ସିଏଜି ରିପୋର୍ଟ ଦର୍ଶାଇଲା ଅନିୟମିତତା

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ୨୦୧୪ରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର କ୍ଷମତାକୁ ଆସିବା ପରଠାରୁ ଅନେକ ଯୋଜନା ଆରମ୍ଭ କରିଛନ୍ତି। ଯୋଜନାର ସଫଳତା ନେଇ ମଧ୍ୟ ପ୍ରଚାର ଜୋରସୋର କରୁଛନ୍ତି। କରଦାତାଙ୍କ ଅର୍ଥକୁ ବ୍ୟବହାର କରି କେନ୍ଦ୍ର ଯୋଜନାର ପ୍ରଚାର ପାଇଁ ବ୍ୟାପକ ଟଙ୍କା ମଧ୍ୟ ଖର୍ଚ୍ଚ ଚାଲିଛି। ରାସ୍ତା କଡରେ ବଡ଼ବଡ଼ ହୋର୍ଡିଂ ଲଗାଯାଇଛି। ହେଲେ ବାସ୍ତବତା କିନ୍ତୁ ଭିନ୍ନ ଭଳି ମନେ ହେଉଛି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା(ପିଏମ୍‌ୟୁଓ୍ବାଇ)କୁ ଅନୁଧ୍ୟାନ କଲେ ଏହା ସହଜରେ ଅନୁମେୟ। ଏହି ଯୋଜନାରେ ବହୁ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇଛି। ଏହାସହ ଗ୍ୟାସ ସଂଯୋଗ ନେଇଥିବା ବହୁ ହିତାଧିକାରୀ ନିୟମିତ ରିଫିଲିଂ କରୁନାହାନ୍ତି। ଏପରି କି ଗ୍ୟାସ ସଂଯୋଗ ନେଇଥିବା ବହୁ ହିତାଧିକାରୀଙ୍କ ଖାତାକୁ ସବ୍‌ସିଡି ଟଙ୍କା ମଧ୍ୟ ଠିକ୍‌ ସମୟରେ ଆସୁ ନ ଥିବା ଅଭିଯୋଗ ହେଉଛି। ଏନେଇ ପୂର୍ବରୁ ଧରିତ୍ରୀରେ ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇଥିଲା। ଧରିତ୍ରୀର ଉକ୍ତ ଖବର ଏବେ ସତ୍ୟରେ ପରିଣତ ହୋଇଛି। କାରଣ କମ୍ପ୍ଟୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ରିପୋର୍ଟ ଏହି ସମସ୍ତ ତଥ୍ୟକୁ ପ୍ରକାଶ କରି ଉଜ୍ଜ୍ୱଳା ବିଫଳତାର ପେଡ଼ି ଖୋଲିଦେଇଛନ୍ତି। ଯାହାଫଳରେ ଏହି ଯୋଜନାର ବାସ୍ତବତା ପଦାରେ ପଡ଼ିଯାଇଛି।
ପିଏମ୍‌ୟୁଓ୍ବାଇ ୨୦୧୬ ମେ ମାସରେ ଆରମ୍ଭ କରାଯାଇଥିଲା। ୨୦୨୦ ସୁଦ୍ଧା ୮ କୋଟି ଗରିବ ଲୋକଙ୍କ ଘରେ ଗ୍ୟାସ ସଂଯୋଗ ପହଞ୍ଚାଇବା ପାଇଁ ମୋଦି ସରକାର ଲକ୍ଷ୍ୟ ରଖିଥିଲେ। ମାତ୍ର ବର୍ତ୍ତମାନ ସୁଦ୍ଧା ଏହା ସମ୍ପୂର୍ଣ୍ଣ ହୋଇସାରିଥିବା କୁହାଯାଉଛି। ହେଲେ ସିଏଜି ଦେଇଥିବା ରିପୋର୍ଟକୁ ଅନୁଧ୍ୟାନ କଲେ ସରକାରଙ୍କ ଘୋଷଣାରେ ବାସ୍ତବତା ନ ଥିବା ଭଳି ଲାଗୁଛି। ଏହି ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ସିଏଜି ରିପୋର୍ଟରେ ଦର୍ଶାଯାଇଛି। ୨୦୧୮ ମାର୍ଚ୍ଚ ୩୧ ସୁଦ୍ଧା ଏହି ଯୋଜନାରେ ୧.୯୩ କୋଟି ହିତାଧିକାରୀ ଥିଲେ। ଏମାନଙ୍କ ମଧ୍ୟରୁ ମାତ୍ର ୩.୬୬ ପ୍ରତିଶତ ହିତାଧିକାରୀ ଗ୍ୟାସ୍‌ ନେବାପରେ ପ୍ରଥମ ଥର ଲାଗି ରିଫିଲିଂ କରିଛନ୍ତି। ୨୦୧୮ ଡିସେମ୍ବର ୩୧ ସୁଦ୍ଧା ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି ପାଇ ୩ କୋଟି ୧୮ଲକ୍ଷରେ ପହଞ୍ଚିଥିଲା। ସେଥିରୁ ମାତ୍ର ୩.୨୧ ପ୍ରତିଶତ ଲୋକ ରିଫିଲିଂ କରିଛନ୍ତି। ସାରା ଦେଶରେ ରିଫିଲିଂ କ୍ଷେତ୍ରରେ ଓଡିଶା ଶେଷଆଡୁ ୪ ନମ୍ବରରେ ରହିଛି। ୨୦୧୮ ଡିସେମ୍ବର ୩୧ସୁଦ୍ଧା ଜାତୀୟ ସ୍ତରରେ ହାରାହାରି ଉଜ୍ଜ୍ୱଳା ହିତାଧିକାରୀମାନେ ବାର୍ଷିକ ୩.୨୧ଟି ରିଫିଲିଂ କରୁଥିବାବେଳେ ଓଡ଼ିଶାରେ ହାରାହାରି ୨.୮୮ଟି ରିଫିଲିଂ ହୋଇଛି। କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜ ରାଜ୍ୟ ଓଡିଶା ଶେଷ ଆଡୁ ୪ ନମ୍ବରରେ ଥିଲାବେଳେ ଏହା ତଳକୁ ଛତିଶଗଡ଼ରେ ହାରାହାରି ୧.୬୧ଟି, ମଧ୍ୟପ୍ରଦେଶରେ ୨.୩୮ଟି ଏବଂ ଝାଡ଼ଖଣ୍ଡରେ ୨.୫୭ଟି ରିଫିଲିଂ ହେଉଛି।
କେବଳ ଉଜ୍ଜ୍ୱଳାରେ ନୁହେଁ, ଗ୍ୟାସ ସଂଯୋଗ ନେଇଥିବା ସାଧାରଣ ହିତାଧିକାରୀଙ୍କ ରିଫିଲିଂ ମଧ୍ୟ ନିମ୍ନଗାମୀ ଦେଖିବାକୁ ମିଳିଛି। ୨୦୧୬-୧୭ ଏବଂ ୨୦୧୭-୧୮ରେ ଉଜ୍ଜ୍ୱଳା ହିତାଧିକାରୀଙ୍କ କ୍ଷେତ୍ରରେ ରିଫିଲିଂ କମିଛି। ସେହିପରି ଗ୍ରାମାଞ୍ଚଳର ହିତାଧିକାରୀଙ୍କ ଘରେ ଗ୍ୟାସ ପହଞ୍ଚାଇବା ଏବଂ ରିଫିଲିଂ ଦେବାରେ ବିଳମ୍ବ ହେଉଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ଏପରି କି ବିପଦପୂର୍ଣ୍ଣ ଭାବେ ଏଲ୍‌ପିଜି ବ୍ୟବହାର କରାଯାଉଥିବା ଲକ୍ଷ୍ୟ କରାଯାଇଛି। ଏହି ଯୋଜନାରେ ରୋଷେଇ ଘରର ସୁରକ୍ଷା ଉପରେ ଧ୍ୟାନ ରଖିବାକୁ ନିୟମ ରହିଥିଲେ ମଧ୍ୟ ତାହା କଡାକଡି ପାଳନ କରାଯାଇନାହିଁ। ସେହିପରି ୨୦୧୧ ଜନଗଣନା ଅନୁଯାୟୀ ଗ୍ୟାସ ସଂଯୋଗ ନେଇଥିବା ହିତାଧିକାରୀଙ୍କ ମଧ୍ୟରୁ ୮ଲକ୍ଷ ୫୯ହଜାର ନାବାଳିକା ଏବଂ ନାବାଳକ ରହିଥିବା ଦର୍ଶାଯାଇଛି। ଅନ୍ୟପକ୍ଷରେ ହିତାଧିକାରୀମାନେ ଗ୍ୟାସ୍‌ ରିଫିଲିଂ କରିବାପରେ ସେମାନଙ୍କ ବ୍ୟାଙ୍କ ଖାତାକୁ ଠିକ୍‌ଭାବେ ସବ୍‌ସିଡି ଅର୍ଥ ଆସୁନାହିଁ। ଅନେକ କ୍ଷେତ୍ରରେ ଲୋକମାନେ ସବସିଡି ଟଙ୍କା ନ ପାଇବା ନେଇ ବାରମ୍ବାର ଅଭିଯୋଗ କରୁଛନ୍ତି।  ପାଖାପାଖି ୧୪ଲକ୍ଷ ଉପଭୋକ୍ତା ଗୋଟିଏ ମାସରେ ୩ରୁ ୪୧ଟି ପର୍ଯ୍ୟନ୍ତ ଗ୍ୟାସ୍‌ ସିଲିଣ୍ଡର ବ୍ୟବହାର କରିଥିବା ଜଣାପଡିଛି। ଅନ୍ୟପଟେ ସିଙ୍ଗିଲ ବଟଲ୍‌ କନେକ୍ସନ ଥିବା ୩ଲକ୍ଷ ୪୪ହଜାର ଲୋକଙ୍କୁ ଉଜ୍ଜ୍ୱଳା ଯୋଜନାରେ ଗୋଟିଏ ମାସରେ ୨ରୁ ୨୦ଟି ଗ୍ୟାସ୍‌ ସିଲିଣ୍ଡର ରିଫିଲିଂ ପାଇଁ ଆଇଓସିଏଲ୍‌ ଏବଂ ଏଚ୍‌ପିସିଏଲ୍‌ ଅନୁମତି ଦେଇଛନ୍ତି।
ଉଜ୍ଜ୍ୱଳା ଯୋଜନାକୁ ନେଇ କେନ୍ଦ୍ର ସରକାର ବାହାବା ନେଉଥିବା ବେଳେ ସିଏଜି ରିପୋର୍ଟକୁ ନେଇ ବିଜେଡି, କଂଗ୍ରେସ କଡ଼ା ସମାଲୋଚନା କରିଛନ୍ତି। ଏନେଇ ବିଜେଡି ଯୁବ ସଭାପତି ଅମରେଶ ପତ୍ରୀ କହିଛନ୍ତି, ଦୀର୍ଘଦିନ ଧରି ଉଜ୍ଜ୍ୱଳାରେ ଦୁର୍ନୀତି ହେଉଥିବା କଥା କହିଆସୁଥିଲା। ଏହାକୁ କିନ୍ତୁ କେନ୍ଦ୍ରମନ୍ତ୍ରୀ ସ୍ବୀକାର ନ କରି ଫାଙ୍କି ଦେଉଥିଲେ। ହେଲେ ଏହାର ସତ୍ୟାସତ୍ୟ ସିଏଜି ପ୍ରକାଶ କରିଛନ୍ତି। ଯେତିକି ଲୋକ ଉଜ୍ଜ୍ୱଳାରେ ଗ୍ୟାସ ସଂଯୋଗ ନେଇଛନ୍ତି ବୋଲି ସେମାନେ ଦାବି କରୁଥିଲେ ରିଫିଲିଂ କେତେ ହେଉଛି ସେକଥା ଖୋଦ୍‌ ସିଏଜିଙ୍କ ରିପୋର୍ଟରେ ପ୍ରକାଶପାଇଛି। ଏହି ଯୋଜନା ଦଳୀୟ ଭିତ୍ତିରେ ବଣ୍ଟନ ଚାଲିଥିବା ନେଇ ଯାହା ବିଜେଡି ଅଭିଯୋଗ କରୁଥିଲେ ତାହା ସତ୍ୟ ପ୍ରମାଣିତ ହୋଇଛି ବୋଲି ଅମରେଶ କହିଛନ୍ତି। ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଗରିବ ଲୋକଙ୍କ ଆକାଉଣ୍ଟକୁ ୧୫ଲକ୍ଷ ଲେଖା ଦେବା କଥା ହେଉ ବା ଉଜ୍ଜ୍ୱଳା ମୋଦି ସରକାରର ସବୁ ଯୋଜନା ଫେଲ୍‌ ମାରିଛି। କେବଳ ପ୍ରଚାର ଓ ପ୍ରସାରର ସରକାର। ଏହି ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ବିଗତ ଦିନରୁ କଂଗ୍ରେସ କହିଆସୁଥିବା ବେଳେ ଏନେଇ ଦଳ ରାସ୍ତାକୁ ଓହ୍ଲାଇବ ବୋଲି ନିରଞ୍ଜନ କହିଛନ୍ତି। ଭାଜପା ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ସାମାଜିକ ଅର୍ଥନୈତିକ ଜାତିଭିତ୍ତିକ ଜନଗଣନା(ଏସ୍‌ଇସିସି)ତାଲିକା ରାଜ୍ୟ ସରକାର କରିଥାନ୍ତି। ରାଜ୍ୟରେ ଯଦି ତାଲିକା ଭୁଲ୍‌ ପ୍ରସ୍ତୁତ ହୁଏ ତେବେ କେନ୍ଦ୍ର କିଛି କରିପାରିବ ନାହିଁ। ଏହା ଏକ ଗୁରୁତ୍ୱପୂର୍ଣ୍ଣ, ମହତ୍ତ୍ୱପୂର୍ଣ୍ଣ ଯୋଜନା, ଯାହାର ଧାର୍ଯ୍ୟ ସମୟ ପୂର୍ବରୁ ଲକ୍ଷ୍ୟ ପୂରଣ ହୋଇପାରିଛି। ଯଦି କିଛି ଭୁଲ୍‌ ତ୍ରୁଟି ଥାଏ ତା’ର ତର୍ଜମା କରାଯିବ ବୋଲି ଗୋଲକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଗ ରକ୍ତଦାନ, ପରେ ନାମାଙ୍କନ

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ନେଇ ପ୍ରାର୍ଥୀମାନେ ଚିରାଚରିତ ଢଙ୍ଗରେ ପ୍ରାର୍ଥିପତ୍ର ତଥା ନାମାଙ୍କନ ଦାଖଲ କରୁଛନ୍ତି । କିଏ ବିଶାଳ ଶୋଭାଯାତ୍ରା ତ’ ଆଉ...

ଟିକେଟ୍‌ ନ ମିଳିବାରୁ ବିଜେଡିରୁ ଇସ୍ତଫା ଦେଲେ ସନ୍ତୋଷ ଖଟୁଆ

ଭୁବନେଶ୍ୱର,୨।୫: ଆଜି ବିଜେଡି ନୀଳଗିରି ବିଧାୟକ ପାର୍ଥୀ ଘୋଷଣା କରିଛି। ହେଲେ ନୀଳଗିରି ନିର୍ବାଚନମଣ୍ଡଳୀ ପାଇଁ ଆଶାୟୀ ଥିବା ବାଲେଶ୍ୱର ଜିଲା ବିଜେଡି ଉପ-ସଭାପତି ସନ୍ତୋଷ...

ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ: ୯ ଜଣ ଶ୍ରମିକ ଆହତ

ଭୁବନେଶ୍ୱର,୨।୫: କେନ୍ଦୁଝର ସ୍ଥିତ ଏକ ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ୯ ଜଣ ଶ୍ରମିକ ଆହତ ହୋଇଛନ୍ତି। ରୁଗୁଡ଼ି ସ୍ଥିତ KJS ଆଲୁୱାଲିଆ...

ଏମ୍‌ପି, ବିଧାୟକ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କଲେ ପାଣ୍ଡିଆନ

ଜି.ଉଦୟଗିରି,୨।୫(ଶିଶିର ପଟ୍ଟନାୟକ): ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଗୁରୁବାର ଅପରାହ୍ନରେ ହେଲିକପ୍ଟର ଯୋଗେ ଜି.ଉଦୟଗିରି ଷ୍ଟାଡିୟମ ପଡ଼ିିଆରେ ଅବତରଣ କରି ସେଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ...

କାହିଁକି ଶଗଡ ଚଢି ନାମାଙ୍କନ ଦାଖଲ କରିବାକୁ ଆସିଲେ ମନ୍ମଥ, କହିଲେ କାରଣ…

ଭୁବନେଶ୍ୱର,୨।୫: ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ଆଜି ନାମାଙ୍କନ ଦାଖଲ କରିଛନ୍ତି ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ବିଜେଡିର ମନ୍ମଥ ରାଉତରାୟ ।...

ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିପାରେ ଭାଜପା: ଅମିତ ଶାହା

ଭୁବନେଶ୍ୱର,୨ା୫: ଆସନ୍ତା ସାଧାରଣ ନିର୍ବାଚନ ୨୦୨୪ ରେ ଦଳ ଓଡିଶାରେ ପ୍ରାୟ ୧୬ ଟି ଲୋକସଭା ଆସନ ଜିତିପାରେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ...

ସ୍ତ୍ରୀ ରୋଗ ବିଶେଷଜ୍ଞରୁ ରାଜନୀତି, ଭାଜପା ଟିକେଟ୍‌ରେ ଏଇଠୁ ଲଢିବେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର,୨।୫: ଭାଜପା ଗୁରୁବାର ୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ବାରବାଟୀ କଟକରୁ ପ୍ରଖ୍ୟାତ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ...

ଭାଜପା ବିଧାନସଭା ପ୍ରାର୍ଥୀ: ଘସିପୁରାରୁ ଲଢିବେ…

ଭୁବନେଶ୍ୱର,୨।୫: ଭାଜପା ଗୁରୁବାର ୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଘସିପୁରାରୁ ଶମ୍ଭୁନାଥ ରାଉତ, ଭୋଗରାଇରୁ ଆଶିଷ ପାତ୍ର, ଭଣ୍ଡାରୀପୋଖରୀରୁ ସୁଧାଂଶୁ ନାୟକ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri