ରାଜାଙ୍କ ରୋଗ ଓ ରୋଗଙ୍କ ରାଜା

ରକ୍ତରେ ୟୁରିକ୍‌ ଏସିଡ୍‌ ମାତ୍ରା ବଢ଼ିଗଲେ ଜାତ ହୋଇପାରେ ଗାଉଟ୍‌। ୟୁରିକ୍‌ ଏସିଡ୍‌ ସମସ୍ୟା ଦ୍ୱାରା ପୀଡ଼ିତ ଲୋକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି।
ମାତ୍ର ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ବଢ଼ିଲେ ବି ରୋଗଟି ସମ୍ପର୍କରେ ସଚେତନ ଥିବା ଲୋକଙ୍କ ସଂଖ୍ୟାକୁ ଆଙ୍ଗୁଠି ଅଗରେ ଗଣି
ଦେଇହେବ। ଏହି କାରଣରୁ ରୋଗର
ଠିକ୍‌ ଚିକିତ୍ସା ସମ୍ଭବ ହୋଇପାରୁନି।
ତେଣୁ ୟୁରିକ୍‌ ଏସିଡ୍‌ର ଅତ୍ୟାଚାରରୁ
ତ୍ରାହିପାଇବା ପାଇଁ ସଚେତନତାକୁ ହିଁ ଅସ୍ତ୍ରରୂପେ
ବ୍ୟବହାର କରିବା ଏକମାତ୍ର ପନ୍ଥା…

ରାଜାଙ୍କ ରୋଗ ଓ ରୋଗଙ୍କ ରାଜା ?- ସତରେ କ’ଣ ଏମିତି ଏକ ରୋଗ ଅଛି ? ହଁ, ଅଛି। ‘ ଗାଉଟ୍‌’ ନାମକ ରୋଗକୁ ମିିଳିଛି ଏପରି ଏକ ଅସୂୟାସୂଚକ ସମ୍ମାନ ା ହେଲେ କାହିଁକି ଏପରି କଟୂକ୍ତି ? କ’ଣ ଏହି ରୋଗଟିର ନାଡ଼ି ନକ୍ଷତ୍ର ?
‘ଗାଉଟ୍‌’ ଶବ୍ଦଟି ‘ଗଟ୍ଟା’ ନାମକ ଲାଟିନ ଶବ୍ଦରୁ ଆସିଅଛି। ‘ଗଟ୍ଟା’ର ଅର୍ଥ ‘ବୁନ୍ଦା’। ପୂର୍ବରୁ ବିଶ୍ୱାସ କରାଯାଉଥିଲା ଯେ ଏକ ବିଷାକ୍ତ ଉପାଦାନ ବୁନ୍ଦା ବୁନ୍ଦା ହୋଇ ଗଣ୍ଠିଗୁଡ଼ିକ ଭିତରେ ପଡ଼ିଲେ ଗାଉଟ ରୋଗ ଜାତ ହୁଏ।
ଥୋମାସ ସିଡେନହାମ ଥିଲେ ଜଣେ ଇଂରେଜ ଡାକ୍ତର । ଜୀବନ ସାରା ସେ ଗାଉଟ୍‌ ରୋଗ ଭୋଗିଚାଲିଥିଲେ। ନିଜ ଅଭିଜ୍ଞତାରୁ ସେ ଏହି ରୋଗଟି ସମ୍ପର୍କରେ ବିସ୍ତୃତ ବିବରଣୀ ଲିପିବଦ୍ଧ କରିଯାଇଛନ୍ତି। ତେଣୁ ତାଙ୍କୁ ‘ଗାଉଟ୍‌ର ସେକ୍ସପିୟର’ ଭାବେ ଅଭିହିତ କରାଯାଏ। ସେ ଉଲ୍ଲେଖ କରିଛନ୍ତି – ‘ ଯେଉଁ ବୟସ୍କ ବ୍ୟକ୍ତିମାନେ ଖୁବ୍‌ ଆରାମରେ ଜୀବନଯାପନ କରିଥାନ୍ତି, ଯେଉଁମାନେ ବିଳାସ ପରାୟଣ ଓ ଇନ୍ଦ୍ରିୟାସକ୍ତ, ଅଭ୍ୟାସାସକ୍ତ ମଦ୍ୟପ ଏବଂ ନିୟମିତ ଖାଇଥାନ୍ତି ବେଶି ପରିମାଣର ମାଛ, ମାଂସ, ଅଣ୍ଡା ଆଦି ଆମିଷ ଜାତୀୟ ଖାଦ୍ୟ, ସେହିଭଳି ବ୍ୟକ୍ତିମାନେ ଗାଉଟ୍‌ର ଆକ୍ରମଣ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ଏବଂ ଏହି ରୋଗରେ ଅସାଧାରଣ ଭାବେ ତୀବ୍ର ଯନ୍ତ୍ରଣା ହେଉଥିବାରୁ ଗାଉଟ୍‌କୁ ରାଜାମାନଙ୍କ ରୋଗ ଓ ରୋଗମାନଙ୍କ ରାଜା ବୋଲି କହିବା ଯଥାର୍ଥ। ‘ମହାନ୍‌ ଗ୍ରୀକ୍‌ବୀର ଆଲେକ୍‌ଜାଣ୍ଡର, ଫ୍ରାନ୍ସର ସମ୍ରାଟ ଚତୁର୍ଦ୍ଦଶ ଲୁଇ, ବୈଜ୍ଞାନିକ ଆଇଜାକ୍‌ ନିଉଟନ୍‌ ରକ୍ତ ସଞ୍ଚାଳନର ଆବିଷ୍କର୍ତ୍ତା ଉଇଲିୟମ୍‌ ହାଲେ, ଆମେରିକୀୟ ରାଜନୀତିଜ୍ଞ ତଥା ବୈଜ୍ଞାନିକ ବେଞ୍ଜାମିନ୍‌ ଫ୍ରାଙ୍କ୍‌ଲିନ୍‌, ଖ୍ରୀଷ୍ଟିୟାନ ଧର୍ମଗୁରୁ ମାର୍ଟିନ ଲୁଥର, ବିଖ୍ୟାତ ଇଂରେଜ କବି ଓ ପ୍ରାବନ୍ଧିକ ଜନ୍‌ ମିଲ୍‌ଟନ ପ୍ରମୁଖ ଗାଉଟ ରୋଗୀ ଥିଲେ ବୋଲି ପ୍ରକାଶ।
ରୋଗ ହୁଏ କାହିଁକି
ରକ୍ତରେ ୟୁରିକ୍‌ ଏସିଡ୍‌ ମାତ୍ରା ବଢ଼ିଗଲେ ଜାତ ହୋଇପାରେ ଗାଉଟ୍‌। ୟୁରିକ୍‌ ଏସିଡ୍‌ ସମସ୍ୟା ଦ୍ୱାରା ପୀଡ଼ିତ ଲୋକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ମାତ୍ର ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ବଢ଼ିଲେ ବି ରୋଗଟି ସମ୍ପର୍କରେ ସଚେତନ ଥିବା ଲୋକଙ୍କ ସଂଖ୍ୟାକୁ ଆଙ୍ଗୁଠି ଅଗରେ ଗଣି ଦେଇହେବ। ଏହି କାରଣରୁ ରୋଗର ଠିକ୍‌ ଚିକିତ୍ସା ସମ୍ଭବ ହୋଇପାରୁନାହିଁ। ତେଣୁ ୟୁରିକ୍‌ ଏସିଡ୍‌ର ଅତ୍ୟାଚାରରୁ ତ୍ରାହି ପାଇବା ପାଇଁ ସଚେତନତାକୁ ହିଁ ଅସ୍ତ୍ରରୂପେ ବ୍ୟବହାର କରିବା ଏକମାତ୍ର ପନ୍ଥା।
ହେଲେ ୟୁରିକ୍‌ ଏସିଡ୍‌ ଆସେ କେଉଁଠୁ। ଶରୀରର କୋଷଗୁଡ଼ିକ ଭିତରେ ଥାଏ ଡିଏନ୍‌ଏ ଓ ଆର୍‌ଏନ୍‌ଏ ଅଣୁ। ଫ୍ୟୁରିନ୍‌ ହେଉଛି ଡିଏନ୍‌ଏ ଓ ଆର୍‌ଏନ୍‌ଏ ଅଣୁର ଅନ୍ୟତମ ଉପାଦାନ। ଏହି ଉପାଦାନ ଭାଙ୍ଗିଗଲେ ୟୁରିକ୍‌ ଏସିଡ୍‌ ଜାତ ହୁଏ। ପୁଣି ପ୍ୟୁରିନ୍‌ ରହିଥିବା ଖାଦ୍ୟ ଖାଇଲେ ମଧ୍ୟ ରକ୍ତରେ ୟୁରିକ୍‌ ଏସିଡ୍‌ର ମାତ୍ରା ବଢ଼ିଯାଏ। ରକ୍ତରେ ରହିବା ସହ ଏହା ପରିସ୍ରାରେ ନିଷ୍କାସିତ ହୋଇଥାଏ ମଧ୍ୟ।
ସୁସ୍ଥ ବୟସ୍କ ବ୍ୟକ୍ତିର ରକ୍ତରେ ୟୁରିକ୍‌ ଏସିଡ୍‌ର ମାତ୍ରା ୧୦୦ ମିଲି ଲିଟର ସିରମ ପ୍ରତି ୩ରୁ ୭ ମିଲିଗ୍ରାମ୍‌। ପରିସ୍ରାରେ ଦୈନିକ ୩୦୦ରୁ ୭୦୦ ମିଲିଗ୍ରାମ ୟୁରିକ୍‌ ଏସିଡ୍‌ ନିଷ୍କାସିତ ହୋଇଥାଏ। ସେହିପରି ବୃକ୍‌କ ସନ୍ତୋଷଜନକ ଭାବରେ କାମ କରି ନ ପାରିଲେ ୟୁରିକ୍‌ ଏସିଡ୍‌ର ନିଷ୍କାସନ ବାଧ୍ୟାପ୍ରାପ୍ତ ହୋଇ ଏହା ରକ୍ତରେ ଜମିଯିବା ସ୍ବାଭାବିକ। ରକ୍ତରେ ୟୁରିକ୍‌ ଏସିଡ୍‌ର ମାତ୍ରା ବୃଦ୍ଧିକୁ କୁହାଯାଏ ‘ହାଇପର ୟୁରିସିମିଆ ’ଓ ଏହାର ପରିଣାମରେ ପ୍ରକାଶ ପାଏ ଗାଉଟ୍‌।
ରୋଗର ଲକ୍ଷଣ: ରକ୍ତରେ ୟୁରିକ୍‌ ଏସିଡ୍‌ର ମାତ୍ରା ବଢ଼ିଗଲେ ତାହା ସୋଡିୟମ ୟୁରେଟ୍‌ ଭାବରେ ଗଣ୍ଠି ନିକଟସ୍ଥ ତନ୍ତୁରେ ଜମିରହେ। ଜମିଥାଏ ଗଣ୍ଠିଗୁଡ଼ିିକ ପାଖରେ ଥିବା ଟେଣ୍ଡନ ଓ କାଟିଲେଜ୍‌(ଉପାସ୍ଥି ବା କୋମଳାସ୍ଥି)ରେ। ୟୁରେଟ୍‌ ନେଇଥାଏ ଛୁଞ୍ଚି ସଦୃଶ ସ୍ଫଟିକାର ଆକାର। ବେଶି ଆକ୍ରାନ୍ତ ହୋଇଥାଏ ଆଣ୍ଠୁ, ବଳାଗଣ୍ଠି, କହୁଣି ପାଖର ଗଣ୍ଠି, ମଣିବନ୍ଧ ବା କବ୍‌ଜି ଗଣ୍ଠି ଓ ହାତ ଏବଂ ପାଦର ଆଙ୍ଗୁଠି ଗଣ୍ଠି। ଏକାଧିକ ଗଣ୍ଠି ଆକ୍ରାନ୍ତ ହେବା ଆଦୌ ଅସାଧାରଣ ନୁହେଁ। ତେବେ ପାଦର ବୁଢ଼ା ଆଙ୍ଗୁଠି ଗଣ୍ଠି ଆକ୍ରାନ୍ତ ହେବା ଅତି ସାଧାରଣ। ଆକ୍ରାନ୍ତ ଗଣ୍ଠି ଲାଲ୍‌ ପଡି ଫୁଲିଯାଏ ଓ ଏହା ଉଷୁମ ଲାଗେ। ଜାତ ହୁଏ ଅସହ୍ୟ ଯନ୍ତ୍ରଣା। ଗଣ୍ଠି ଏତେ ବେଶି ଦରଜ ହୋଇପଡ଼େ ଯେ ରୋଗୀ ସେହି ଗଣ୍ଠିରେ ହାତ ଛୁଅଁାଇ ଦିଏନି। ଏପରି କି ଗଣ୍ଠି ଉପରେ ରୁମାଲଟିଏ ଥୋଇଲେ ବି ତାହା ରୋଗୀ ପାଇଁ ବ୍ୟାଥାଦାୟକ ହୋଇଥାଏ। ଯନ୍ତ୍ରଣା ପ୍ରାୟତଃ ରାତିରେ ଆରମ୍ଭ ହୋଇଥାଏ ଓ ରୋଗୀ ହଠାତ୍‌ ନିଦରୁ ଉଠିପଡ଼ି ଯନ୍ତ୍ରଣାରେ ଛଟପଟ ହେବାରେ ଲାଗେ। ରୋଗ ବହୁଦିନର ହୋଇଗଲେ ଗଣ୍ଠି ପାଖରେ ଚମ ତଳେ ୟୁରେଟ୍‌ ସ୍ପଟିକ ଗୋଟାଳି ଭଳି ଜମିଯାଏ। ଏଭଳି ଗୋଟାଳିଆ ଅଂଶକୁ କୁହାଯାଏ ଟୋଫଇ। ଉଚ୍ଚ ରକ୍ତଚାପ, ଡାଇବେଟିସ, ହୃଦ୍‌ରୋଗ, ରକ୍ତରେ କୋଲଷ୍ଟରଲ୍‌ର ମାତ୍ରା ବୃଦ୍ଧି ଓ ପୃଥୁଳତା ଭଳି ସମସ୍ୟା ଥିଲେ ରକ୍ତରେ ୟୁରିକ୍‌ ଏସିଡ୍‌ର ମାତ୍ରା ବଢ଼ିପାରେ। ଇଭରେଟ ଜମିବା ଫଳରେ ବୃକ୍‌କ ବା କିଡ୍‌ନୀ ଆକ୍ରାନ୍ତ ହୋଇପଡିବା ମଧ୍ୟ ଆଶଙ୍କା ରହିଛି। ଏଭଳି କ୍ଷେତ୍ରରେ ୟୁରେଟ୍‌ ଜମି ଜାତ କରିପାରେ ୟୁରେଟ୍‌ ପଥୁରି ରୋଗ ବା ୟୁରେଟ୍‌ ଷ୍ଟୋନ୍‌।
ରୋଗ ଚିହ୍ନଟ : ଗାଉଟ୍‌ ହୋଇଥାଇପାରେ ବୋଲି ସନ୍ଦେହ ହେଲେ ଡାକ୍ତରମାନେ ମୁଖ୍ୟତଃ ସିରମ୍‌ ୟୁରିକ୍‌ ଏସିଡ୍‌ର ମାତ୍ରା ପରୀକ୍ଷା କରେଇବା ପାଇଁ ପରାମର୍ଶ ଦେଇଥାନ୍ତି। ଗାଉଟ୍‌ ଥିଲେ ଏହି ମାତ୍ରା ବଢ଼ିଯାଇଥାଏ। ସ୍ଥଳବିଶେଷରେ ରକ୍ତର ହେମୋଗ୍ଲୋବିନ୍‌, ଡବ୍ଲ୍ୟୁବିସି, ଇଏସ୍‌ଆର୍‌, କ୍ରିଏଟିନିନ୍‌, ସୁଗାର ଓ ଲିପିଡ୍‌ ପ୍ରୋଫାଇଲ କରାଯାଇଥାଏ। ଅନେକ ସମୟରେ ଡାକ୍ତରମାନେ ଗଣ୍ଠିର ଏକ୍ସ-ରେ ଓ ଏମ୍‌ଆର୍‌ଆଇ ପରୀକ୍ଷା କରେଇପାରନ୍ତି। ଏହି ପରୀକ୍ଷାରୁ ଗୋଟାଳିଆ ‘ଟୋଫାଇ’ର ଉପସ୍ଥିତି ଜଣାପଡ଼େ।
ଚିକିତ୍ସା ବ୍ୟବସ୍ଥା : କେତେକ ନିର୍ଦ୍ଦିଷ୍ଟ ଔଷଧ ଦ୍ୱାରା ଗାଉଟ୍‌ ରୋଗର ଚିକିତ୍ସା କରାଯାଏ।

ଡା. ନିତ୍ୟାନନ୍ଦ ସ୍ବାଇଁ


Enter your email to get our daily news in your inbox.

All Right Reserved By Dharitri.Com

ଦୀପରୁ ଦୀପ କାହିଁକି ଲଗାଯାଏ ନାହିଁ…

ହିନ୍ଦୁ ଧର୍ମରେ ଦୀପ ଜଳାଇବାକୁ ନେଇ ଅନେକ ଧାର୍ମିକ ମହତ୍ତ୍ୱ ରହିଛି। ଦୀପ ଜଳାଇ ଯେହେତୁ ଆମେ ଦେବଦେବୀଙ୍କୁ ଆବାହନ କରିଥାଉ; ତେଣୁ ତାଙ୍କରି ଆଶୀର୍ବାଦରୁ...

ଖରାଦିନେ ଶୋଇବା ପୂର୍ବରୁ କ’ଣ କଲେ ତ୍ୱଚା କରିବ ଗ୍ଲୋ, ଜାଣନ୍ତୁ ସେ ସମ୍ପର୍କରେ…

ଦିନଯାକର ପରିଶ୍ରମ ପରେ ଥକ୍କାପଣ ଯୋଗୁ ଅନେକେ ରାତିରେ ତ୍ୱଚାର ଠିକ୍‌ରେ ଯତ୍ନ ନ ନେଇ ସେମିତି ଶୋଇପଡ଼ନ୍ତି; ଯଦ୍ଦ୍ବାରା ତ୍ୱଚାର ଚମକ ଧୀରେ ଧୀରେ...

ହିଟ ଓ୍ବେଭ ପାଇଁ ଡ୍ୟାମେଜ ହୋଇପାରେ ଲିଭର-କିଡ୍‌ନୀ

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀ-ନୋଏଡା ସମେତ ସମଗ୍ର ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶରେ ମଧ୍ୟ ୨ଜଣଙ୍କର ମତ୍ୟୁ ହୋଇଛି। ସୂଚନାଯୋଗ୍ୟ,...

ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ

ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ ନେଇ କେତୋଟି ଟିପ୍ସ… ଖରା ଏବଂ ପ୍ରଦୂଷଣ...

ଗ୍ରୀଷ୍ମରେ କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଫିଟ୍‌

”ଗ୍ରୀଷ୍ମଋତୁରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗୁଡ଼ିକରେ...

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri