ଜୟପୁର,୪।୧(ଡି.ଏନ୍.ଏ.) ଧାର୍ଯ୍ୟ ତାରିଖ ଭିତରେ କୋରାପୁଟ ଜିଲାର ଅଧିକାଂଶ ଚାଷୀ ନାମ ପଞ୍ଜିକରଣ କରିପାରି ନାହାନ୍ତି। ଜିଲାପାଳ, ଯୋଗାଣ ଅଧିକାରୀଙ୍କ ଦୃଷ୍ଟିକୁ ଏହା ଅଣାଯିବା ପରେ ରାଜ୍ୟ ସରକାରଙ୍କୁ ଅବଗତ କରିଥିଲା ଜିଲା ପ୍ରଶାସନ। ଖାଦ୍ୟ ଯୋଗାଣ ବିଭାଗର ନିର୍ଦ୍ଦେଶକ୍ରମେ ନିର୍ଦ୍ଧାରିତ ସମୟ ଭିତରେ ପଞ୍ଜିକରଣ କରିପାରି ନ ଥିବା ଚାଷୀ ପୁନର୍ବାର ଏଥିପାଇଁ ଆବେଦନ କରିଥିଲେ। ଜିଲାର ୨୦ଟି ଲ୍ୟାମ୍ପ ମଧ୍ୟରୁ ୮ଟି ଲ୍ୟାମ୍ପର ୩୨୮ ଜଣ ଚାଷୀ ଏହି ଆବେଦନ କରିଛନ୍ତି ା କିନ୍ତୁ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନ ଥିବା ଯୋଗୁ ପଞ୍ଜିକରଣ ଅପେକ୍ଷାରେ ରହିଛନ୍ତି ଚାଷୀ। ତୁରନ୍ତ ନିଷ୍ପତ୍ତି ନ ହେଲେ ପଞ୍ଜିକରଣ ଅପେକ୍ଷାରେ ଥିବା ଚାଷୀ ସେମାନଙ୍କ ଅମଳ ଧାନ କେଉଁଠାରେ ବିକିବେ, ସେନେଇ ଚିନ୍ତାରେ ରହିଛନ୍ତି ା
ଜୟପୁର ବ୍ଲକ କୁମୁଲିପୁଟ ଲ୍ୟାମ୍ପ ଅଧୀନରେ ୮୫ ଜଣ, ଉମୁରୀ ଲ୍ୟାମ୍ପର ୩୯, କୋଟପାଡ଼ ବ୍ଲକ ସଦର ଲ୍ୟାମ୍ପର ୮୧, ବୋରିଗୁମ୍ମା ବ୍ଲକ ସଦର ଲ୍ୟାମ୍ପର ଜଣେ ଏବଂ କାମତା ଲ୍ୟାମ୍ପର ୧୨, ବୈପାରୀଗୁଡ଼ା ବ୍ଲକ ସଦରର ୭, ଲକ୍ଷ୍ମୀପୁର ବ୍ଲକ କାକିରିଗୁମ୍ମା ଲ୍ୟାମ୍ପର ୪ ଓ ସର୍ବାଧିକ କୁନ୍ଦୁରା ବ୍ଲକ ସଦର ଲ୍ୟାମ୍ପର ୧୫୩ ଜଣ ଚାଷୀ ପଞ୍ଜିକରଣ ପାଇଁ ଆବେଦନ କରିଛନ୍ତି। କୁନ୍ଦୁରା ବ୍ଲକର ଚାଷୀମାନେ ଅନ୍ତିମ ତାରିଖ ପୂର୍ବରୁ ଲ୍ୟାମ୍ପରେ କାଗଜପତ୍ର ଦାଖଲ କରି ପଞ୍ଜିକରଣ ପାଇଁ ଆବେଦନ କରିଥିଲେ। କିନ୍ତୁ ଲ୍ୟାମ୍ପ କର୍ମଚାରୀଙ୍କ ଅବହେଳା ଯୋଗୁ ତାହା ହୋଇପାରି ନ ଥିବା ସେମାନେ ଜିଲା ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି। ଏନେଇ ଯାଞ୍ଚ କରାଯିବ ବୋଲି ପ୍ରଶାସନ କହିଛି। ଉଲ୍ଲେଖଯୋଗ୍ୟ, ୨୦୧୯-୨୦ରେ ଚାଷୀଙ୍କ ଖରିଫ ଧାନ ବିକ୍ରି ପାଇଁ ରାଜ୍ୟ ସରକାର ଅଗଷ୍ଟ ୧ରୁ ସେପ୍ଟେମ୍ବର ୩୦ ସୁଦ୍ଧା ପଞ୍ଜିକରଣ ପାଇଁ ତାରିଖ ଧାର୍ଯ୍ୟ କରିଥିଲେ। ଏହି ଦୁଇମାସ ଭିତରେ ଅଧିକାଂଶ ଚାଷୀ ପଞ୍ଜିକରଣ କରି ନ ଥିବା ଯୋଗୁ ଏହି ଅବଧି ଅକ୍ଟୋବର ୩୧କୁ ବୃଦ୍ଧି କରାଯାଇଥିଲା। ଅନ୍ତିମ ତାରିଖ ସୁଦ୍ଧା ୨୬ ହଜାର ୮୩୦ ଜଣ ଚାଷୀ ପଞ୍ଜିକୃତ ହୋଇଥିଲେ। ସେଥିରୁ ଜାଲ୍ ପଞ୍ଜିକରଣ କରିଥିବା ୫୭ ଜଣ ଯାଞ୍ଚ ପରେ ବାଦ୍ ପଡ଼ିଥିଲେ।
ଭୁବନେଶ୍ବର ପାଇଁ ନୂଆ ଟିମ୍ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ
ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...
ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା
ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...
ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର
ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...
ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…
ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍ପି ଶୁଭେନ୍ଦୁ...
ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି କଲା ବଡ଼ ଦାବି: ଦେଲା ଚେତାବନୀ, ସମସ୍ୟାର ସମାଧାନ ନ ହେଲେ…
ବରଗଡ ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ଜ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ବରଗଡ଼ ମଥୁରାନଗରୀ ପାଲଟିଛି । ମଙ୍ଗଳବାର ସମ୍ଭବତଃ ମୁଖ୍ୟମନ୍ତ୍ରୀ ମୋହନ ଚରଣ...
ଗୋଟିଏ ନମ୍ବରରେ ୨ ଗାଡ଼ି: ଜଣେ ଭୁଲ କଲେ ଅନ୍ୟ ଜଣଙ୍କୁ ଆସୁଛି ଚାଲାଣ
ଛତ୍ରପୁର,୨୯ା୧୨ (ଦିଲ୍ଲୀପ ସାମଲ) ଜଣେ ଗାଡ଼ି ଚାଳକ ପ୍ରଦୂଷଣ ପ୍ରମାଣପତ୍ର କରିବାକୁ କେନ୍ଦ୍ରକୁ ଆସିଥିବା ବେଳେ ତାଙ୍କ ଗାଡ଼ିରେ ଚାଲାଣ କଟିଥିବାରୁ ହୋଇପାରିଲା ନାହିଁ। ଏହା...
ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏହିଦିନ ହେବ ପଞ୍ଜୀକରଣ
ଭୁବନେଶ୍ୱର,୨୯।୧୨: ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର,...
ଭରସା କଲେ ନବୀନ ୩ ଜଣଙ୍କୁ ମିଳିଲା ଗୁରୁ ଦାୟିତ୍ୱ
ବ୍ରଜରଜନଗର ୨୯ା୧୨( ବିଜୟ ବରାଡ଼): ଝାରସୁଗୁଡା ଜିଲା ବିଜୁ ଜନତା ଦଳକୁ ସକ୍ରିୟ କରିବା ପାଇଁ ବିଜେଡିର ସଭାପତି ନବୀନ ପଟନାୟକ ବ୍ରଜରଜନଗର ପୌରାଞ୍ଚଳରୁ ୩...
Archives


