ଆଜି ଧର୍ମଘଟ: ପ୍ରଭାବିତ ହେବ ବ୍ୟାଙ୍କିଙ୍ଗ ସେବା

ନୂଆଦିଲ୍ଲୀ,୮-୧: ବୁଧବାର ୧୦ ଶ୍ରମିକ ସଙ୍ଗଠନ ପକ୍ଷରୁ ଦେଶବ୍ୟାପୀ ଦିଆଯାଇଥିବା ଧର୍ମଘଟ ଡାକରା ଯୋଗୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହେବାର ଆଶଙ୍କା ଉପୁଜିଛି। ଅଧିକାଂଶ ବ୍ୟାଙ୍କ ଏହି ଧର୍ମଘଟ ଏବଂ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହେବା ନେଇ ଷ୍ଟକ ଏକ୍ସଚେଞ୍ଜକୁ ଅବଗତ କରାଇଛନ୍ତି। ଧର୍ମଘଟରେ ସାମିଲ ହେବା ନେଇ ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲଇଜ୍‌ ଆସୋସିଏଶନ(ଏଆଇବିଇଏ), ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏଶନ(ଏଆଇବିଓଏ), ବିଇଏଫ୍‌ଆଇ, ଆଇଏନ୍‌ବିଇଏଫ୍‌, ଆଇଏନ୍‌ବିଓସି, ବ୍ୟାଙ୍କ କର୍ମଚାରୀ ସେନା ମହାସଂଘ(ବିକେଏସ୍‌ଏମ୍‌) ଭଳି ସଂଘ ସମ୍ମତି ଦେଇଛନ୍ତି। ଧର୍ମଘଟ ଯୋଗୁ ବ୍ୟାଙ୍କରେ ଜମା, ଉଠାଣ, ଚେକ୍‌ କ୍ଲିୟରାନ୍ସ, ଇନଷ୍ଟ୍ରୁମେଣ୍ଟ କ୍ଲିୟରାନ୍ସ ପ୍ରଭାବିତ ହେବା ନେଇ ଆଶଙ୍କା ଉପୁଜିଛି। ଘରୋଇ ବ୍ୟାଙ୍କ ସେବାରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି କୁହାଯାଉଛି।
ଧର୍ମଘଟରେ ସାରା ଦେଶରେ ପ୍ରାୟ ୨୫ କୋଟି ଲୋକ ସାମିଲ ହେବେ ନେଇ ଶ୍ରମିକ ସଂଘଟନଗୁଡିକ ପକ୍ଷରୁ ସୋମବାର ଏକ ମିଳିତ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି। ସରକାର ବିଭିନ୍ନ ଜନବିରୋଧ ନୀତିକୁ ବିରୋଧ କରି ଏଭଳି ପ୍ରଦର୍ଶନ ହେଉଥିବା ସେମାନେ କହିଛନ୍ତି। ଏଥିରେ ଆଇଏନ୍‌ଟିୟୁସି, ଏଆଇଟିୟୁସି, ଏଚ୍‌ଏମ୍‌ଏସ୍‌, ସିଆଇଟିୟୁ, ଏଆଇଟିୟୁସି, ଟିୟୁସିସି, ଏସ୍‌ଇଡବ୍ଳ୍ୟୁଏ, ଏଆଇସିଟିୟୁ, ଏଲ୍‌ପିଏଫ୍‌, ୟୁଟିୟୁସି ଭଳି ଶ୍ରମିକ ସଙ୍ଗଠନ ଏଥିରେ ସାମିଲ ହେବେ। ଏହାବାଦ ବିଭିନ୍ନ କ୍ଷେତ୍ରରେ ସ୍ବାଧୀନ ମହାସଂଘ, ସଙ୍ଗଠନ ମଧ୍ୟ ଏଥିରେ ଯୋଗ ଦେବେ।
ସଂଘ ପକ୍ଷରୁ କୁହାଯାଇଛି ଯେ, ଚଳିତ ବର୍ଷ ଜାନୁୟାରୀରେ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଅନୁଷ୍ଠିତ ହୋଇଥିବା ବୈଠକରେ ସରକାର ଶ୍ରମିକମାନଙ୍କର ଦାବିକୁ ପୂରଣ କରିବାରେ ଅକ୍ଷମତା ପ୍ରକାଶ କରିଛନ୍ତି। ସରକାର ଦାବି ଶୁଣିବାକୁ ଅଗ୍ରାହ୍ୟ କରିଦେଉଛନ୍ତି। ବିଭିନ୍ନ ଅସୁବିଧା ଆଧାରରେ ଶ୍ରମିକ ବିରୋଧୀ, ଲୋକ ବିରୋଧୀ, ଜାତୀୟତା ବିରୋଧୀ ନୀତିକୁ ବିରୋଧ କରି ଧର୍ମଘଟରେ ଓହ୍ଲାଇବାକୁ ନିଷ୍ପତ୍ତି ନିଆଯାଇଛି।
ଧର୍ମଘଟରେ ସାମିଲ ନ ହେବାକୁ ରାଷ୍ଟ୍ରାୟତ୍ତ କର୍ମଚାରୀଙ୍କୁ ତାଗିଦ
ବୁଧବାରର ଦେଶବ୍ୟାପୀ ଧର୍ମଘଟରେ ଯୋଗ ନ ଦେବା ଲାଗି ରାଷ୍ଟ୍ରାୟତ୍ତ ଉଦ୍ୟୋଗୁଡିକ ସେମାନଙ୍କ କର୍ମଚାରୀଙ୍କୁ ବିରତ କରନ୍ତୁ ବୋଲି ସରକାର ଉଦ୍ୟୋଗଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦିନ କମ୍ପାନୀ ଯେଭଳି ଠିକ୍‌ ଭାବେ ଚାଲି ପାରିବ ସେ ନେଇ ଏକ ଜରୁରୀକାଳୀନ ଯୋଜନା ହାତକୁ ନେବା ଲାଗି କୁହାଯାଇଛି। ଯେଉଁ କର୍ମଚାରୀମାନେ ଧର୍ମଘଟରେ ସାମିଲ ହେବେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କର୍ମଚାରୀଙ୍କ ଦରମା କାଟ ହେବ ବୋଲି ସରକାର ଜାରି କରିଥିବା ଏକ ସରକାରୀ ପତ୍ରରେ କୁହାଯାଇଛଛି। ଷ୍ଟ୍ରାଇକ ସମୟରେ କାହାକୁ କାଜୁଆଲ୍‌ ଲିଭ ମଞ୍ଜୁରୀ କରାଯିବ ନାହିଁ। କାର୍ମିକ ଏବଂ ତାଲିମ ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri