Posted inRasifala

ରାଶିଫଳ: ଶନିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ
ପ୍ରିୟ କଥା କହିବା କାରଣରୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ । ନିଜ ପରିବେଶରେ ସହମତି ଭିତ୍ତିରେ କାର୍ଯ୍ୟକଲେ ସଫଳତା ପାଇବେ । ଏକ ନିର୍ଦ୍ଦିିଷ୍ଟ ଦିଗରେ ଖର୍ଚ୍ଚ କରିବାକୁ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ । କର୍ମକ୍ଷେତ୍ରରେ ସାଧାରଣ ଭୁଲ୍‌ ସକାଶେ ଅନ୍ୟକୁ କୈଫୟିତ ଦେବାକୁ ପଡ଼ିପାରେ ।
ବୃଷ
ବୃଷ
ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ, ସହଯୋଗ ଲାଭ କରିବାରେ ସମର୍ଥ ହେବେ । କିନ୍ତୁ ଦୀର୍ଘଦିନରୁ ଅଟକି ରହିଥିବା କାମର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ବ୍ୟବସାୟ ଭଲରେ ଚାଲିବ ମାତ୍ର ପ୍ରତିଦ୍ୱନ୍ଦ୍ୱିତା କମିବ ନାହିଁ । ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ବିଳମ୍ବରେ ସଫଳତା ପାଇବେ।
ମିଥୁନ
ମିଥୁନ
ଆଜିର ଆଲୋଚନା, ସନ୍ତାନଙ୍କ ସମସ୍ୟା, କଥା ଦେଇଥିବା ବନ୍ଧୁଙ୍କ କ୍ଷେତ୍ରରେ ସୁଫଳ ମିଳି ନ ପାରେ ।  କୌଣସି ବ୍ୟକ୍ତିଙ୍କ ପ୍ରଭାବରେ ପ୍ରଭାବିତ କାମ ସକାଶେ ନିଜକୁ ଅପମାନିତ ହେବାକୁ ପଡ଼ିପାରେ ।  ଯୁକ୍ତିତର୍କ ଜନିତ ପରିବାର ଭିତରେ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟକରି ପାରନ୍ତି ।  କର୍ମକ୍ଷେତ୍ରରେ ବେଶି ସଫଳତା ପାଇବେ ।
କର୍କଟ
କର୍କଟ
ଆଜି ଏକାଧାରରେ ଦୂରଯାତ୍ରା, ବାଣିଜ୍ୟ,ବ୍ୟବସାୟ, ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତା, ବିବାଦ ଓ କିଛି ନୂତନ କାମରେ ସଫଳତା ମିଳିବ ।  ଚେଷ୍ଟା କରୁଥିବା କାମରେ ଟେନ୍‌ସନ କିଛି ମାତ୍ରାରେ କମିଯିବ ।  ମାତ୍ର ସଭାସମିତିରେ ଅଥବା ଆଲୋଚନାରେ କାହା କଥା ସହ ଅନ୍ୟ କାହାର କଥା ମିଶି ନ ପାରେ ।  ସ୍ବାସ୍ଥ୍ୟ ସମସ୍ୟା ଚିନ୍ତାର କାରଣ ପାଲଟିଯାଇପାରେ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତାରୁ ବିରୋଧାଭାସ ସୃଷ୍ଟି ହୋଇପାରେ ।  ସାହିତ୍ୟ,କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ ।  ପରିବାରରେ ସାମାନ୍ୟ ବ୍ୟତିକ୍ରମ ଘଟିଲେ ମଧ୍ୟ ହଠାତ୍‌ କୌଣସି କ୍ଷେତ୍ରରେ ଭାଙ୍ଗି ପଡ଼ନ୍ତୁ ନାହିଁ ।  ନିଜର ପାରିପାର୍ଶ୍ୱିକ କ୍ଷେତ୍ରରେ ସାମୂହିକ ଜନକଲ୍ୟାଣକାରକ କାମରୁ ସମ୍ମାନିତ ହେବେ ।
କନ୍ୟା
ହଠାତ୍‌ କୌଣସି ମିଥ୍ୟା ଗୁଜବ ଉତ୍ତେଜନାମୂଳକ ପରିବେଶ ସୃଷ୍ଟି କରିବାର ଆଶଙ୍କା ରହିଛି ।  ପଦସ୍ଥ ବ୍ୟକ୍ତି ମାନଙ୍କ ସାହଚର୍ଯ୍ୟରେ ମଙ୍ଗଳଜନକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଟଙ୍କାପଇସା ଦେବା ନେବାକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ ।  ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।
ତୁଳା
ତୁଳା
ଆଜି ଆପଣଙ୍କର ଜଣେ ପଡ଼ୋଶୀ କିମ୍ବା ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ ।  କୌଣସି ଅଭାବ ନ ଥାଇ ମଧ୍ୟ ସ୍ବାତୀ ନକ୍ଷତ୍ରର ଅପୂରଣୀୟ ଆଶା ସକାଶେ ମନଟା ଭଲ ଲାଗିବ ନାହିଁ ।  ପିଲାଙ୍କ ଆଚରଣରେ ପରିବର୍ତ୍ତନ ଆସିପାରେ । ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ ଅନ୍ୟଥା କୌଣସି ସମସ୍ୟା ଦେଖାଦେଇପାରେ।
ବିଛା
ବିଛା
ସ୍ବାସ୍ଥ୍ୟ ସମସ୍ୟାରୁ ପୁନଶ୍ଚ ଅପରାହ୍ନରେ ଟେନ୍‌ସନ ବଢ଼ିବା ସୂଚନା ରହିଛି ।  ପରିସ୍ଥିତିବଶତଃ ମାତ୍ରାଧିକ ଭ୍ରମଣ କାରଣରୁ କ୍ଳାନ୍ତି ଅନୁଭବ କରିବେ ।  ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ ତଥାପି ଆଶାନୁଯାୟୀ ମାନସିକ ପରିତୃପ୍ତି ମିଳି ନ ପାରେ ।  ନୂତନ କର୍ମାରମ୍ଭ, ବାଣିଜ୍ୟ,ବ୍ୟବସାୟ କ୍ଷେତ୍ରରେ ଆଶାନୁରୂପ ସୁଫଳ ପାଇବେ ।
ଧନୁ
ଧନୁ
ପୂର୍ବ ପରିକଳ୍ପିତ ବହୁଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟକାରୀ କରି ଏକ ପ୍ରକାର ଖୁସି ହେବେ। ଅତୀତର ବିବାଦୀୟ ଘଟଣାର ଫଳାଫଳ ସକାଶେ ଯେଉଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ ।  ନୂତନ ସ୍ଥାନ ଭ୍ରମଣ ସୁଯୋଗ ଜୁଟିବ। ଆର୍ଥିକ ଉନ୍ନତି, ସାମାଜିକ ପ୍ରଗତି, ପାଖ ପଡ଼ୋଶୀଙ୍କ ସହୃଦୟତା ଓ ସହକର୍ମୀଙ୍କ ସୌଜନ୍ୟତାରୁ ମନ ଖୁସି ରହିବ।
ମକର
ମକର
ନିଜ ପରିବାର ସଦସ୍ୟଙ୍କ ସହ ତିକ୍ତ ସମ୍ପର୍କ ଓ ବିଜାତୀୟ ବ୍ୟକ୍ତିଙ୍କ ସହ ମୈତ୍ରକୁ କେନ୍ଦ୍ରକରି ସମସ୍ୟା ଦେଖାଦେଇପାରେ। ଆଲୋଚନା ପରିସରରେ ପରିହାସଯୁକ୍ତ କଥା କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟି କରିବ ।  ପିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିପାରେ। ଆଶା କରିଥିବା କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ପାରେ।
କୁମ୍ଭ
କୁମ୍ଭ
ପରିବାରର ଆବଶ୍ୟକ ନୂତନ ଜିନିଷ କ୍ରୟକରିବା ସକାଶେ ମନ ବଳାଇପାରନ୍ତି। ସମସ୍ୟା ସମାଧାନ କ୍ଷେତ୍ରରେ ସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ଦ୍ୱାରା କାର୍ଯ୍ୟସାଧିତ ହୋଇପାରିବ। କର୍ମକ୍ଷେତ୍ରରେ ଭାବିଚିନ୍ତି ପଦକ୍ଷେପ ନେବା ବୁଦ୍ଧିମାନର କାମ ହେବ। ଦୂରଯାତ୍ରାରେ କାର୍ଯ୍ୟସିଦ୍ଧି ଅବଶ୍ୟ ଘଟିବ,ଆଶାନୁଯାୟୀ ପ୍ରାପ୍ୟ ପାଇବାରେ ଅସୁବିଧା ରହିବ ନାହିଁ ।
ମୀନମୀନ
ସମସ୍ୟା ସମାଧାନ କରିବା ଦିଗରେ ଅବହେଳା କରିବେ, କିନ୍ତୁ ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ଅସୁବିଧାକୁ ଆମନ୍ତ୍ରଣ କରିପାରନ୍ତି। ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ, ମାତ୍ର ଏଥିସକାଶେ ବହୁ ବାକ୍‌ବିତଣ୍ଡାର ସମ୍ମୁଖୀନ ହେବାକୁ ପଡ଼ିବ। ବୈଷୟିକ ଜିନିଷକୁ କେନ୍ଦ୍ରକରି କୌଣସି ବିବାଦୀୟ ଘଟଣା ଜଟିଳ ଆଡ଼କୁ ଗତି କରିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ଏପ୍ରିଲ ୩୦ ତାରିଖ – Daily Horoscope

ମେଷ ଆପଣ ସାଧାରଣ ସ୍ଥିତିରୁ ଅସାଧାରଣ ସ୍ଥିତିରେ ଉପନୀତ ହେବାର ସୁଯୋଗ ପ୍ରାପ୍ତ କରିବେ। ଏପରିକି ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ...

ରାଶିଫଳ: ସୋମବାର, ଏପ୍ରିଲ ୨୯ ତାରିଖ – Daily Horoscope

ମେଷ ଆଜି ନବମସ୍ଥ ଚନ୍ଦ୍ର ହେତୁ ପଡ଼ୋଶୀ, ବନ୍ଧୁବାନ୍ଧବ, ସହକର୍ମୀଙ୍କ ସହ ଆମତ୍ୀୟତା ବେଶ୍‌ ଜମିବ। ବନ୍ଧୁଙ୍କ ସହ ଧାରକରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ...

ରାଶିଫଳ: ରବିବାର, ଏପ୍ରିଲ ୨୮ ତାରିଖ – Daily Horoscope

ମେଷ ଆଜି ନିଜ ରାଶି ଓ ଦ୍ୱାଦଶ ସ୍ଥାନରେ ଏକାଧିକ ଗ୍ରହ ଅବସ୍ଥାନ କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ରହିବ। ଅଫିସ୍‌ କାମରୁ ଜମା ଫୁରୁସତ୍‌...

ରାଶିଫଳ: ଶନିବାର, ଏପ୍ରିଲ ୨୭ ତାରିଖ – Daily Horoscope

ମେଷ ଆଜି ଜଣେ ସମ୍ପର୍କୀୟଙ୍କ ଦ୍ୱାରା ସ୍ଥଗିତ କାମଟି ସମ୍ପନ୍ନ ହୋଇଯିବାର ବହୁତ ସମ୍ଭାବନା ରହିଛି। କୃତ୍ତିକା ନକ୍ଷତ୍ର ଅନ୍ୟକୁ ନିର୍ଦ୍ଦେଶ ଦେବେ କିନ୍ତୁ ନିଜକୁ...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ଭ୍ରାତୃ ବିରୋଧ, ସହକର୍ମୀ ସହ ଝଗଡ଼ାର ଆଶଙ୍କା ରହିଛି। ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟିରୁ ଋଣବାଡ଼ି, ବ୍ୟବସାୟରେ ପ୍ରତିବନ୍ଧକ ଚିନ୍ତାର...

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri