ଘଟଗାଁରେ ନବବର୍ଷ ଲାଗି ୨ ଲକ୍ଷ ଶ୍ରଦ୍ଧାଳୁ

ଘଟଗାଁ, ୧ା୧: ଇଂରାଜୀ ନବବର୍ଷ ଲାଗି ପ୍ର ବୁଧବାର ଦିନ ଘଟଗାଁ ମା’ ତାରିଣୀ ପୀଠରେ ଦର୍ଶନ ପାଇଁ ୨ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଜଣାଯାଇଛି। ଏଥିସହିତ ସେମାନେ ମା’ ତାରିଣୀଙ୍କ ସୁନାବେଶ  ଦର୍ଶନ କରିଥିଲେ। ପ୍ରତ୍ୟୁଷରୁ ମା’ଙ୍କ ମାଜଣା, ମଙ୍ଗଳ ଆରତୀ ସହିତ ବଡ଼ ସିଂହାରବେଶ ହେବା ପରେ ସ୍ବର୍ଣ୍ଣ ଅଳଙ୍କାର ପରିଧାନ କରାଯାଇଥିଲା। ମନ୍ଦିର ମୁଖ୍ୟ ଫାଟକ ସକାଳ ୬ଟାରେ ଖୋଲାଯାଇ ଦର୍ଶନ ପାଇଁ ଭିଡ଼ ଲାଗି ଯାଇଥିଲା। ତେବେ ଭକ୍ତମାନେ ୮ଟି ଭୋଗଲଗା ଧାଡ଼ିରେ ନଡ଼ିଆ, ଧୂପ ସିନ୍ଦୂର ଫୁଲ ନେଇ ଯାଇଥିବାବେଳେ ସାଧାରଣ ଦର୍ଶନ ପାଇଁ ୨ ଗୋଟି ଧାଡ଼ି ବ୍ୟବସ୍ଥା କରାଯାଇଥିଲା। ଦିନ ୧୦ଟାରୁ ଭକ୍ତଙ୍କ ସମାଗମ ବୃଦ୍ଧି ପାଇଥିଲା। ଯାହାଫଳରେ ଦିନବେଳା ମା’ଙ୍କର ପହଡ଼ ପଡ଼ି ନ ଥିଲା। ତେଣୁ ଦିନ ତମାମ ମା’ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ମନ୍ଦିର ପୂଜକ ଶ୍ୟାମସୁନ୍ଦର ଦେହୁରୀ, ସଦାନନ୍ଦ ଦେହୁରୀ, ପର୍ଶୁରାମ ଦେହୁରୀ, ଯଯାତି ଦେହୁରୀ ରାଜକିଶୋର ଦେହୁରୀ ପ୍ରମୁଖ ୩୦ରୁ ଊର୍ଦ୍ଧ୍ୱ ପୂଜକ ମନ୍ଦିର ପରିସରରେ ଉପସ୍ଥିତ ରହି ଭକ୍ତଙ୍କ ଭୋଗ ନୈବେଦ୍ୟ ଓ ଦର୍ଶନ କାର୍ଯ୍ୟରେ ସହଯୋଗ କରିଥିଲେ। ମନ୍ଦିର ପରିଚାଳନାବୋର୍ଡ ସଭାପତି ରାଜେନ୍ଦ୍ର ପଟ୍ଟନାୟକ, ରୁଦ୍ର ନାରାୟଣ ମହନ୍ତ, ଆନନ୍ଦ ଚନ୍ଦ୍ର ସିଂହ, ବଳଭଦ୍ର ନନ୍ଦ, ଦୟାନିଧି ମହାନ୍ତ, ନିର୍ମଳ ମହାନ୍ତି, ପୋଲିସ ଏସ୍‌ଡିପିଓ ରବୀନ୍ଦ୍ର ମଲ୍ଲିକ, ତହସିଲଦାର ଜନକ ନାୟକ, ଥାନାଅଧିକାରୀ ବନ୍ଦନା ପାତ୍ର, ଦୈତାରି, ହରିଚନ୍ଦନପୁର, ପାଟଣା, ଘସିପୁରା, ଆନନ୍ଦପୁର ପ୍ରଭୃତି ଥାନା ଅଧିକାରୀ ସମେତ ୪ ପ୍ଲାଟୁନ ଫୋର୍ସ, ଗାୟତ୍ରୀ ପରିବାର, ସତ୍ୟସାଇ ସେବାସଂଗଠନ ପ୍ରମୁଖ ଉପସ୍ଥିତ ରହି ଭକ୍ତଙ୍କ ଶୃଙ୍ଖଳା ଦର୍ଶନ ବ୍ୟବସ୍ଥାରେ ସହଯୋଗ କରିଥିଲେ। ତେବେ ପାର୍କିଂ ସ୍ଥଳରୁ ଶ୍ରଦ୍ଧାଳୁଙ୍କ ପାଇଁ ଟ୍ରଷ୍ଟବୋର୍ଡ ପକ୍ଷରୁ ମାଗଣା ବସସେବା ସକାଳଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ କରାଯାଇଥିଲା। ଫଳରେ ଭକ୍ତମାନେ ବିଭିନ୍ନ ପାର୍କିଂ ସ୍ଥାନରୁ ସୁରୁଖୁରୁରେ ମା ତାରିଣୀ ମନ୍ଦିର ଯିବା ଆସିବା କରିପାରିଥିଲେ। ସେହିପରି ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ସମସ୍ତ ଭକ୍ତଙ୍କୁ ନଡ଼ିଆ ଲଡ଼ୁ ବଣ୍ଟନ କରାଯାଇଥିଲା। ତେବେ ଭକ୍ତଙ୍କ ଗହଳି ସନ୍ଧ୍ୟା ଆରତୀ ପର୍ଯ୍ୟନ୍ତ ଲାଗି ରହିଥିଲା। ମନ୍ଦିର ପରିସରରେ ଭକ୍ତମାନଙ୍କ ଗହଳି ଓ ଟ୍ରାଫିକ୍‌ ସମସ୍ୟା ପାଇଁ ପୋଲିସ୍‌ ରାତ୍ର ପର୍ଯ୍ୟନ୍ତ ଉପସ୍ଥିତ ରହିଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା-ବିଜେଡି, ଶୁଭିଲା ଜୟ ଶ୍ରୀରାମ, ଜୟଜଗନ୍ନାଥ

ଭୁବନେଶ୍ୱର,୨୯।୪: ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା ଓ ବିଜେଡି କର୍ମୀ। ଭାଜପା ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଜେଡିର ସତ୍ୟବାଦୀ...

ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ

ଭୁବନେଶ୍ୱର,୨୯।୪: ମେ’ ୩ ତାରିଖରେ ରାୟଗଡ଼ା ଆସିବେ ରାହୁଲ ଗାନ୍ଧୀ। ଏ ନେଇ ସୂଚନା ଦେଇଛନ୍ତି ଭକ୍ତ ଦାସ। ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟ ନବରଙ୍ଗପୁର ଗସ୍ତ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri