ବିଜେଡି ଦଳ ନୁହେଁ, ଆନ୍ଦୋଳନ: ନବୀନ

ଭୁବନେଶ୍ୱର,୨୭-୧୨(ବ୍ୟୁରୋ):ବିଜେଡି ଏକ ରାଜନୈତିକ ଦଳ ନୁହେଁ, ବରଂ ଏକ ଆନ୍ଦୋଳନ। ରାଜଧାନୀରେ ଥିବା ଦଳୀୟ ମୁଖ୍ୟାଳୟରେ ବିଜେଡିର ୨୩ତମ ପ୍ରତିଷ୍ଠା ଦିବସରେ ବକ୍ତବ୍ୟ ରଖି ଗୁରୁବାର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ବିଜେଡି ତିଷ୍ଠିବା ଏବଂ ସମୃଦ୍ଧି ପାଇଁ କାହା ଉପରେ ଏପରିକି ତାଙ୍କ ଉପରେ ମଧ୍ୟ ନିର୍ଭରଶୀଳ ନୁହେଁ। ବିଜୁବାବୁ ତାଙ୍କ ଅନୁଗତ ହେବା ପାଇଁ କାହାକୁ କହୁ ନ ଥିଲେ। ହେଲେ ଓଡ଼ିଶାର ଭାଗ୍ୟ ପ୍ରତି ସର୍ବଦା ଅନୁରକ୍ତ ହେବା ପାଇଁ ପରାମର୍ଶ ଦେଉଥିଲେ। ବିଜୁବାବୁଙ୍କ ଏହି ପ୍ରେରଣା କାରଣରୁ ବିଜେଡି ଏକ ଆନ୍ଦୋଳନରେ ପରିଣତ ହୋଇଛି ବୋଲି ସଭାପତି କହିଛନ୍ତି।
ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେଇ ନବୀନ କହିଛନ୍ତି ଯେ, ଭୋଟ ଜରିଆରେ ଜନସାଧାରଣ ଦେଇଥିବା ଦାୟିତ୍ୱ କ୍ଷମତା ନୁହେଁ। ସେବା ପାଇଁ ଏହା ଏକ ମହାନ୍‌ ସୁଯୋଗ। ସାଢ଼େ ୪ କୋଟି ଓଡ଼ିଆଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଦାୟିତ୍ୱକୁ ନମ୍ରତା ଏବଂ ସାଧୁତାର ସହ ଦଳ ପାଳନ କରୁଥିବା ବିଜେଡି ସଭାପତି କହିଛନ୍ତି। ବର୍ତ୍ତମାନ ସାରା ବିଶ୍ୱ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛି। ଏହି ପରିପ୍ରେକ୍ଷୀରେ ଜାତୀୟ ଫୋରମ୍‌ରେ ଗାନ୍ଧିଜୀଙ୍କ ‘ଅହିଂସା’କୁ ସମ୍ବିଧାନର ମୁଖବନ୍ଧରେ ସାମିଲ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦାବି କରାଯାଇଛି। ଦଳୀୟ ପ୍ରତିଷ୍ଠା ଦିବସରେ ମଧ୍ୟ ସେ ଗାନ୍ଧିଜୀଙ୍କ ଆଦର୍ଶ ସମ୍ପର୍କରେ କର୍ମକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗାନ୍ଧିଜୀଙ୍କ ଟାଲିସମ୍ୟାନ(କବଚ ଅଥବା ତାବିଜ୍‌) ସାରା ମାନବ ଜାତି ପାଇଁ ଓ ସବୁ ସମୟ ପାଇଁ ଆଦର୍ଶ ହୋଇ ରହିଛି ଓ ରହିଥିବ। ଗାନ୍ଧିଜୀଙ୍କ ସେହି ବାର୍ତ୍ତା ସମସ୍ତଙ୍କ ପାଇଁ ପ୍ରେରଣା। ଦଳୀୟ ପ୍ରତିଷ୍ଠା ଦିବସରେ ସେ ରଖିଥିବା ବାର୍ତ୍ତା ଗାନ୍ଧିଜୀଙ୍କର ଗୋଟିଏ ଗୋଟିଏ ଟାଲିସମ୍ୟାନ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେହିଭଳି ନିର୍ବାଚନ ଜିତିବା ପାଇଁ ଦଳ କାର୍ଯ୍ୟ କରେ ନାହଁି। ସେବା ଦ୍ୱାରା ଜନସାଧାରଣଙ୍କ ହୃଦୟ ଜିତିବା ଦଳର ମୁଖ୍ୟ ଲକ୍ଷ୍ୟ। ଏଥିପାଇଁ ବର୍ଷକୁ ୩୬୫ ଦିନ କାର୍ଯ୍ୟ କରାଯାଉଛି। ଦଳ ଏହି ନୀତିକୁ ଅନୁସରଣ କରି ବିଜେଡି ଆଜି ଓଡ଼ିଶା ବିକାଶର ପରିଚୟ। ଲୋକଙ୍କ ଆଶା ଓ ଭରସାର ପ୍ରତୀକ ହୋଇ ପାରିଥିବା ନବୀନ ଉଲ୍ଲେଖ କରିଥିଲେ। ଅନୁରୂପଭାବେ ବିଜେଡି ସାଢ଼େ ୪ କୋଟି ଓଡ଼ିଆଙ୍କ ସେବା ଓ ସଶକ୍ତୀକରଣ ପାଇଁ ଏକ ଆନ୍ଦୋଳନ। ପ୍ରତିଷ୍ଠା ଦିବସ ଉପଲକ୍ଷେ ସମସ୍ତ କର୍ମକର୍ତ୍ତାଙ୍କୁ ବିଜେଡି ସଭାପତି ଶୁଭେଚ୍ଛା ଜଣାଇଥିଲେ। କର୍ମୀମାନଙ୍କ ତ୍ୟାଗ, ନିଷ୍ଠା ଓ ପରିଶ୍ରମ ଅମ୍ଳଜାନ ପରି ଦଳକୁ ଶକ୍ତି ଯୋଗାଇଛି। କର୍ମୀମାନଙ୍କ ତ୍ୟାଗ ଦଳକୁ ମଜଭୁତ କରିଥିବା ସେ କହିଥିଲେ। କିଛିଦିନ ପରେ ନୂତନ ବର୍ଷ ଆସୁଥିବାରୁ ବିଜେଡି ସଭାପତି ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ। ସାରା ରାଜ୍ୟର ବିଧାନସଭା ନିର୍ବାଚନମଣ୍ଡଳୀୱାରି ପ୍ରତିଷ୍ଠା ଦିବସ ପାଳନ ହୋଇଥିବା ବେଳେ ପରାଗ କାରଣରୁ ମୁଖ୍ୟାଳୟରେ ଦିନର ଦ୍ୱିତୀୟାର୍ଦ୍ଧରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଭୁବନେଶ୍ୱର (ଏକାମ୍ର), ଭୁବନେଶ୍ୱର (ମଧ୍ୟ) ଏବଂ ଭୁବନେଶ୍ୱର (ଉତ୍ତର)ର ଶତାଧିକ କର୍ମୀ ଯୋଗ ଦେଇଥିଲେ।
ବିଜେଡି ସାଧାରଣ ସମ୍ପାଦକ(ଦଳୀୟ ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା ମଞ୍ଚ ପରିଚାଳନା କରିଥିଲେ। ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରି ସଞ୍ଜୟ କହିଥିଲେ ଯେ, ନବୀନ ପଟ୍ଟନାୟକ ଭାରତୀୟ ରାଜନୀତିରେ ସ୍ବତନ୍ତ୍ର ପରିଚୟ ବହନ କରନ୍ତି। ପ୍ରଶାସନିକ କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ପାଇଁ ଦେଶର ଅନ୍ୟତମ ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ବୋଲି ସଞ୍ଜୟ କହିଥିଲେ। ମନ୍ତ୍ରୀ ଅଶୋକ ପଣ୍ଡା କହିଥିଲେ ଯେ, ଓଡ଼ିଶାର ନ୍ୟାଯ୍ୟ ଦାବି କୋଇଲା ରୟାଲଟି ବୃଦ୍ଧି, ରେଳପଥ ଓ ଅନୁଦାନ ବୃଦ୍ଧି ଦାବି ପୂରଣ ପାଇଁ ସଂଗ୍ରାମ ଜାରି ରହିବ। ସେହିଭଳି ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ହେବା ସହ ମହିଳାଙ୍କ ସଶକ୍ତୀକରଣ ହୋଇଛି। ଆଗାମୀ ଦିନରେ ଆମକୁ ଆହୁରି କୁଶଳୀ ହେବାକୁ ପଡ଼ିବ। ଏଥିପାଇଁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱର ଆବଶ୍ୟକତା ରହିଥିବା ଦେବୀ କହିଥିଲେ। ରାଜ୍ୟ ସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ବହୁ ଆଶଙ୍କା ଦେଇ ବିଜେଡି ୨୩ ବର୍ଷ ତଳେ ଜନ୍ମ ନେଇଥିଲା। ସେହି ସମୟରେ ବିଜୁବାବୁଙ୍କ ପତ୍ନୀ ମହୀୟସୀ ଜ୍ଞାନ ପଟ୍ଟନାୟକଙ୍କ ପ୍ରେରଣାକୁ ଭୁଲି ହୁଏନା। ବହୁ ଆହ୍ବାନକୁ ବିଜେଡି ମୁକାବିଲା କରିଛି। ସେହିପରି ଦଳୀୟ ସଭ୍ୟ ସଂଗ୍ରହ ୧ କୋଟି ପାଖାପାଖି ପହଞ୍ଚି ଥିବା ପ୍ରସନ୍ନ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ ଏବଂ ବରିଷ୍ଠ ନେତା ଅରୂପ ପଟ୍ଟନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଭୁବନେଶ୍ୱର ଜିଲା ବିଜେଡି ସଭାପତି ଅମରେଶ ଜେନା ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର, ବିଜେଡି ନେତା ଉତ୍କଳ କେଶରୀ ପରିଡା, ଜନ୍ମେଞ୍ଜୟ ଲେଙ୍କା, ଭୁବନେଶ୍ୱର ମହାନଗର ନିଗମର ପୂର୍ବତନ କର୍ପୋରେଟର ପ୍ରମୁଖ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri