ଦିବ୍ୟାଙ୍ଗ, ବରିଷ୍ଠ ନାଗରିକଙ୍କୁ ଶୋଷଣ; ଶ୍ରୀଜୀଉଙ୍କ ଦର୍ଶନ କରାଇବା ପାଇଁ ଦାବି କରୁଛନ୍ତି ମୋଟା ଅଙ୍କର ଟଙ୍କା

ପୁରୀ ଅଫିସ, ୩୦।୧୨: ଶ୍ରୀମନ୍ଦିରକୁ ଆସୁଥିବା ଦର୍ଶନାର୍ଥୀଙ୍କ ପାଇଁ ସବୁ ପ୍ରକାର ସୁବିଧା କର। ଭକ୍ତମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ସେଥିଲାଗି ବ୍ୟବସ୍ଥା କର। ଶ୍ରଦ୍ଧାଳୁମାନେ ଯେପରି ଶୋଷଣ ନ ହୁଅନ୍ତି, ସେଥିପ୍ରତି ବି ନଜର ରଖିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଏଥିପାଇଁ ଜିଲା ପ୍ରଶାସନ, ପୋଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। ଭକ୍ତମାନେ କିପରି ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରିବେ ଏବଂ ସେମାନଙ୍କ ପାଇଁ ଆନୁଷଙ୍ଗିକ ସୁବିଧା ବି କରାଯାଉଛି। ହେଲେ ଭକ୍ତଙ୍କୁ ଶୋଷଣ ଉପରେ କିନ୍ତୁ ରୋକ୍‌ ଲଗାଯାଇ ପାରୁନାହିଁ। ସାଧାରଣ ଭକ୍ତ ନୁହନ୍ତି ଦିବ୍ୟାଙ୍ଗ ଏବଂ ବରିଷ୍ଠ ଭକ୍ତଙ୍କୁ ବି ଶୋଷଣ କରାଯାଉଛି। ଦର୍ଶନ କରାଇ ଦେବାକୁ କହି ମୋଟା ଅଙ୍କର ଟଙ୍କା ଦାବି କରୁଛନ୍ତି। ଏହାକୁ ସମ୍ପୃକ୍ତ ଦିବ୍ୟାଙ୍ଗ ଭକ୍ତ ନାପସନ୍ଦ କରିଛନ୍ତି।
ଆସୁଥିବା ଦିବ୍ୟାଙ୍ଗ ଓ ଚାଲିବାକୁ ସକ୍ଷମ ନ ଥିବା ବରିଷ୍ଠ ନାଗରିକମାନଙ୍କ ଲାଗି ପୂର୍ବରୁ କାଠର ସ୍ବତନ୍ତ୍ର ହ୍ବିଲ ଚେୟାର କରାଯାଇଥିଲା। ଉତ୍ତର ଦ୍ୱାର ବାଟେ ର଼୍ୟାମ୍ପ ଦେଇ ଦିବ୍ୟାଙ୍ଗ ଭକ୍ତମାନେ ସାତପାହାଚ ପର୍ଯ୍ୟନ୍ତ ଯାଉଥିଲେ। ସେଠାରୁ ସମ୍ପର୍କୀୟମାନେ ତାଙ୍କୁ ନେଇ ଦର୍ଶନ କରାଇ ପାରୁଥିଲେ। କିନ୍ତୁ ପ୍ରାୟ ଦେଢ ବର୍ଷରୁ ଊର୍ଦ୍ଧ୍ୱ ହେବ କାଠ ଚେୟାର ବ୍ୟବସ୍ଥା ନାହିଁ। ଫଳରେ ଦିବ୍ୟାଙ୍ଗ ଓ ବରିଷ୍ଠ ଭକ୍ତମାନେ ଦର୍ଶନ ପାଇଁ ହଇରାଣ ହେଉଛନ୍ତି। ଶ୍ରୀମନ୍ଦିରକୁ କୌଣସି ଦିବ୍ୟାଙ୍ଗ କିମ୍ବା ଚାଲିବାକୁ ସକ୍ଷମ ନ ଥିବା ଭକ୍ତ ଆସିଲେ ସେମାନଙ୍କୁ ଶ୍ରୀଜଗନ୍ନାଥ ଭକ୍ତ ସେବା ସଂସ୍ଥା ଗାଡ଼ିିରେ ନେଇ ଉତ୍ତର ଦ୍ୱାର ପାଖରେ ଛାଡୁଛନ୍ତି। ଯଦି କାହାର ସମ୍ପର୍କୀୟ ତାଙ୍କୁ ନେଇ ଦର୍ଶନ କରାଇବାରେ ସମର୍ଥ ହେଉଛନ୍ତି ତାହା ହେଲେ ଠିକ୍‌ ଅଛି, ନଚେତ ପହଞ୍ଚତ୍ ଯାଉଛନ୍ତି ଅନେକ ବ୍ୟକ୍ତି। ସେମାନେ ଦର୍ଶନ କରାଇବା ପାଇଁ ମୋଟା ଅଙ୍କର ଟଙ୍କା ଦାବି କରୁଛନ୍ତି । ଏଥିପାଇଁ ୫୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଦାବି କରାଯାଉଥିବା ଜଣାପଡ଼ିଛି।
ଜଣେ ବୃଦ୍ଧା (ଚାଲିବାକୁ ସକ୍ଷମ ନ ଥିବା) ବ୍ୟାଟେରି ଅଟୋରେ ଆସି ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପାଖରେ ପହଞ୍ଚତ୍ଲେ। ତାଙ୍କ ସହିତ ଅନ୍ୟ ଜଣେ ମହିଳା ଓ ଜଣେ ପୁରୁଷ ଥିଲେ। ସେ ପହଞ୍ଚତ୍ବା କ୍ଷଣି କେତେଜଣ ଯୁବକ ତାଙ୍କ ପାଖରେ ପହଞ୍ଚତ୍ ଦର୍ଶନ କରାଇଦେବାକୁ କହିଥିଲେ। ଏଥିପାଇଁ ୧୦୦୦ ଟଙ୍କା ଦେବାକୁ ପଡ଼ିିବ ବୋଲି ଦାବି କରିଥିଲେ। ଶେଷରେ ସେମାନେ ୫୦୦ ଟଙ୍କାରେ ରାଜି ହୋଇ ତାଙ୍କୁ ଶ୍ରୀମନ୍ଦିରକୁ ନେଇ ଦର୍ଶନ କରାଇଥିଲେ। କେବଳ ଏହି ଗୋଟିଏ ଘଟଣା ନୁହେଁ, ଏହିପରି ଭାବେ ଅନେକ ଭକ୍ତଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହେଉଛି। ୧୦୦୦ ଟଙ୍କା ପର୍ଯ୍ୟନ୍ତ ନିଆଯାଉଛି। ତେଣୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାର ଏକ ସ୍ଥାୟୀ ବ୍ୟବସ୍ଥା କରାଯିବା ଦରକାର ବୋଲି ଅନେକେ କହିଛନ୍ତି। ମନ୍ଦିର ପ୍ରଶାସନ ପକ୍ଷରୁ ଉତ୍ତର ଦ୍ୱାର ଦେଇ ନୂଆ ର଼୍ୟାମ୍ପ ତିଆରି କରାଯାଇଛି। ଏହା ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ନ ଥିବା ବେଳେ ଆନନ୍ଦ ବଜାର ଦେଇ ଯାଇଥିବାରୁ ସୁଆର ସେବକମାନେ ଏ ନେଇ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।
ଭକ୍ତ ସେବା ସଂସ୍ଥାର ପ୍ରତିଷ୍ଠାତା ସମ୍ପାଦକ ଗୋବିନ୍ଦ ପ୍ରସାଦ ମହାନ୍ତି କହିଛନ୍ତି, ଆମ ପାଖରେ କୌଣସି ଦିବ୍ୟାଙ୍ଗ କିମ୍ବା ଚାଲିବାକୁ ସକ୍ଷମ ନ ଥିବା ଭକ୍ତ ପହଞ୍ଚତ୍ଲେ ଆମେ ତାଙ୍କୁ ଗାଡ଼ିିରେ ନେଇ ଉତ୍ତର ଦ୍ୱାର ପାଖରେ ଛାଡ଼ିଥାଉ। କିନ୍ତୁ ସେଠାରୁ ମନ୍ଦିର ଭିତରକୁ ନେବା ଲାଗି କୌଣସି ବ୍ୟବସ୍ଥା ନାହିଁ। ଫଳରେ ଯେଉଁମାନେ ନେଇ ଭିତରେ ଦର୍ଶନ କରାଉଛନ୍ତି, ସେମାନେ ଅଧିକ ଟଙ୍କା ନେଉଥିବା କେହି କେହି ଆମ ପାଖରେ ଯାଇ ଅଭିଯୋଗ କରୁଛନ୍ତି। ଦର୍ଶନ କରାଉଥିବା ବ୍ୟକ୍ତି ସେମାନଙ୍କଠାରୁ ଟଙ୍କା ନିଅନ୍ତୁ, କିନ୍ତୁ ଅଧିକ ନେଇ ଶୋଷଣ କରନ୍ତୁ ନାହିଁ। ଶ୍ରୀମନ୍ଦିର ପ୍ରଶାସନ କିମ୍ବା ରାଜ୍ୟ ସରକାର ଏହାର ସ୍ଥାୟୀ ସମାଧାନ କରିବା ଦରକାର ବୋଲି ମହାନ୍ତି ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ: ଭକ୍ତ କହିଲେ..

ଭୁବନେଶ୍ୱର,୨୧।୧୨: ପିସିସି ସଭାପତି ଭକ୍ତ ଚରଣ ଦାସ ରବିବାର ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆସନ୍ତା ୨୬ ତାରିଖରେ କଂଗ୍ରେସ ପକ୍ଷରୁ ଜନ ଜାଗରଣ ଆନ୍ଦୋଳନ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

ପିୟୁସିସି ନ ଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି

ଭୁବନେଶ୍ୱର/କଟକ,୨୧ା୧୨ (ତ୍ରିନାଥ ମହାନ୍ତି/କାର୍ତ୍ତିକ ସାହୁ): ଦିଲ୍ଲୀ ଭଳି ଭୁବନେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ମାତ୍ର ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ...

ରାଜଧାନୀରେ ନାବାଳିକାଙ୍କୁ ଗଣବଳାତ୍କାର: ପୁରୁଷବନ୍ଧୁ ସାଥିରେ ଆଣି…

ଭୁବନେଶ୍ୱର,୨୧।୧୨(ତ୍ରିନାଥ ମହାନ୍ତି): ଧଉଳିରେ ନାବାଳିକାଙ୍କୁ ଗଣବଳାତ୍କାର ଘଟଣା ମନରୁ ଲିଭି ନ ଥିବାବେଳେ ପୁଣି ଶହୀଦନଗର ଥାନା ଅଞ୍ଚଳରେ ଆଉ ଜଣେ ୧୭ ବର୍ଷର ନାବାଳିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri