କନ୍ଧମାଳରେ ଗଣଶିକ୍ଷା ମନ୍ତ୍ରୀ: ମାଟ୍ରିକ ପରୀକ୍ଷା ଠିକ୍‌ରେ କରିବାକୁ ନିର୍ଦ୍ଦେଶ

ଫୁଲବାଣୀ ଅଫିସ, ୬ା୧-ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରବିବାର କନ୍ଧମାଳ ଜିଲା ଗସ୍ତରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ସମୀକ୍ଷା କରିଛନ୍ତି। ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନପତ୍ରର ଢାଞ୍ଚା ବଦଳିବ। ଛାତ୍ରୀଛାତ୍ରଙ୍କୁ ଏଥିପାଇଁ ଅଭ୍ୟସ୍ତ କରିବାକୁ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଆଗୁଆ ପରାମର୍ଶ ଦିଆଯାଇଛି। ଛାତ୍ରୀଛାତ୍ରୀମାନଙ୍କ ଶିକ୍ଷାର ମାନ ବୃଦ୍ଧି ପାଇଁ ପ୍ରତିଦିନ ୩ ଟିମ୍‌ ଅତର୍କିତ ଭାବେ ଅନ୍ୟାନ୍ୟ କାର୍ଯ୍ୟାଳୟ ସହିତ ବିଦ୍ୟାଳୟ ପରିଦର୍ଶନ କରି ପାଠ ପଢ଼ାଉଛନ୍ତି। ସେମାନେ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ଉପସ୍ଥିତି, ପିଲାମାନଙ୍କ ଉପସ୍ଥିତି, ମଧ୍ୟାନ୍ନ ଭୋଜନ ଏବଂ ବିଦ୍ୟାଳୟର ସମସ୍ୟା ମଧ୍ୟ ତଦାରଖ କରୁଛନ୍ତି। ତେଣୁ ଗତବର୍ଷର ମାଟ୍ରିକ୍‌ ଫଳାଫଳ ଯେପରି ପୁନରାବୃତ୍ତି ନ ହେବ ତାହା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।
ଜିଲାପାଳ ଡା.ବୃନ୍ଦା ଡି ଜିଲାରେ ଶିକ୍ଷା ବ୍ୟବସ୍ଥା ଏବଂ ନିଆଯାଉଥବା ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରିଥିଲେ। ଉକ୍ତ ପଦକ୍ଷେପଗୁଡ଼ିକୁ ମନ୍ତ୍ରୀ ପ୍ରଶଂସା କରିଥିଲେ। ଶିକ୍ଷକ ପଦବୀ ଖାଲି ପଡ଼ିଥିବା ଜିଲା ଶିକ୍ଷାଧିକାରୀଙ୍କଠାରୁ ଜାଣିବା ପରେ ସେଥିପାଇଁ ଆଗକୁ ପଦକ୍ଷେପ ନିଆଯିବ, ଯେତିକି ଶିକ୍ଷକ ଅଛନ୍ତି ସେମାନେ ଟିକେ ଅଧିକ ପରିଶ୍ରମ କରି ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ସିଆର୍‌ସିମାନେ ପ୍ରାୟ ସମୟରେ ବିଦ୍ୟାଳୟ ପରିଦର୍ଶନରେ ଯାଉଛନ୍ତି। ସେମାନେ ଚାହିଁଲେ ପାଠପଢ଼ାରେ ଉନ୍ନତି ଆଣିପାରିବେ। ସେମାନେ ପାଠପଢ଼ା ସହିତ ମଧ୍ୟାହ୍ନ ଭୋଜନର ମାନ ତଦାରଖ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଚଳିତବର୍ଷ ମାଟ୍ରିକ ପରୀକ୍ଷାର ସୁପରିଚାଳନା ପାଇଁ ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ଏବଂ ପ୍ରଶ୍ନପତ୍ର ରହୁଥିବା ସ୍ଥାନରେ ସିସିଟିଭି ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଚଳିତବର୍ଷ ଏହି ଜିଲାର ୭ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯିବ। ଜାନୁୟାରୀ ୩୧ ତାରିଖ ସୁଦ୍ଧା ପଦୋନ୍ନତି ପାଇବାକୁ ଥିବା ଯୋଗ୍ୟ କର୍ମଚାରୀଙ୍କୁ ପଦୋନ୍ନତି ଦିଆଯିବ ବୋଲି ମନ୍ତ୍ରୀ କହିଥିଲେ।
ଜିଲାର ମୋଟ ୧୦୦ ବିଦ୍ୟାଳୟରେ ମହିଳା ସ୍ବୟଂ ସହାୟିକ ଗୋଷ୍ଠୀ ଦ୍ୱାରା ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବ। ଏହାକୁ ବଢ଼ାଇବା ପାଇଁ ମନ୍ତ୍ରୀ କହିବା ସହ ଗୋଟିଏ କାର୍ଯ୍ୟାଳୟରେ ୬ ବର୍ଷରୁ ଅଧିକ ଦିନ ଧରି ଥିବା କ୍ଲର୍କମାନଙ୍କୁ ଅନ୍ୟତ୍ର ବଦଳି ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ନିଜସ୍ବ କାର୍ଯ୍ୟାଳୟ ନ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀମାନେ ନିର୍ବାହୀ ଯନ୍ତ୍ରୀଙ୍କ ଠାରୁ ଅଟକଳ ବ୍ୟୟ ସହ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ। ଏଣିକି ଦୂରତାକୁ ଦୃଷ୍ଟିରେ ରଖି କେଉଁ ବିଦ୍ୟାଳୟକୁ ବନ୍ଦ କରାଯିବ ତାହା ଜିଲାପାଳମାନେ ସି୍ଥର କରିବେ ବୋଲି ମନ୍ତ୍ରୀ କହିଥିଲେ। ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଦୂରତାକୁ ଦୃଷ୍ଟିରେ ରଖି ଗୋଚ୍ଛାପଡ଼ା ଓ ଚକାପାଦ କିମ୍ବା ବ୍ରାହ୍ମଣପାଦଠାରେ ମହାବିଦ୍ୟାଳୟ ସ୍ଥାପନ କରିବାକୁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ସେହିପରି ଜିଲା ପରିଷଦ ସଭାପତି ଆକାଂକ୍ଷା ପ୍ରଧାନ ବାଳିକା ଉଚ୍ଚ ବିଦ୍ୟାଳୟ ଓ ହଷ୍ଟେଲ ସ୍କୁଲ୍‌ ଗୁଡ଼ିକରେ ପ୍ରଧାନଶିକ୍ଷକ ବଦଳରେ ପ୍ରଧାନଶିକ୍ଷୟିତ୍ରୀ ନିଯୁକ୍ତି ପାଇଁ ପ୍ରସ୍ତାବ ଦେଇଥିଲେ। ବୈଠକରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଗ୍ରାମ୍ୟ ଉନ୍ନୟନ ଏବଂ ରାସ୍ତା ଓ କୋଠାବାଡ଼ି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ, ଶିକ୍ଷା ବିଭାଗର ସମସ୍ତ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଲକ୍ଷ୍ମୀଧର ବେହେରା ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

କଣ୍ଟେନରରେ ଲାଗିଲା ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

କଟକ, ୩୦।୦୪ (କାର୍ତ୍ତିକ ସାହୁ): ଜଗତପୁର ଥାନା ଅନ୍ତର୍ଗତ ନଜରପୁରଠାରେ ଥିବା ଶ୍ରମିକ ମାନଙ୍କର ରହିବା ପାଇଁ ଛ’ଟି କଣ୍ଟେନରରେ ସୋମବାର ବିଳମ୍ବିତ ରାତି ପ୍ରାୟ...

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି...

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା...

କଟକ ଲୋକ ସଭା ଆସନ: ଅଭିଜ୍ଞ ବନାମ ନୂଆ ଚେହେରା

କଟକ,୩୦।୪(ଶିଳ୍ପା ପ୍ରିୟଦର୍ଶିନୀ):କଟକ ସଂସଦୀୟ କ୍ଷେତ୍ରରେ ତ୍ରିମୁଖୀ ଲଢେଇ ହେବା ନେଇ ଆଲୋଚନା ହେଉଛି। ଲୋକ ସଭା ଆସନ ପାଇଁ ବିଜେଡି ସଂତୃପ୍ତ ମିଶ୍ର, ଭାଜପା ଭର୍ତ୍ତୃହରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri