ମୟୂରଭଞ୍ଜରେ ଆରମ୍ଭ ହେଲା ପକ୍ଷୀ ଗଣନା

ବାରିପଦା ଅଫିସ/ଠାକୁରମୁଣ୍ଡା/ ରାଇରଙ୍ଗପୁର,୪ା୧(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲାରେ ବନ ବିଭାଗ ପକ୍ଷରୁ ଶୁକ୍ରବାର ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପକ୍ଷୀଙ୍କ ସଂରକ୍ଷଣ, ପ୍ରଜାତି ଚିହ୍ନଟ ଓ ଗତିବିଧି ଜାଣିବା ପାଇଁ ଏହି ଗଣନା କରାଯାଉଛି। ଶିମିଳିପାଳ ଅଭୟାରଣ୍ୟ ସମେତ ବାରିପଦା, କରଞ୍ଜିଆ ଓ ରାଇରଙ୍ଗପୁରର ବନଖଣ୍ଡର ୬ଟି ବନାଞ୍ଚଳରେ ପକ୍ଷୀ ଗଣନା ଆରମ୍ଭ କରାଯାଇଛି। ବନପାଳ, ପକ୍ଷୀ ଗବେଷକ, ବନ କର୍ମଚାରୀମାନେ ଉପସ୍ଥିତ ରହି ଗଣନା କରିଛନ୍ତି। ଜିଲାର ଦେଉଳି, ବଡ଼ଯୋଡ଼, ପାଉଁଶିଆ, ବାଙ୍କବଳ, ଶୁଲେପଡ଼ା ସମେତ ପ୍ରାୟ ୧୦୦ଟି ଜଳାଶୟରେ ଏହି ଗଣନା କାର୍ଯ୍ୟ ହେଉଛି। ସକାଳ ୬ଟା ୩୦ରୁ ଜଳାଶୟଗୁଡିକରେ ଗଣନା ଆରମ୍ଭ କରାଯାଇଛି। ବାଇନାକୁଲାର ଯୋଗେ ପକ୍ଷୀଙ୍କୁ ଦେଖି ଗଣନା କରାଯାଉଛି।
ସେହିପରି କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ସାତକୋଶିଆ ରେଞ୍ଜ ଅଞ୍ଚଳର ପକ୍ଷୀ ଗଣନା ଆରମ୍ଭ ହୋଇଛି। ରେଞ୍ଜ ଅଞ୍ଚଳରେ ଥିବା ୩ଟି ସ୍ଥାନରେ ଏହି ଗଣନା କରାଯାଇଛି। ଏନେଇ ରେଞ୍ଜ ଅଧିକାରୀ ପୀତାମ୍ବର ସେଠୀ ସୂଚନା ଦେଇଛନ୍ତି। ପକ୍ଷୀ ଗଣନା କାର୍ଯ୍ୟ ପାଇଁ ବନବିଭାଗ ପକ୍ଷରୁ ୩ଟି ଟିମ ଗଠନ କରାଯାଇଛି। ତରଡ଼ିଆ ବନ୍ଧ ଓ ଶାଳନ୍ଦୀ ନଦୀର ସାତବେଢ଼ିଠାରେ ଏହି ଗଣନା କରାଯାଉଛି। ଗଣନାରେ ମୋଟ ୧୪/୧୫ ପ୍ରକାରର ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି। ବିଶେଷ କରି ଗେଣ୍ଡାଳିଅ, ହଂସରାଳି, ପାଣିକୁଆ, କଜଳପାତି, ଶୁଆ ଅଧିକ ସଂଖ୍ୟାରେ ଦେଖା ଯାଇଛନ୍ତି। ଶୁକ୍ରବାର ସୁଦ୍ଧା ମୋଟ ୧୦୩୦ ପକ୍ଷୀ ଥିବାର ଆକୋଳନ କରାଯାଇଛି। ଗତବର୍ଷ ପକ୍ଷୀ ଗଣନାରେ ୯୭୬ଟି ପକ୍ଷୀ ଥିବା ବନବିଭାଗ ଆକଳନ କରିଥିଲା। ଶୁକ୍ରବାର ବର୍ଷା ଯୋଗୁଁ ଗଣନା କାର୍ଯ୍ୟ ବନ୍ଦ ରହିଛି। ଗଣନା କାର୍ଯ୍ୟରେ ଫରେଷ୍ଟର କେଦାରନାଥ ବାରିକ, ଫରେଷ୍ଟ ଗାର୍ଡ ସମୀର ମହାନ୍ତି, ଯୋଗେଶ୍ୱର କୁଡି ,ନଳିନୀ ମହାନ୍ତ, ଲୋକନାଥ ରାଉତ, ଆଶିଷ ବେହେରା, ମକରଧ୍ୱଜ ନାୟକ, ଗଦାଧର ବେହେରାଙ୍କ ସମେତ ଟିପିଏଫ କର୍ମକର୍ତ୍ତାମାନେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ି ଚାଲିଛି ଶିମିଳିପାଳ ନିଆଁ

ବାରିପଦା,୩ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ପାରଦ ସୀମା ଲଂଘୁଥିବା ବେଳେ ଅଣାୟତ୍ତ ହୋଇପଡ଼ିଛି ଶିମିଳିପାଳ ନିଆଁ। ପ୍ରତିଦିନ ଶିମିଳିପାଳ ଅଭୟାରଣ୍ୟର ଉତ୍ତର ଓ ଦକ୍ଷିଣ...

ବିଜେଡିରୁ ସବୁ ସମ୍ପର୍କ ଛିନ୍ନ କଲେ ପୂର୍ବତନ ବିଧାୟକ

ଠାକୁରମୁଣ୍ଡା,୩୦।୪(ତାରାକାନ୍ତ ପଟ୍ଟନାୟକ): ମୟୁରଭଞ୍ଜ ଜିଲା କରଞ୍ଜିଆ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଟିକେଟ ଆଶାୟୀ ଥିବା ପୂର୍ବତନ ବିଧାୟକ ବିଜୟ କୁମାର ନାଏକ ବିଜେଡିରୁ ଇସ୍ତଫା ଦେବା...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ମୋରଡ଼ା ନିର୍ବାଚନମଣ୍ଡଳୀରେ କଂଗ୍ରେସର ଘନଘନ ବୈଠକ, ମିଶ୍ରଣ ପର୍ବ

ମୋରଡ଼ା,୨୭ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକମାତ୍ର ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀ ମୋରଡ଼ା ନିର୍ବାଚନମଣ୍ଡଳୀ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସମସ୍ତ ରାଜନୈତିକ ଦଳ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri