ଜିଲା ଚିଠି: ଦେବଗଡ଼ରେ ହାତୀ ଆତଙ୍କ

ଦେବଗଡ଼ ଜିଲାର ବିଭିନ୍ନ ଗ୍ରାମରେ ଗତ କିଛିଦିନ ହେବ ହାତୀ ଆତଙ୍କ ଦେଖାଦେଇଛି। ସହର ବି ସେଥିରୁ ବାଦ୍‌ ପଡ଼ିନି। ବଣ ଜଙ୍ଗଲ ଛାଡ଼ି ଗାଁ ଓ ସହର ମୁହଁା ହେଉଥିବା ସେହି ହାତୀପଲଙ୍କୁ ରୋକିବା ବନ ବିଭାଗ କର୍ମଚାରୀଙ୍କ ପକ୍ଷେ ବି ସମ୍ଭବ ହୋଇପାରିନାହିଁ। ଏଥିଯୋଗୁ ଚାଷୀଙ୍କ ଫସଲ ଉଜୁଡୁଥିବା ବେଳେ ହାତୀ ଆକ୍ରମଣରେ ଏକାଧିକ ଲୋକଙ୍କ ଜୀବନ ଯାଇଛି। ହାତୀଙ୍କ ଉପଦ୍ରବ ସତେ ଯେମିତି ଦେବଗଡ଼ ଜିଲାରେ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଏପରି ପରିସ୍ଥିତିରେ ଚାରିଆଡ଼େ ଆତଙ୍କ ଖେଳିଯାଇଛି। ସନ୍ଧ୍ୟା ନଇଁବା ପରେ ଲୋକେ ପଦାକୁ ବାହାରୁ ନାହାନ୍ତି। କେତେକ କ୍ଷେତ୍ରରେ ହାତୀ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ବନ ବିଭାଗ କେବଳ କ୍ଷତିପୂରଣ ଦେବ ବୋଲି ପ୍ରତିଶ୍ରୁତି ଦେଇ ନିଜର କର୍ତ୍ତବ୍ୟ ଶେଷ କରୁଥିବା ବେଳେ ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ଅଧିକାଂଶ ଗୁରୁତର ରୂପ ନେଇଛି। ବନ ବିଭାଗ ନିକଟରେ ଏହି ଖବର ଥିଲେ ସୁଦ୍ଧା ଏଥିପ୍ରତି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ହାତୀପଲ ସହରମୁହାଁ ହେବାଯୋଗୁ ବର୍ତ୍ତମାନ ଜଙ୍ଗଲ ନିକଟରେ ରହୁଥିବା ରଜାମୁଣ୍ଡା, ଚର୍ଚ୍ଚ ସାହି, ରଙ୍ଗିଆଗୁଡ଼ା, ହାତୀଶାଳ, ତଅଁଳା ସାହି, ଜକତିପାଲି ସରକାରୀ ନର୍ସରି ଫାର୍ମ ପାଖ କଲୋନୀ ବାସିନ୍ଦା ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି। ପ୍ରତିଦିନ କୁରଡ଼କୋଡ଼ ଜଳପ୍ରପାତ ଉପରେ ନିର୍ଭର କରୁଥିବା ଲୋକେ ଆଉ ସେଠାକୁ ଯାଉ ନାହାନ୍ତି। ଫଳରେ ସେମାନଙ୍କ ପାଇଁ ସ୍ନାନ, ଶୌଚ କରିବାରେ ସମସ୍ୟା ସୃଷ୍ଟି ହୋଇଛି। ଅଧିକାଂଶ ସମୟରେ ହାତୀପଲ ଖାଦ୍ୟ ଅନ୍ବେଷଣରେ ଗାଁକୁ ଗାଁ ବୁଲୁଛନ୍ତି। ସେମାନେ କ୍ଷେତରେ ପଶି ଧାନ ଫସଲ ନଷ୍ଟ କରିବା ସହ ବଗିଚାର କଦଳୀ, ଅମୃତଭଣ୍ଡା ଏବଂ ପଣସ ଗଛକୁ ଭାଙ୍ଗି ଛିନ୍‌ଛତର କରୁଛନ୍ତି। ହାତୀପଲ ଘରଦ୍ୱାର ଭାଙ୍ଗି ଦେଉଥିବା ମଧ୍ୟ ନଜିର ରହିଛି। ଏଥିପ୍ରତି ବନ ବିଭାଗ ଓ ଜିଲା ପ୍ରଶାସନ ତରଫରୁ କ୍ଷତିଗ୍ରସ୍ତ ଲୋକଙ୍କୁ ଚିହ୍ନଟ କରିବା ଉପରେ ସାଧାରଣରେ ମତ ପ୍ରକାଶ ପାଇଛି। କ୍ଷତିଗସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଏବଂ ବଣୁଆ ହାତୀଙ୍କ ଉପତ୍ାତରୁ ଦେବଗଡ଼ ସହରବାସୀଙ୍କୁ କିପରି ସୁରକ୍ଷା ଯୋଗାଇହେବ ସେଥିନିମନ୍ତେ ସ୍ବତନ୍ତ୍ର ଦୃଷ୍ଟିଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
– ଶଶାଙ୍କ ଶେଖର ଝାଙ୍କର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri