ଚାହିଦା ବୃଦ୍ଧି ଉପରେ କେନ୍ଦ୍ରର ଫୋକସ

ନୂଆଦିଲ୍ଲୀ,୧୪-୧୨: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଜିଡ଼ିପି ଅଭିବୃଦ୍ଧି ସେପ୍ଟେମ୍ବର ତ୍ରୈମାସରେ ୬ ବର୍ଷର ସର୍ବନିମ୍ନ ସ୍ତର ୪.୫%କୁ ଖସିଛି। ଏଭଳି ସ୍ଥିତିରେ ଘରୋଇ ବଜାରରେ ଚାହିଦାକୁ ବଢାଇବା ଲାଗି କେନ୍ଦ୍ର ସରକାର ଫୋକସ ରଖିଥିବା ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃର୍ଷ୍ଣମୂର୍ତ୍ତୀ ସୁବ୍ରମଣ୍ୟନ ଶୁକ୍ରବାର କହିଛନ୍ତି। ସରକାର ଏବେ ଯାଏ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ପ୍ରଥମେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଦେଶ ମଧ୍ୟରେ କାର୍ଯ୍ୟ କରୁଥିବା କମ୍ପାନୀଗୁଡିକର ରିସ୍କ ରିଟର୍ନରେ ଉନ୍ନତି ଆଣିବା ଲାଗି କର୍ପୋରେଟ ଟିକସ ହ୍ରାସ କରାଯାଇଛି। ଏହାବାଦ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ପୁଞ୍ଜୀଯୋଗାଣ ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଅଧପନ୍ତରିଆ ହୋଇ ପଡି ରହିଥିବା ରିୟଲ ଇଷ୍ଟେଟ ପ୍ରକଳ୍ପଗୁଡିକର କାର୍ଯ୍ୟ ଆଗକୁ ବଢାଇବା ଲାଗି ପାଣ୍ଠି ଯୋଗାଣ ବ୍ୟବସ୍ଥା କରାଯାଇଛି। ଏଥିଲାଗି ହାଉସିଂ ଏବଂ ଅଣ ବ୍ୟାଙ୍କିଙ୍ଗ ବିତ୍ତ ପ୍ରତିଷ୍ଠାନଗୁଡିକୁ ସହାୟତା କରିବା ଲାଗି ୪.୪୭ ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ଦ୍ୱାରା ସେମାନେ ଋଣ ଯୋଗାଣ ଧାରାକୁ ତ୍ୱରାନ୍ବିତ କରିପାରିବେ ବୋଲି ସେ ମତ ରଖିଛନ୍ତି।
ଏହାବାଦ ସେ କହିଛନ୍ତି, ଆଂଶିକ କ୍ରେଡିଟ ଗ୍ୟାରେଣ୍ଟି ଯୋଜନାରେ ୧୭ ପ୍ରସ୍ତାବ ଲାଗି ୭,୬୫୭ କୋଟି ଟଙ୍କା ମଞ୍ଜୁର ହୋଇଛି। ବଜେଟରେ ଧାର୍ଯ୍ୟ ହୋଇଥିବା ୩.୩୮ ଲକ୍ଷ କୋଟି ଖର୍ଚ୍ଚ ଯୋଜନା ହାତକୁ ନିଆଯାଇଛି। ରେଳ ଏବଂ ରାଜପଥ ମନ୍ତ୍ରଣାଳୟ ୨.୪୬ ଲକ୍ଷ କୋଟି ଖର୍ଚ୍ଚ ଯୋଜନାକୁ କାର୍ଯ୍ୟକାରୀ କରାଉଛନ୍ତି। ଚଳିତ ବର୍ଷ ନଭେମ୍ବର ୨୭ ସୁଦ୍ଧା ୮ ଲକ୍ଷରୁ ଉର୍ଦ୍ଧ୍ୱ ରେପୋ ସଂଯୋଗୀ ଋଣ ବାବଦ ୭୦,୦୦୦ କୋଟି ଟଙ୍କା ମଞ୍ଜୁରୀ ହୋଇଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ୬୦,୩୧୪ କୋଟି ଟଙ୍କାର ପୁଞ୍ଜି ଯୋଗାଣ ହୋଇଛି। ଏହାବାଦ ବ୍ୟାଙ୍କଗୁଡିକ କର୍ପୋରେଟ ସଂସ୍ଥାଗୁଡିକୁ ୨.୨ ଲକ୍ଷ କୋଟି ଏବଂ ଏମ୍‌ଏସ୍‌ଏମ୍‌ଇଗୁଡିକୁ ୭୨,୯୮୫ କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri