ନିର୍ମାଣ ହେଉନି ସ୍ଥାୟୀ ପରିବା ହାଟ

କୁଜଙ୍ଗ,୭ା୧(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲାର ସର୍ବ ପୁରାତନ ସାପ୍ତାହିକ ହାଟ ହେଉଛି କୁଜଙ୍ଗ ହାଟ। ଏହାର ପରିଚାଳନା ଦାୟିତ୍ୱ ରାହାମା ନିୟନ୍ତ୍ରିତ ବଜାର କମିଟି ହାତରେ ରହିଛି। ମାତ୍ର ଦୀର୍ଘଦିନ ହେବ ଏଠାରେ ସ୍ଥାୟୀ ପରିବା ହାଟନାହିଁ। ଫଳରେ ବଳଦେବଜୀଉ ମେଳଣ ପଡିଆରେ ଅସ୍ଥାୟୀ ପରିବା ହାଟ କରାଯାଉଛି। ଶନିବାର ଓ ମଙ୍ଗଳବାର ସପ୍ତାହକୁ ଦୁଇଥର ହାଟ ବସୁଛି। ଏହି ହାଟରୁ ନିୟନ୍ତ୍ରିତ ବଜାର କମିଟି ଅର୍ଥ ଆଦାୟ କରୁଥିବାବେଳେ ଦୁଇଟି ସଂସ୍ଥା ଯଥା-ସାର୍ବଜନୀନ ଦୁର୍ଗାପୂଜା କମିଟି ଓ ପରିବା ବ୍ୟବସାୟୀ ସଂଘ ଚାନ୍ଦା ଆଦାୟ କରୁଛନ୍ତି। ଚାଷୀ ଓ ବେପାରୀ ବ୍ୟବସାୟ ସାରି ସମସ୍ତ ଆବର୍ଜନାକୁ ସେଇଠି ଗଦେଇଦେଇ ଯାଆନ୍ତି। ଉକ୍ତ ଆବର୍ଜନାକୁ ସପ୍ତାହକୁ ଦୁଇଥର ଅର୍ଥାତ ବୁଧବାର ଓ ରବିବାର ନିୟନ୍ତ୍ରିତ ବଜାର କମିଟି ଉଠାଇବାର ନିୟମ ରହିଛି। କିନ୍ତୁ ବାସ୍ତବ କ୍ଷେତ୍ରରେ ତାହା ପରିଲିଖିତ ହେଉନାହିଁ। କେବଳ କାଗଜକଲମରେ ଏସବୁ ଚାଲିଛି। ମାସେ ଦୁଇମାସରେ ଥରେ ଆବର୍ଜନା ଉଠାଉଥିଲେ ମଧ୍ୟ ସପ୍ତାହକୁ ଦୁଇଥର ସଫେଇ ହେଉଥିବା ଦର୍ଶାଇ ବଜାର କମିଟି ଲକ୍ଷାଧିକ ଟଙ୍କା ହଡ଼ପ କରୁଥିବା ଅଭିଯୋଗ ହୋଇଛି।
ଅନ୍ୟପଟେ ଏଠାରେ ପରିବା ହାଟ ଯୋଗୁ ପରିବେଶ ପ୍ରଦୂଷିତ ହେଉଥିବାରୁ ତତ୍‌କାଳୀନ ବିଧାୟକ ଡା. ଦାମୋଦର ରାଉତ ପରିବା ହାଟ ତାଳଦଣ୍ଡା କେନାଲବନ୍ଧର ଉତ୍ତର ପାର୍ଶ୍ୱରେ ନିର୍ମାଣ କରିବା ପାଇଁ ପରମାର୍ଶ ଦେଇଥିଲେ। ତାଙ୍କ ପରାମର୍ଶ ଅନୁସାରେ ହାଟ ନିର୍ମାଣ ପାଇଁ ପ୍ରାୟ ଏକ ବର୍ଷରୁ ଊର୍ଦ୍ଧ୍ୱହେବ ବ୍ଲକ ଉନ୍ନୟନ ପାଣ୍ଠିରୁ ୧୦ ଲକ୍ଷଟଙ୍କା ବ୍ୟୟ ଅଟକଳ କରାଯିବା ସହ ଜଳସେଚନ ବିଭାଗରୁ ଅନୁମତି ମଧ୍ୟ ଆସିସାରିଛି। ହେଲେ ତାହା ଏ ପର୍ଯ୍ୟନ୍ତ ନିର୍ମାଣ ହୋଇ ପାରୁନାହିଁ। ସେହିପରି ମେଳଣ ପଡ଼ିଆ ଦୋଳ ମେଳଣ ଓ ପୂଜା ଏବଂ ଅନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ। ତେଣୁ ଏଠାରେ ହାଟ ବସିବା କଥା ନୁହେଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଉକ୍ତ ପଡିଆ ବଜାରର ମଧ୍ୟସ୍ଥଳରେ ଥିବାରୁ ଦୈନିକ ହଜାର ହଜାର ଲୋକ ବଜାରର ଚର୍ତୁଦିଗକୁ ଏହି ପଟେ ଯାଆସ କରନ୍ତି। ତେବେ ଏଠାରେ ଜମା ହୋଇଥିବା ଅଳିଆ ଗଦାକୁ ଦେଖିଲେ ଯେକେହି ଭ୍ରମରେ ପଡିବେକି ଏହା ମେଳଣ ପଡିଆ ନା ଡମ୍ପିଂୟାର୍ଡ? ଏହି ଆବର୍ଜନା ଗଦାରୁ ଯେଉଁ ଦୁର୍ଗନ୍ଧ ବାହାରୁଛି ତାହା ବଜାରକୁ ପ୍ରଦୂଷିତ କରୁଛି। ପରିବା ହାଟ ସଫେଇ ସମ୍ପର୍କରେ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଶାଶ୍ୱତ ଦାସଙ୍କୁ ପଚାରିବାରେ ସେ କହିଛନ୍ତି, ପ୍ରତି ହାଟ ବାରିର ପରଦିନ ସଫେଇ କରାଯାଉଛି। ଏସବୁ ଦାୟିତ୍ୱ ସ୍ଥାନୀୟ ହାଟ ଦଣ୍ଡିଆଙ୍କ ଉପରେ ନ୍ୟସ୍ତ କରାଯାଇଛି। ତଥାପି ଯଦି ଏଥିରେ ଅବହେଳା କରାଯାଉଥିବା ଜଣାଯାଏ ସେ ସମ୍ପର୍କରେ ଦାଣ୍ଡିଆକୁ ଅବଗତ କରାଯିବ ବୋଲି ସୂଚନା ଦେଇଛନ୍ତି। ସ୍ଥାୟୀ ପରିବା ହାଟ ସମ୍ପର୍କରେ କୁଜଙ୍ଗ ସଦର ସରପଞ୍ଚ ଭାରତ ଭୂଷଣ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ଏକ ବର୍ଷ ପୂର୍ବରୁ ପରିବାହାଟ ନିର୍ମାଣ ନିମନ୍ତେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ତହା ପୁଣି ବ୍ଲକ ଉନ୍ନୟନ ପାଣ୍ଠିରୁ। ହେଲେ ବ୍ଲକ ପ୍ରଶାସନ ଚିହ୍ନଟ ସ୍ଥାନରେ ପରିବା ହାଟ ନିର୍ମାଣ ନ କରି କାହିଁ ଚୁପ୍‌ ବସିଛନ୍ତି ସେ ହିଁ କହିବେ ବୋଲି ପ୍ରକାଶ କରିଥିଲେ। ଏ ସମ୍ପର୍କରେ କୁଜଙ୍ଗ ବ୍ଲକ ଦାୟିତ୍ୱରେ ଥିବା ଏବିଡିଓ ସନ୍ତୋଷ ଶତପଥୀଙ୍କୁ ପଚାରିବାରେ ସେ କହିଛନ୍ତି, ପରିବା ହାଟ ନିର୍ମାଣ ସମ୍ପର୍କରେ କ’ଣ ନିଷ୍ପତ୍ତି ହୋଇଛି ତାଙ୍କୁ ଜଣାନାହିଁ। ତେଣୁ ଏହି ସମସ୍ୟା ପ୍ରତି ଜିଲାପାଳ ଦୃଷ୍ଟିଦେବାକୁ ବିଭିନ୍ନ ସଙ୍ଗଠନ, ଚାଷୀ ଓ ବ୍ୟବସାୟୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ପ୍ରାର୍ଥୀ ପ୍ରତିଭା ଭରିଲେ ନାମାଙ୍କନ

କେନ୍ଦୁଝର,୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ପ୍ରତିଭା ମଞ୍ଜରୀ ନାୟକ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ନିଜ ସମର୍ଥନ,...

ସମ୍ପତ୍ତି ତାଲିକା ଦାଖଲ କଲେ ଅପରାଜିତା: ଜାଣନ୍ତୁ ସମ୍ପତ୍ତି କେତେ…

ଭୁବନେଶ୍ୱର,୩।୫: ଭୁବନେଶ୍ୱର ଭାଜପା ଏମ୍‌ପି ପ୍ରାର୍ଥୀ ଅପରାଜିତା ଷଢ଼ଙ୍ଗୀ ସମ୍ପତ୍ତି ତାଲିକାର ସତ୍ୟପାଠ ଦାଖଲ କରିଛନ୍ତି। ତାଙ୍କର ମୋଟ ୨ କୋଟି ୫ ଲକ୍ଷ ଟଙ୍କାର...

ନାମାଙ୍କନପତ୍ର ଦାଖଲ କଲେ ନନ୍ଦନ ମହାନନ୍ଦ

ବରଗଡ଼,୩ା୫(ପ୍ରେମାନନ୍ଦ ଖମାରୀ):  ବରଗଡ଼ ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ସ୍ବାଧୀନ ପ୍ରାର୍ଥୀ ନନ୍ଦନ ମହାନନ୍ଦ ଶୁକ୍ରବାର ନାମାଙ୍କନ ଦାଖଲ କରିଛନ୍ତି। ଏହି ଅବସରରେ...

ନାମାଙ୍କନପତ୍ର ଦାଖଲ କଲେ ମାଧବ

କେନ୍ଦୁଝର,୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ମାଧବ ସର୍ଦ୍ଦାର ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ଏକ ବିଶାଳ ରାଲିରେ...

ବିଧାୟକ ପ୍ରାର୍ଥୀ ଅଖିଳ ନାଏକଙ୍କ ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ପୂଜାର୍ଚ୍ଚନା

ପାଟଣା,୩ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ଭାଜପା ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାୟକ ଶୁକ୍ରବାର ତାଙ୍କର ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ଟାଙ୍ଗରବନ୍ତଳା...

ନାମାଙ୍କନପତ୍ର ଦାଖଲ କଲେ ଭର୍ତ୍ତୃହରି

କଟକ,୩ା୫: କଟକ ଭାଜପାର ଲୋକ ସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଶୁକ୍ରବାର ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରିଷ୍ଠ କିରାଣି

କେନ୍ଦ୍ରାପଡା,୩।୫ (ଜଗନ୍ନାଥ ଧଳ): ଭିଜିଲାନ୍ସ ଜାଲରେ ଚକବନ୍ଦୀ ଅଫିସର ବରିଷ୍ଠ କିରାଣି। ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି ୧୦ ହଜାର ଲାଞ୍ଚ ନେଇ ଗିରଫ ହୋଇଛନ୍ତି।...

ସୋହେଲାରୁ ମିଳିଲା ପୁଳାପୁଳା ଟଙ୍କା: ଚାଲିଛି ତନାଘନା, ଜଣେ ଅଟକ

ସୋହେଲା,୩ା୫(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଲୁହୁରାଚଟି ଛକରେ ଯାଞ୍ଚବେଳେ ପୋଲିସ ଏକ ଟାଟା ସୁମୋ ଗାଡ଼ି(ନମ୍ବର- ସିଜି୦୪ଏଚପି ୭୯୫୯)ରୁ ସାଢ଼େ ୭ଲକ୍ଷ ଟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri