ସାରସ୍ବତ ବାତାୟନର ସାହିତ୍ୟ ଆସର: ପାଠାଗାର ଗରିଷ୍ଠ ହେଲେ ବିଭେଦକାରୀ ଶକ୍ତି ଦୁର୍ବଳ ହେବ

ଜଗତସିଂହପୁର ଅଫିସ,୨୯ା୧୨: ସମ୍ପ୍ରତ୍ତି ପାଠାଗାର ଆନ୍ଦୋଳନକୁ ଗଣ ଆନ୍ଦୋଳନରେ ପରିଣତ କରିବାକୁ ପଡିବ। କାରଣ ପାଠାଗାର ଗରିଷ୍ଠ ହେଲେ ବିଭେଦକାରୀ ଶକ୍ତିଗୁଡିକ ଦୁର୍ବଳ ହେବ। ଯେଉଁ ଦେଶର ସଂସ୍କୃତି ଯେତେ ପରିପୃଷ୍ଠ ସେ ଦେଶ ସେତିକି ସମୃଦ୍ଧ। ଜର୍ମାନୀର ସଂସ୍କୃତି ପାଠାଗାର ଆନ୍ଦୋଳନ ଯୋଗୁ ବିଶ୍ୱରେ ସଶକ୍ତ ହୋଇ ପାରିଛି। ଶନିବାର ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ସାରସ୍ବତ ବାତାୟନର ତୃତୀୟ ସାହିତ୍ୟ ଆସରରେ ଯୋଗଦେଇ ବରିଷ୍ଠ ପ୍ରଶାସକ ତଥା ପାଠାଗାର ଆନ୍ଦୋଳନର ଅନନ୍ୟ ପ୍ରବକ୍ତା ପ୍ରସନ୍ନ କୁମାର ଦାସ ଏହା କହିଛନ୍ତି। ସେ କହିଥିଲେ, ହିଟଲର ଯେତେବେଳେ ବିଶ୍ୱର କୌଣସି ଦେଶକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚାହୁଁଥିଲେ ପ୍ରଥମେ ସେ ଦେଶର ସଂସ୍କୃତିକୁ ନଷ୍ଟ କରିବାକୁ ଚେଷ୍ଟା କରୁଥିଲେ। ଅପସଂସ୍କୃତି ପୁରାଇ ଲୋକଙ୍କ ମଧ୍ୟରେ ଥିବା ବନ୍ଧନକୁ ତୁଟାଉଥିଲେ। ସେହିପରି ଯିଏ ସାହିତ୍ୟ ରଥି ହେବେ ସେ ମରୁଭୂମିରୁ ମରୁଦ୍ୟାନର ସନ୍ଧାନ କରିଥାନ୍ତି। ବିନା କଷ୍ଟରେ କେହି ସାହିତ୍ୟ କିମ୍ବା କୌଣସିଥିରେ ସଫଳତା ପାଇ ନ ଥାନ୍ତି। ଯେଉଁ ଓଟ କଣ୍ଟାର ଆଘାତରେ କ୍ଷତାକ୍ତ ହୋଇନି ସେ କେବେ ମରୁଝରର ସନ୍ଧାନ ପାଇନାହିଁ। ଓଡ଼ିଶାର ସଂସ୍କୃତି ବଞ୍ଚତ୍ଛି ତାର ରୀତିନୀତି, ଢ଼ଗଢ଼ମାଳି, ପଲ୍ଲୀଗୀତି, ନବବଧୁର ପଣତ କାନିରେ ଓ ନଈ ତୁଠର ଟାହିଟାପରାରେ, ଆଇ ମାର ପଣତ କାନିରେ, ପାନଖିଆ ଅଜାର ବଟୁଆ ଭିତରେ। ଜନଜୀବନର ମୂଳ ଆଧାର ହେଉଛି ଜଗନ୍ନାଥ ସଂସ୍କୃତି। ଓଡ଼ିଆର ଏତିହ୍ୟ, ପରମ୍ପରା, ସଂସ୍କୃତିକୁ ଯେତେବେଳେ କେହି ଅବନତ କରିବାକୁ ଚେଷ୍ଟା କରିଛି ସେତେେବେଳେ ତାହା ନୂଆ ରୂପରେ ନୂଆ ତେଜରେ ପୁନଃ ଆତ୍ମ ପ୍ରକାଶ କରିଛି। କାହିଁକି ନା ଆମ ଅତୀତର ଐତିହ୍ୟ ସୁସଂହତ ଓ ଗରିମାମୟ ବୋଲି ଦାସ କହିଥିଲେ। ଆସର ଉତ୍ସର୍ଗ ହୋଇଥିଲା ଜିଲାର ଯୋଗଜନ୍ମା ଧୂଳି ମାଟିର ସନ୍ଥ ଗୋପବନ୍ଧୁ ଚୌଧୁରୀଙ୍କ ଉଦ୍ଦେଶ୍ୟରେ। ସାରସ୍ବତ ଆସରର ଶୀର୍ଷକ ଥିଲା ସଂସ୍କୃତି ଓ ସ୍ବାଭିମାନ। ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପାଠାଗାର ଆନ୍ଦୋଳନକୁ ଜିଲାରେ ବ୍ୟାପକ କରିବାର ଲକ୍ଷ୍ୟନେଇ ଜିଲାର ସମସ୍ତ ବିଦ୍ୟାଳୟରେ ଲାଇବ୍ରେରିକୁ ସୁସଙ୍ଗଠିତ କରି ପୁସ୍ତକ ପଠନ ପ୍ରତି ଆକର୍ଷଣ ବୃଦ୍ଧି ପାଇଁ ପ୍ରୟାସ ଜାରି ରହିଥିବା କହିଥିଲେ। ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ ପାଠାଗାର ଜନଜୀବନକୁ ବହୁ ଭାବରେ ପ୍ରଭାବିତ କରି ଏକ ସଂସ୍କୃତି ସମ୍ପନ୍ନ ଜାତି ଗଠନ କରିଥାଏ ବୋଲି କହିବା ସହ ଶେଷରେ ଧନ୍ୟବାଦ ଦେଇଥିଲେ। ଜିଲା ବିଜ୍ଞାନ ପରିଦର୍ଶକ ସୁଭାଷ ଚନ୍ଦ୍ର ରାଉତଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଉପଜିଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ, ସାହିତ୍ୟ ପ୍ରେମୀ, ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri