ମଧ୍ୟପ୍ରଦେଶ ଫେରିଯିବ ‘ସୁନ୍ଦରୀ’

ଭୁବନେଶ୍ୱର,  ୨୦।୧୨(ବ୍ୟୁରୋ):ସାତକୋଶିଆରୁ ମଧ୍ୟପ୍ରଦେଶ ଫେରିଯିବ ବାଘୁଣୀ ‘ସୁନ୍ଦରୀ’। ଯଥାଶୀଘ୍ର ଫେରାଇ ଦେବାକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍‌ଟିସିଏ) ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ମହାବୀର ବାଘର ମୃତ୍ୟୁ ଏବଂ ସୁନ୍ଦରୀ ବାଘୁଣୀକୁ ପରିଚାଳନାରେ ବିଫଳତା ପାଇଁ ଓଡ଼ିଶା ବନ ବିଭାଗକୁ ଦାୟୀ କରିଛି ଏନ୍‌ଟିସିଏ। ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏନ୍‌ଟିସିଏ ଗୁରୁବାର ଲେଖିଥିବା ଚିଠିରେ କଡ଼ା ଭାଷାରେ ଭର୍ତ୍ସନା କରାଯାଇଛି। ବନ ବିଭାଗର ସବୁ ଦୋଷ ଓ ଦୁର୍ବଳତାକୁ ଚିଠିରେ ଟିକିନିଖି ଉଲ୍ଲେଖ କରିଛନ୍ତି ଏନ୍‌ଟିସିଏ ଡିଆଇଜି ସୁରେନ୍ଦର୍‌ ମେହେଟ୍ଟା।
ମହାବୀରର ମୃତ୍ୟୁ ପରେ ଏନ୍‌ଟିସିଏ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କୁ ଚିଠି ଲେଖିଥିଲେ। ମୃତ୍ୟୁର ଏକାଧିକ କାରଣ ଦର୍ଶାଇବା ସହ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସୁପାରିସ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ତେଣୁ ଏଥର ଆଉ ବନ ବିଭାଗକୁ ଭରସା ନ କରି ଏନ୍‌ଟିସିଏ ସିଧା ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ବନ ବିଭାଗର କାରସାଦିକୁ ଖୁଲାସା କରିଥିବା କୁହାଯାଉଛି। ଏହି ଚିଠିରେ ୪ ମୁଖ୍ୟ ବିଷୟରେ ବନ ବିଭାଗର ଅନେକ ଦୁର୍ନୀତି ଏବଂ ଅବହେଳା ଉଲ୍ଲେଖ କରାଯାଇଛି। ପ୍ରଥମତଃ ବନ ବିଭାଗ ତରଫରୁ ମହାବୀର ଓ ସୁନ୍ଦରୀକୁ ମନିଟରିଂବେଳେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁୟର(ଏସ୍‌ଓପି) ପାଳନ ହୋଇ ନ ଥିଲା। ଏନ୍‌ଟିସିଏ ବାରମ୍ବାର ଚିଠି ଲେଖିଥିଲେ ମଧ୍ୟ ବନ ବିଭାଗ ଆଦୌ ଗୁରୁତ୍ୱ ଦେଇ ନ ଥିଲା। ଦ୍ୱିତୀୟତଃ ସୁନ୍ଦରୀକୁ ଧରିବାବେଳେ ଏନ୍‌ଟିସିଏ ଗାଇଡ୍‌ଲାଇନ ପାଳନ ହୋଇନାହିଁ ଏବଂ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୨ର ଉଲ୍ଲଂଘନ ହୋଇଛି। ଖାଲି ସେତିକି ନୁହେଁ, ୧ ବର୍ଷରୁ ଅଧିକ ସମୟ ଧରି ଏକ ଛୋଟ ଏନ୍‌କ୍ଲୋଜର ମଧ୍ୟରେ ଆବଦ୍ଧ କରି ରଖାଯାଇଥିବାବେଳେ ତାକୁ ପୁନର୍ବାର ଜଙ୍ଗଲରେ ଛାଡ଼ିବା ପାଇଁ ବ୍ୟବସ୍ଥା କରାଗଲା ନାହିଁ। ତୃତୀୟ ଯଥେଷ୍ଟ ଅର୍ଥର ବ୍ୟବସ୍ଥା ଓ ବୈଷୟିକ ଜ୍ଞାନକୌଶଳ ଯୋଗାଇ ଦିଆଯାଇଥିଲେ ମଧ୍ୟ ବନ ବିଭାଗ ତାହା ଅପବ୍ୟବହାର କରିଛି। ଚତୁର୍ଥରେ ସବୁଠାରୁ ବଡ଼ ଅଭିଯୋଗ ହେଲା, ଭାରତ ସରକାରଙ୍କ ଅନୁମତି ବିନା ବ୍ୟାଘ୍ର ପ୍ରକଳ୍ପ ପାଇଁ ଆସିଥିବା ଅର୍ଥକୁ ଅନ୍ୟତ୍ର ଖର୍ଚ୍ଚ କରାଯାଇଛି। ତେଣୁ ସୁନ୍ଦରୀକୁ ଆଉ ଛୋଟ ଏନ୍‌କ୍ଲୋଜର ମଧ୍ୟରେ ରଖିବାକୁ ଅନୁମତି ଦିଆଯିବ ନାହିଁ। ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପକୁ ଫେରେଇ ନେବା ପାଇଁ ସ୍ଥିରୀକୃତ ହୋଇଛି। ଏଥିପାଇଁ ମୁଖ୍ୟ ଶାସନ ସଚିବ ଯଥାସମ୍ଭବ ଶୀଘ୍ର ବ୍ୟବସ୍ଥା କରିବାକୁ ଚିଠିରେ ଅନୁରୋଧ କରାଯାଇଛି। ଏଥିସହିତ ଏନ୍‌ଟିସିଏ ଗାଇଡ୍‌ଲାଇନ ଓ ଏସ୍‌ଓପି ପାଳନ କରା ନ ଯିବା ପର୍ଯ୍ୟନ୍ତ ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପକୁ ସ୍ଥଗିତ ରଖାଗଲା ବୋଲି ଚିଠିରେ ଉଲ୍ଲେଖ ରହିଛି।
ଅନ୍ୟପକ୍ଷରେ ବନ ବିଭାଗର ଏହି ବିଫଳତା ସାମ୍ନାକୁ ଆସିବା ପରେ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠନ ଦାବି କରିଛନ୍ତି। ମହାବୀରକୁ ଶିକାର କରି ମାରିଦିଆଯାଇଥିଲା। ଏହି ଘଟଣାକୁ ଲୁଚାଇଥିବା ତତ୍କାଳୀନ କ୍ଷେତ୍ର ନିର୍ଦ୍ଦେଶକ ଓ ଉପନିର୍ଦ୍ଦେଶକଙ୍କ ଉପରେ ଯଦି କାର୍ଯ୍ୟାନୁଷ୍ଠାନ ନିଆଯାଇଥାନ୍ତା, ଆଜି ହୁଏତ ଓଡ଼ିଶା ଏଭଳି ନିନ୍ଦିତ ହୋଇ ନ ଥାନ୍ତା ବୋଲି ସେମାନେ କହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଇଁ ସାତକୋଶିଆରେ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ ଆରମ୍ଭ ହୋଇଥିଲା। ଏହି ପ୍ରକଳ୍ପ ଦ୍ୱାରା ୬ ବାଘକୁ ସାତକୋଶିଆରେ ଛଡ଼ା ଯାଇଥାନ୍ତା। ୨୦୧୮ରେ ପ୍ରଥମେ ମହାବୀର ଓ ପରେ ସୁନ୍ଦରୀକୁ ସାତକୋଶିଆରେ ଛଡ଼ା ଯାଇଥିଲା। ପ୍ରଥମେ ମହାବୀର ବାଘକୁ ଶିକାର କରାଯାଇଥିଲା। ପରେ ମଣିଷ ଓ ଏକାଧିକ ଗୃହପାଳିତ ପଶୁକୁ ମାରିବା ଅଭିଯୋଗରେ ସୁନ୍ଦରୀକୁ ଏନ୍‌କ୍ଲୋଜରରେ ରଖାଗଲା।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

ଚାନ୍ଦବାଲି ଲଜ୍ଜା: ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ଉତ୍ତେଜନା ଦେଖାଯାଇଥିବା...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri