ଅଧାରେ ଅଟକିଛି ଅରଡେଇ ପୋଲ କାମ

କେନ୍ଦୁଝର, ୩୧ା୫(ଡି.ଏନ୍‌.ଏ.)-ଭିତ୍ତିପ୍ରସ୍ତର ସ୍ଥାପନକୁ ଅଢେଇବର୍ଷ ହୋଇଗଲାଣି। କିନ୍ତୁ ଜାମୁଡିହା-ବିସ୍ତାପାଳ ରାସ୍ତାର ଅରଡେଇ ନଦୀ ଉପରେ ପୋଲ କାମ ଅଧା ବି ହୋଇନାହିଁ। ତେଣୁ ଧାର୍ଯ୍ୟ ସମୟ ମଧ୍ୟରେ ପୋଲ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ପୂର୍ବରୁ ଏଠାରେ ଏକ ନିଚା ପୋଲ ଥିଲା। ଫଳରେ ଜାମୁଡିହା-ବିସ୍ତାପାଳ ରାସ୍ତାରେ ବର୍ଷାଦିନେ ଯାତାୟତ କରିବା ଲୋକଙ୍କ ପାଇଁ କାଠିକର ପାଠ ହେଉଥିଲା। ଲୋକଙ୍କ ଗମନାଗମନ ସମସ୍ୟାକୁ ଆଖି ଆଗରେ ରଖି ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଏଠାରେ ଉଚ୍ଚ ତଳ ସେତୁ ନିର୍ମାଣ ପାଇଁ ବ୍ୟୟବରାଦ କରାଗଲା।
ଏହି କାମର ଟେଣ୍ଡର କରାଯାଇ ୨/୧୧/୨୦୧୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ ଏମ୍‌ପି ଶକୁନ୍ତଳା ଲାଗୁରୀ ଏବଂ ବିଧାୟକ ଅଭିରାମ ନାଏକଙ୍କ ସଦୟ ଉପସ୍ଥିତି ରହିଥିଲା। ବର୍ତ୍ତମାନ ସେତୁ କାମର ପ୍ରାୟ ୧୦ଭାଗ କାର୍ଯ୍ୟ ହୋଇଥିବାବେଳେ ଧାର୍ଯ୍ୟ ସମୟରେ ଏହାର ସମ୍ପୂର୍ଣ୍ଣୀକରଣ ନେଇ ଆଶଙ୍କା ବ୍ୟକ୍ତ କରାଯାଉଛି। ଅନେକ ସ୍ଥାନରେ ଠିକା କମ୍ପାନୀମାନେ ପୋଲ କାମ ପାଇଁ ଟେଣ୍ଡର ପକାଇ କାମ ହାତେଇବା ପରେ ବିଳମ୍ବରେ କାମ ଆରମ୍ଭ କରିବା ଯୋଗୁଁ ଧାର୍ଯ୍ୟ ସମୟ ମଧ୍ୟରେ କାମ ସରିପାରୁନାହିଁ। ସେହିପରି ଜାମୁଡିହା-ବିସ୍ତାପାଳ ରାସ୍ତାର ଅରଡେଇ ନଦୀ ଉପରେ ପୋଲ କାମ ଧାର୍ଯ୍ୟ ସମୟରେ ସରିପାରିବ ନାହିଁ ବୋଲି କୁହାଯାଉଛି। ଗ୍ରୀଷ୍ମଋତୁରେ ମଧ୍ୟ ପୋଲ କାମ ଯେତିକି ତ୍ୱରାନ୍ବିତ ହେବା କଥା ସେତିକି ହୋଇପାରୁନାହିଁ। ତେଣୁ ଲୋକେ ଏଠାରେ ଗମନାଗମନ ପାଇଁ ଆଉ କେତେବର୍ଷ ଅସୁବିଧାର ସମ୍ମୁଖୀନ ହେବେ ତାହା ବୁଝାପଡୁନାହିଁ। ଠିକା କମ୍ପାନୀ ଗୋଟିଏ ପିଲର କାମ ଆରମ୍ଭ କରି ମାଟି ଉପର ପର୍ଯ୍ୟନ୍ତ ଆସିଥିବାବେଳେ ଆଉ ଗୋଟିଏ ପିଲର କାମ ମାଟିରୁ ଉଠିନାହିଁ। ଅନ୍ୟ ପିଲାର କାମ ପାଇଁ କୌଣସି କାମ ହୋଇନାହିଁ। ତେଣୁ ଏହି ପୋଲ କାମ କେବେ ସରିବ ଏବଂ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଲୋକେ କେବେ ଏହାର ସୁବିଧା ପାଇବେ ତାହା କହି ହେଉନାହିଁ। ଗ୍ରାମ୍ୟ ଉନ୍ନୟନ ବିଭାଗ ଏଥିପ୍ରତି ଧ୍ୟାନ ଦେଇ କାର୍ଯ୍ୟକୁ ତ୍ୱରାନ୍ବିତ ନ କଲେ ସ୍ଥାନୀୟ ଜନସାଧାରଣଙ୍କ ଆକ୍ରୋଶର କାରଣ ସାଜିବ ବୋଲି କୁହାଯାଉଛି। ଏସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ରମାକାନ୍ତ ଦୁବେଙ୍କୁ ବିଳମ୍ବର କାରଣ ପଚାରିବାରୁ ଜଣେ କଣ୍ଟ୍ରାକ୍ଟର ହଠାତ କାମ ଛାଡ଼ି ପଳାଇବାରୁ ନୂଆ ଟେଣ୍ଡର କରାଯାଇ ଏହି ପୋଲ କାମ ତ୍ୱରାନ୍ବିତ କରାଯିବ ବୋଲି ସେ କହିଛନ୍ତି।
ଫଟୋ


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

ନବଜାତ ଶିଶୁର ମୁଣ୍ଡ ଧରି ଶିବ ମନ୍ଦିର ସାମ୍ନାକୁ ଆସିଲା କୁକୁର: ବାହାନଗାରେ ଖେଳିଗଲା ଚାଞ୍ଚଲ୍ୟ

ବାହାନଗା,୧୬।୧୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତର ବାଲିକିତ୍ତିରଣ ଗାଁ ରାସ୍ତାକଡ଼ରେ ନବଜାତ ଶିଶୁର ଖଣ୍ଡ ବିଖଣ୍ଡିତ ଶରୀର ପଡିଛି। ବାଲିକିତ୍ତିରଣ...

ପୂର୍ବ ଶତ୍ରୁତା, ବାଲି ବ୍ୟବସାୟକୁ କେନ୍ଦ୍ର କରି ଗୁଳିମାଡ଼, ୪ ଅଟକ

ବାଲେଶ୍ୱର,୧୩।୧୨( ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ଅନ୍ତର୍ଗତ ଗିଲାଯୋଡ଼ି ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଛି । ପୂର୍ବ ଶତ୍ରୁତା ଓ...

ନୀଳଗିରିକୁ ପଶିଲେ ୨୭ଟିକିଆ ଝାଡଖଣ୍ଡି ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି,୧୦।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୨୭ ଟିକିଆ ଝାଡଖଣ୍ଡି ହାତୀପଲ। ଝାଡଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri