Posted inଭଦ୍ରକ

‘ସୌଭାଗ୍ୟ’ ପାଲଟିଛି ଦୁର୍ଭାଗ୍ୟ

ଭଦ୍ରକ ଅଫିସ, ୨୮।୧୨- ଭଦ୍ରକ ଜିଲାରେ ସୌଭାଗ୍ୟ ଯୋଜନା ଏବେ ଗରିବ ଲୋକଙ୍କ ପାଇଁ ଦୁର୍ଭାଗ୍ୟ ଅବସ୍ଥା ଆଣିଦେଇଛି। ବିଦ୍ୟୁତ୍‌ ବିଭାଗର ଅଜବ ନିୟମ କାରଣରୁ ଗରିବ ହିତାଧିକାରୀ ମୁଣ୍ଡରେ ହାତଦେଇ ବସିଛନ୍ତି। ଦୁଇ ପରିବାର ବକେୟା ଦେୟ ପୈଠ କରି ନ ଥିବାରୁ ଗଁ। ର ୨୫ ଘରକୁ ମାସେ ହେଲା ଅନ୍ଧାରରେ ରଖାଯାଇଛି। ଧାମନଗର ବ୍ଲକ ପଧାନୀ ପଞ୍ଚାୟତ ଅଧୀନ ଦଶନ୍ଧିକୁଳ ଗଁ। ଲୋକେ ଏଭଳି ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଏହି ଗଁ। ରେ ୨୭ ପରିବାର ବସବାସ କରୁଛନ୍ତି। ୧୪ ଘରକୁ ସାଧାରଣ ବିଜୁଳି ଓ ୧୩ ପରିବାରକୁ ବିପିଏଲ୍‌(ସୌଭାଗ୍ୟ) ବିଜୁଳି ସଂଯୋଗ ହୋଇଛି। କିନ୍ତୁ ଗତ ନଭେମ୍ବର ୮ ତାରିଖରୁ ସମ୍ପୂର୍ଣ୍ଣ ଗଁ। ଅନ୍ଧାରରେ ରହିଛି। ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବା ବେଳେ ଏହାକୁ ମରାମତି କରାଯାଉ ନାହିଁ। ଉକ୍ତ ଗଁ। ର ଲୋକେ ବିଲ୍‌ ବକେୟା ରଖିଥିବାରୁ ବିଦ୍ୟୁତ୍‌ ଦେଇହେଉ ନାହିଁ ବୋଲି ବିଭାଗୀୟ କର୍ତ୍ତୃପକ୍ଷ କହୁଛନ୍ତି। ଅପରପକ୍ଷେ ୨୫ ଘର ବକେୟା ପୈଠ କରିସାରିଥିବା ଗଁ। ଲୋକେ ପ୍ରକାଶ କରିଛନ୍ତି। ମାସକୁ ମାସ ସେମାନେ ବିଲ୍‌ ପରିଶୋଧ ମଧ୍ୟ କରନ୍ତି। ମାତ୍ର ଦୁଇ ପରିବାର ୨୦ ହଜାର ଟଙ୍କାରୁ ଅଧିକ ବକେୟା ରଖିଥିବାରୁ ସମସ୍ତଙ୍କୁ ଅନ୍ଧାରରେ ରହିବାକୁ ପଡୁଛି। ଛୋଟ ଛୋଟ ପିଲା ଓ ବୃଦ୍ଧାବୃଦ୍ଧଙ୍କୁ ନେଇ ଅନ୍ଧାରରେ ଦିନ କାଟୁଛନ୍ତି। ବିଦ୍ୟୁତ୍‌ ନ ଥିବାରୁ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ମାସେ ହେଲା ବିଜୁଳି ନ ଥାଇ ମଧ୍ୟ ବିଲ୍‌ ଆସିଛି। ଏ ସମ୍ପର୍କରେ ଧାମନଗର ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ଦାସଙ୍କୁ ପଚାରିବାରୁ କହିଛନ୍ତି, ଟ୍ରାନ୍ସଫର୍ମର ପୋଡ଼ିଯାଇଥିବା ସହ ଗଁା ଲୋକେ ବିଲ୍‌ ବକେୟା ରଖିଛନ୍ତି। ତେବେ ଖୁବ୍‌ଶୀଘ୍ର ନୂଆ ଟ୍ରାନ୍ସଫର୍ମର ଲଗାଇ ସେମାନଙ୍କ ପରିବାରକୁ ବିଜୁଳି ସଂଯୋଗ କରାଯିବ।
ସେହିଭଳି ଭଦ୍ରକ ବ୍ଲକ ଅନ୍ତର୍ଗତ ରାହାଞ୍ଜ ପଞ୍ଚାୟତ ଅସୁରା ଗ୍ରାମରେ ସୌଭାଗ୍ୟ ଯୋଜନାରେ ବିଜୁଳି ସଂଯୋଗ ପାଇଁ ଆବେଦନ କରି ଫସିଛନ୍ତି ୫ରୁ ଊର୍ଦ୍ଧ୍ୱ ଗରିବ ପରିବାର। ଏହି ଗ୍ରାମର ମଞ୍ଜୁଲତା ବେହେରା, ଗୀତାଞ୍ଜଳି ବେହେରା, ପାର୍ବତୀ ବେହେରା, ବିନୋଦ ବେହେରା ଏବଂ କମଳିନୀ ବେହେରା ପ୍ରମୁଖ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌ ସଂଯୋଗ ପାଇଁ ଆବେଦନ କରିଥିଲେ। ଆବେଦନକାରୀଙ୍କୁ ଖୁବ୍‌ଶୀଘ୍ର ଏହି ଯୋଜନାରେ ବିଦ୍ୟୁତ୍‌ ଯୋଗାଇ ଦିଆଯିବ ବୋଲି ସେତେବେଳେ ପ୍ରତିଶ୍ରୁତି ମିଳିଥିଲା। ଏହାମଧ୍ୟରେ ୬ମାସ ବିତିବାକୁ ବସିଥିଲେ ମଧ୍ୟ ଆବେଦନକାରୀଙ୍କ ଘରକୁ ବିଜୁଳି ସଂଯୋଗ କରାଯାଇ ନାହିଁ। ଏପରି ସ୍ଥଳେ ସେମାନଙ୍କ ପାଖକୁ ଆସିଛି ବିଦ୍ୟୁତ୍‌ ବିଲ୍‌। ପରିବାର ପିଛା ଅତିକମ୍‌ରେ ୨ ହଜାର ଟଙ୍କାରୁ ଅଧିକ ବିଜୁଳି ଦେୟ ପୈଠ କରିବାକୁ ବିଲ୍‌ ଆସିଛି। ଯାହାକୁ ନେଇ ଏହି ଗରିବ ପରିବାର ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି। ଭଣ୍ଡାରିପୋଖରୀ ବ୍ଲକ କୁଲଣା ଗଁାର ୨୩ ପରିବାରର ଅନୁରୂପ ସମସ୍ୟା। ବିଦ୍ୟୁତ୍‌ ସଂଯୋଗ ନ ଥାଇ ପ୍ରତି ପରିବାରକୁ ୨୯୦୦ ଲେଖାଏଁ ଟଙ୍କା ପୈଠ କରିବାକୁ ବିଲ୍‌ ଆସିଛି। ଏ ସମ୍ପର୍କରେ ନେସ୍କୋ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାରୁ କହିଛନ୍ତି, ହିତାଧିକାରୀଙ୍କ ଗୃହରେ ମିଟର ବସିନାହିଁ କି ବିଜୁଳି ସଂଯୋଗ ହୋଇନାହିଁ। ଏହି ବିଲ୍‌କୁ ନେଇ ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ଏହା ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରୋଭିଜନାଲ ବିଲ୍‌ ଯାହା ଗ୍ରାହକଙ୍କୁ ଦେବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri