ପୁରୁଣା ଜିନିଷ ନୂଆ ରୂପ

ଛୋଟ ହେଉ କିମ୍ବା ବଡ଼, ଏଠାରେ ପ୍ରତି ସାମଗ୍ରୀରେ ଝଲସୁଛି କାରିଗରଙ୍କ ହସ୍ତକଳାର ନୈପୁଣ୍ୟତା। ସାଧାରଣ ମଣିଷର କଳ୍ପନା ବାହାରେ ଏମାନେ ସୃଷ୍ଟି କରିଛନ୍ତି ଗୋଟିଏକୁ ବଳି ଆଉ ଗୋଟିଏ ଜିନିଷ। ଘର ସଜ୍ଜା ସାମଗ୍ରୀ ହେଉ କି ଘରକରଣା ସାମଗ୍ରୀ, କିଛି ନୂଆ କରିବାର ଆଗ୍ରହ ଏମାନଙ୍କୁ ଦେଇଛି ଏକ ନୂଆ ପରିଚୟ। ଏପରି କିଛି ନିପୁଣ କାରିଗରଙ୍କୁ ଦେଖିବାକୁ ମିଳିଛି ଓରମାସ୍‌ ପକ୍ଷରୁ ସ୍ଥାନୀୟ ପ୍ରଦର୍ଶନୀ ପଡିଆଠାରେ ଚାଲିଥିବା ‘ଶିଶିର ସରସ ମେଳା’ରେ। ଏଇଠି ପ୍ରତିଫଳିତ ହୋଇଛି ଭାରତର ଗ୍ରାମୀଣ କଳାକୃତି ଓ ହସ୍ତଶିଳ୍ପର ଝଲକ। ମହିଳା ଶିଳ୍ପୀ ହୁଅନ୍ତୁ କି ପୁରୁଷ ଶିଳ୍ପୀ, ସମସ୍ତଙ୍କ ହାତରେ ରହିଛି ଯାଦୁକରି କାରିଗରି ଶୈଳୀ।

ଫେରିଛି ଟ୍ରାଇବାଲ୍‌ ଜୁଏଲେରି ଟ୍ରେଣ୍ଡ୍‌

ନୂଆ ନୂଆ ଟ୍ରେଣ୍ଡ ଆସୁଛି ଫ୍ୟାଶନ ଇଣ୍ଡଷ୍ଟ୍ରିରେ ସାମିଲ ହେଉଛି। ହେଲେ ଓଲ୍ଡ ଇଜ୍‌ ଗୋଲ୍ଡରେ ବିଶ୍ୱାସ ରଖୁଥିବା ଫ୍ୟାଶନ ଇଣ୍ଡଷ୍ଟ୍ରି ପାରମ୍ପରିକରେ ଆଧୁନିକତାର ଫ୍ୟୁଜନ୍‌ ଦେଇ ଆବିଷ୍କାର କରୁଛି ଏକାଧିକ ଷ୍ଟାଇଲ ଷ୍ଟେଟ୍‌ମେଣ୍ଟ। ଯେଉଁଥିରେ ଏବେ ସବୁଠାରୁ ଆଗରେ ରହିଛି ଟ୍ରାଇବାଲ୍‌ ଓ ବୋହୋ ଜୁଏଲେରି। ଶାଢି, ସାଲଓ୍ବାର୍‌ ସୁଟ୍‌ କି ଲେହେଙ୍ଗା ଭଳି ଟ୍ରାଡିଶନାଲ ଓ ଏଥ୍‌ନିକ୍‌ ଓ୍ବେର୍‌ ହେଉ କି ଜିନ୍ସ କିମ୍ବା ଓ୍ବେଷ୍ଟର୍ନ ଡ୍ରେସ୍‌, ସବୁଥିରେ ଟ୍ରାଇବାଲ ଜୁଏଲେରିକୁ ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟଭାବେ ପିନ୍ଧିହେଉଛି। ଷ୍ଟେଟ୍‌ମେଣ୍ଟ ଜୁଏଲେରିର ଲୋକପ୍ରିୟତା ବର୍ତ୍ତମାନର ଯୁବପିଢ଼ିଙ୍କ ମଧ୍ୟରେ ବହୁଳଭାବେ ଦେଖିବାକୁ ମିଳୁଥିବା ବେଳେ ଓଡ଼ିଶାର ଆଦିମ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ଅଳଙ୍କାର ଏବେ ରାଜ୍ୟ ଏବଂ ରାଜ୍ୟ ବାହାରେ ଆଦୃତି ଲାଭକରିଛି। ଆଦିବାସୀଙ୍କ ଦ୍ବାରା ପ୍ରସ୍ତୁତ ପାରମ୍ପରିକ ଅଳଙ୍କାର ମଧ୍ୟରେ ଗଳାହାରଠାରୁ ଆରମ୍ଭ କରି ପିତ୍ତଳ ଖଡୁ, ଚୁଡି, କାନଫୁଲ, ମୁଦି ଆଦିର ଚାହିଦା ରହିଛି। ନବରଙ୍ଗପୁର ଜିଲା ଚୁରାହାଣ୍ଡିରୁ ଆସିଥିବା ଲକ୍ଷ୍ମୀ ନାୟକ ଶିଶିର ସରସ ମେଳାକୁ ବିଭିନ୍ନ ପ୍ରକାର ଜନଜାତି ଅଳଙ୍କାର ଆଣି ଆସିଥିବା ବେଳେ ଏହାମଧ୍ୟରେ ରହିଛି ନାକରେ ପିନ୍ଧାଯାଉଥିବା ‘ନାଙ୍ଗୁଲ’, ନାକ ଓ କାନରେ ପିନ୍ଧାଯାଉଥିବା ଛୋଟ ରିଂ ତଥା ‘ବରୀ’, ବେକରେ ପିନ୍ଧାଯାଉଥିବା ‘ବେଲପତ୍ରୀ ହାର’, ‘ନାନୁ’, ‘ଚାପ ସେରୀ’, ‘ସୁଉକି ହାର’, ‘ଘଣ୍ଟି ହାର’, ‘ଶୋରସିଆ ହାର’, ‘ପାରମ୍ପରିକ ଆଦିବାସୀ ହାର’ ଓ ପିତ୍ତଳରେ ତିଆରି ‘ଗିନି ହାର’ ଆଦି ରହିଛି।
୨୦୦ ଟଙ୍କାରେ ଉପଲବ୍ଧ ହେଉଥିବା ଗିନି ହାରକୁ ଉଭୟ ଶାଢି ଏବଂ ଡ୍ରେସ୍‌ ସହ ପିନ୍ଧିହେଉଛି। ସେହିଭଳି ‘ଚକ୍ରି ହାର’ ବର୍ତ୍ତମାନ ସମୟରେ ସବୁଠାରୁ ଲୋକପ୍ରିୟ ଟ୍ରାଇବାଲ ଜୁଏଲେରି। ଏହାର ଦାମ୍‌ ୩୦୦ରୁ ୭୦୦ ଟଙ୍କା ମଧ୍ୟରେ ରହିଛି। ସେହିଭଳି ତମ୍ବା ଏବଂ ପିତ୍ତଳର ମିଶ୍ରଣରେ ପ୍ରସ୍ତୁତ କଳା ବେଲପତ୍ରୀ ହାର ସେମାନେ ବାହାର ଲୋକଙ୍କ ପାଇଁ ପ୍ରସ୍ତୁତ କରିଥାନ୍ତି। ଏହାବ୍ୟତୀତ ପିତଳ ଓ ତମ୍ବାରେ ପ୍ରସ୍ତୁତ ହାତ ଓ ଗୋଡ ମୁଦି, ତମ୍ବା କଇଁଚ ମୁଦି ଏବଂ ତମ୍ବା ଓ ପିତ୍ତଳ ବଳା ଆଦିର ଚାହିଦା ରହିଛି। ଆଣ୍ଟିକ୍‌ ଜୁଏଲାରି ପିନ୍ଧିବା ଏବେକାର ଟ୍ରେଣ୍ଡ ହୋଇଥିବା ବେଳେ ଏଠାରେ ମିଳୁଥିବା ଟ୍ରାଇବାଲ ଜୁଏଲେରି ସବୁଠାରୁ ଭଲ ଏବଂ ଏଥିରେ ବେଶ୍‌ ନୂତନତ୍ବ ରହିଥିବା ଏଠାକୁ ଆସୁଥିବା ଗ୍ରାହକମାନେ କହିଛନ୍ତି।
ଇକୋ-ଫ୍ରେଣ୍ଡ୍‌ଲୀ ସାମଗ୍ରୀ
ପ୍ଲାଷ୍ଟିକ୍‌ ନୁହେଁ କି ପଲିଥିନ୍‌ ନୁହେଁ। ଶତ ପ୍ରତିଶତ ପ୍ରାକୃତିକ ସାମଗ୍ରୀରେ ପ୍ରସ୍ତୁତ ପରିବେଶ ଉପଯୋଗୀ ଘରସଜ୍ଜା ସାମଗ୍ରୀ। ବର୍ତ୍ତମାନର ଇଣ୍ଟେରିୟର ଡିଜାଇନ୍‌ରମାନେ ଆର୍ଟିଫିସିଆଲ ଓ ପରିବେଶ ପାଇଁ ହାନିକାରକ ଘରସଜ୍ଜା ସାମଗ୍ରୀ ପରିବର୍ତ୍ତେ ଇକୋ-ଫ୍ରେଣ୍ଡ୍‌ଲୀ ସାମଗ୍ରୀ ବ୍ୟବହାର କରିବାକୁ ପସନ୍ଦ କରୁଥିବା ବେଳେ ଶିଶିର ସରସ ମେଳାରେ ମିଳୁଛି ସେଭଳି ଏକାଧିକ ସାମଗ୍ରୀ। ଓଡ଼ିଶା ସମେତ ୨୫ଟି ରାଜ୍ୟରୁ ଆସିଥିବା ଗ୍ରାମୀଣ କାରିଗରମାନେ ଏଠାରେ ଭଳିକି ଭଳି ହସ୍ତଶିଳ୍ପ ସାମଗ୍ରୀ ବିକ୍ରି କରୁଛନ୍ତି। ତାହାପୁଣି ପକେଟ୍‌କୁ ସୁହାଇଲା ଭଳି ଦାମ୍‌ରେ। ଫୋଲ୍ଡିଙ୍ଗ ନାଇଟ୍‌ ଲ୍ୟାମ୍ପରୁ ଆରମ୍ଭକରି ପେପର ମ୍ୟାଚ୍‌ ସାମଗ୍ରୀ ଏବଂ ବିଭିନ୍ନ ପ୍ରକାର ପତ୍ର, ଫୁଲ ଓ ମଞ୍ଜିରେ ପ୍ରସ୍ତୁତ ଘରସଜ୍ଜା ସାମଗ୍ରୀ, ଦେଖିବାକୁ ଏହା ବେଶ୍‌ ଆକର୍ଷଣୀୟ ଓ ଅତ୍ୟାଧୁନିକ ଲାଗୁଛି।
ପୁଡୁଚେରୀରୁ ଆସିଥିବା ପେପର ମ୍ୟାଚ୍‌ ସାମଗ୍ରୀର ଦାମ୍‌ ୮୦ଟଙ୍କାରୁ ଆରମ୍ଭ କରି ୫,୦୦୦ ଟଙ୍କା ପର୍ଯ୍ୟନ୍ତ ରହୁଛି। ପ୍ରତିଥର ଭଳି ଏଥର ମଧ୍ୟ ଉତ୍ତର-ପୂର୍ବ ରାଜ୍ୟରୁ ଆସିଥିବା ପ୍ରାକୃତିକ ପତ୍ର ଓ ଫୁଲରେ ଘରସଜ୍ଜା ସାମଗ୍ରୀ ଶିଶିର ସରସର ଆକର୍ଷଣ ସାଜିଛି। ପ୍ରଥମେ ପତ୍ର ଓ ଫୁଲ ସଂଗ୍ରହ କରି ସେଗୁଡିକୁ ଶୁଖାଇବା ପରେ ସେଥିରେ ଗ୍ଲିଟର ରଙ୍ଗ ବୋଳି ଏହି ସାମଗ୍ରୀ ପ୍ରସ୍ତୁତ କରାଯାଇଛି। ଗ୍ଲିଟର ଲଗାଇବା ଦ୍ବାରା ଏହା ଚମକିବା ସହ ସହଜରେ ମଧ୍ୟ ଭାଙ୍ଗିଯାଏନି। ଏହାପରେ ଆବଶ୍ୟକୀୟ ରଙ୍ଗ ତଥା ଗୋଲ୍ଡେନ୍‌, ସିଲ୍‌ଭର ଏବଂ ଜିଙ୍କ୍‌ ବ୍ୟବହାର କରି ଅଠାଦେଇ ତାହାକୁ ଯୋଡାଯାଏ ଏବଂ ଫୁଲ, ପତ୍ର ଠିକ୍‌ ଭାବେ ପ୍ରସ୍ତୁତ ହୋଇଯିବାପରେ ତାହାକୁ କାଠିରେ ବାନ୍ଧି ଗୋଟିକିଆ ତୋଡା ପ୍ରସ୍ତୁତ କରାଯାଏ ବୋଲି ଶିଳ୍ପୀ କହିଛନ୍ତି। ଏହାର ଗୋଟା ପିଛା ଦାମ୍‌ ୧୦ଟଙ୍କାରୁ ୫୦ଟଙ୍କା ଯାଏ ରହୁଛି। କେବଳ ଏତିକି ନୁହେଁ, ଏଠାରେ ମାଟିରେ ତିଆରି ପାଣି ବୋତଲ, କପ୍‌, ପ୍ଲେଟ୍‌, ଗିନା, ଚାମଚ ଭଳି ଇକୋ-ଫ୍ରେଣ୍ଡଲୀ ସାମଗ୍ରୀ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହିଟ ଓ୍ବେଭ ପାଇଁ ଡ୍ୟାମେଜ ହୋଇପାରେ ଲିଭର-କିଡ୍‌ନୀ

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀ-ନୋଏଡା ସମେତ ସମଗ୍ର ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶରେ ମଧ୍ୟ ୨ଜଣଙ୍କର ମତ୍ୟୁ ହୋଇଛି। ସୂଚନାଯୋଗ୍ୟ,...

ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ

ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ ନେଇ କେତୋଟି ଟିପ୍ସ… ଖରା ଏବଂ ପ୍ରଦୂଷଣ...

ଗ୍ରୀଷ୍ମରେ କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଫିଟ୍‌

”ଗ୍ରୀଷ୍ମଋତୁରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗୁଡ଼ିକରେ...

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri