ଶ୍ରୀମନ୍ଦିର

ପୁରୀ,୮ା୫: ଶ୍ରୀମନ୍ଦିର ବୁଧବାର ରାତିରେ ୧୫ ମିନିଟ୍‌ ପର୍ଯ୍ୟନ୍ତ ଅନ୍ଧକାରରେ ରହିଥିଲା। ପାଓ୍ବାର କଟ୍‌ ହେବାରୁ ୧୫ରୁ ୨୦ ମିନିଟ୍‌ ଧରି ଶ୍ରୀମନ୍ଦିର ଅନ୍ଧାର ହୋଇଯାଇଥିଲା।...

ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ମଦ ଉପରେ ଲାଗିବ ବ୍ୟାନ୍: ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼,୮ା୫(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ମଦ ଉପରେ ଲାଗିବ ବ୍ୟାନ୍। ବୁଧବାର ଦେବଗଡ ଜିଲାର ତିଲେଇବଣି ଖେଳ ପଡିଆଠାରେ ଆୟୋଜିତ ଭାଜପାର...

ରାଜନୀତି ସରଗରମ: ଆଉ ୫ ଦିନ ପରେ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

କେସିଙ୍ଗା,୮ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା କ୍ଷେତ୍ରର କେସିଙ୍ଗା ବ୍ଳକରେ ରାଜନୈତିକ ଉଷ୍ମତା ବଢ଼ିଚାଲିଛି। ଆସନ୍ତା ୧୩ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ...

ପୋଖରୀରୁ ଅଚିହ୍ନା ମୃତଦେହ ଜବତ: ହୁଡ଼ାରେ ରହିଛି ବ୍ୟାଗ୍‌, ଆଶାବାଡ଼ି

ଖଲ୍ଲିକୋଟ,୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣଶରଣପୁର ପଞ୍ଚାୟତର ପଣ୍ଡିତ ଗାଁ ଚଟିବନ୍ଧରୁ ଜଣେ ଅଚିହ୍ନା ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri