କଳାକାରଙ୍କ ସରଳତା, ନିଷ୍ଠା ଶିକ୍ଷଣୀୟ

ବଲାଙ୍ଗୀର ଅଫିସ, ୫ା୧: ବଲାଙ୍ଗୀର କୋଶଳ କଳାମଣ୍ଡଳ ପଡିଆରେ ଅନୁଷ୍ଠିତ ବିଂଶତିତମ ଲୋକଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ କଳାକାରମାନେ ଦର୍ଶକଙ୍କ ମନ ମୋହିଛନ୍ତି। ଅତିରିକ୍ତ ଜିଲାପାଳ ପରୀକ୍ଷିତ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାନ୍ଧ୍ୟ ଅଧିବେଶନରେ ମୁଖ୍ୟଅତିଥି ଭାବେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନ ଯୋଗଦେଇ ବଲାଙ୍ଗୀରର କଳା, ସଂସ୍କୃତି ଅତି ଉଚ୍ଚକୋଟୀର ବୋଲି କହିଥିଲେ। କଳାକାରଙ୍କ କଳାସଂସ୍କୃତି ଭଳି ଅର୍ଥନୈତିକ ଦିଗରୁ ମଧ୍ୟ ବଲାଙ୍ଗୀରକୁ ସମୃଦ୍ଧ କରିବାକୁ ହେବ ବୋଲି ସେ କହିଥିଲେ। ସଭା ପ୍ରାରମ୍ଭରେ ସେ ଓରମାସ୍‌ ପକ୍ଷରୁ ଅନୁଷ୍ଠିତ ପଲ୍ଲୀଶ୍ରୀ ମେଳା ଓ ହସ୍ତତନ୍ତ ମେଳା ବୁଲି ଦେଖିଥିଲେ। ବିଶିଷ୍ଟ ସାରସ୍ବତ ସାଧକ ପ୍ରଫେସର ମଧୁସୂଦନ ପତି ସମ୍ମାନିତ ଅତିଥି ଭାବେ ଯୋଗଦେଇ କଳାକାରର ସରଳତା ଓ ନିଷ୍ଠାପରତାକୁ ଆମେ ଶିଖିପାରିଲେ ଲୋକଉତ୍ସବର ପରିକଳ୍ପନା ସଫଳ ହେବ ବୋଲି କହିଥିଲେ। ଅନ୍ୟତମ ଅତିଥି ଅବସରପ୍ରାପ୍ତ ଭାରତୀୟ ରାଜସ୍ବସେବା ଅଧିକାରୀ ତଥା ସ୍ତମ୍ଭକାର ଡ. ଶ୍ରୀକାନ୍ତ ଚଟାର୍ଜୀ ତାଙ୍କ ବକ୍ତବ୍ୟରେ କଳା ପ୍ରତି ନିଷ୍ଠା ଓ ତ୍ୟାଗ ହିଁ କଳାକାରକୁ ସଫଳତା ଆଣିଦିଏ ବୋଲି କହିଥିଲେ। ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ଜିତେନ୍ଦ୍ର ମିଶ୍ର ତାଙ୍କ ବକ୍ତବ୍ୟରେ ବଲାଙ୍ଗୀରର କଳା ସଂସ୍କୃତି ବିଶ୍ୱସ୍ତରରେ ପରିଚୟ ସୃଷ୍ଟି କରିପାରିଛି ବୋଲି କହିଥିଲେ ା ସଭାରେ ଦଣ୍ଡନୃତ୍ୟର ପ୍ରଖ୍ୟାତ୍‌ ଢ଼ୁଲିଆ ମଗ୍‌ସିର ନନ୍ଦଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଅତିଥି କଳାକାର ଭାବେ ଦୁଷ୍ମନ୍ତ ପଟେଲ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମକୁ ଆନନ୍ଦଚନ୍ଦ୍ର ସାହୁ ପରିଚାଳନା କରିଥିଲେ ଓ ଶେଷରେ ପ୍ରଚାର ପ୍ରସାର କମିଟି ସହଅଧ୍ୟକ୍ଷ ଚିତ୍ତରଞ୍ଜନ ମିଶ୍ର ଧନ୍ୟବାଦ ଦେଇଥିଲେ। ସଭା ପ୍ରାରମ୍ଭରେ ଆକାଶବାଣୀ କଳାକାର ଦୀପ୍ତି ପ୍ରକାଶ ଦାସ, ଅପରୂପା ମହାନ୍ତି, କ୍ରିଷ୍ଣା ସାହୁ, ବର୍ଷା ବହିଦାର, ଗୀତିକାର ରତନ ପୂଜାରୀ ସଙ୍ଗୀତ ଗାନ କରିଥିଲେ। ପରେ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମରେ ପାର୍ବତୀଗିରି ବାଳନିକେତନ, ସୁରମନ୍ଦିର, ଇଜେଡ୍‌ସିସିରୁ କୋଲକତାର କଳାକାରମାନେ ଭାରତନାଟ୍ୟମ, ଟିଟିଲାଗଡର ଏକତାରା, ଆସାମର ଭୋରତାର ଡ୍ୟାନ୍ସ, ବଲାଙ୍ଗୀର ଦୁଲଦୁଲି କଳା ପରିଷଦ, ରୌଫ ଡ୍ୟାନ୍ସ, ଝୁମର, ଝାରଖଣ୍ଡ ଇଜେଡସିସିର ଶିକାରୀ ନୃତ୍ୟ, ଖୋର୍ଦ୍ଧା ପାଇକା ନୃତ୍ୟ ପ୍ରଦର୍ଶନ କରିଥିଲେ। ସେହିପରି ବ୍ଲକସ୍ତରୀୟ ଲୋକଉତ୍ସବରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଲୋକନୃତ୍ୟ କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ମଧୁବାବୁଙ୍କ ଜୟନ୍ତୀରେ ସ୍ମୃତିଚାରଣ କଲେ ଆଇନଜୀବୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ଓକିଲ ସଂଘ କେନ୍ଦୁଝରର ସଭାଗୃହରେ ସଂଘର ସଭାପତି ଆଲୋକ ମହାନ୍ତଙ୍କ ଅଧ୍ୟକ୍ଷତାରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri