୨୪% ଭୁବନେଶ୍ୱରବାସୀ ଜୀବନସାଥୀଙ୍କୁ ବିଶ୍ୱାସଘାତକ ଭାବନ୍ତି

ଭୁବନେଶ୍ୱର,୧୩ା୧୨(ବ୍ୟୁରୋ):ବିବାହିତ ଦମ୍ପତିଙ୍କ ମଧ୍ୟରେ ଅସୁରକ୍ଷିତ ଭାବନା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପରି କି ନିଜ ଜୀବନସାଥିଙ୍କ ଉପରେ ଲୋକଙ୍କ ଭରସା କମିଯାଉଥିବା ବେଳେ ନିଜ ସନ୍ଦେହ ଦୂରକରିବା ପାଇଁ ସେମାନେ ଯାଞ୍ଚ ଆବଶ୍ୟକ କରୁଛନ୍ତି। ୪୫% ଭାରତୀୟ ନିଜ ଜୀବନସାଥୀଙ୍କ ଅନୁମତି ବିନା ତଥା ଅଗୋଚରରେ ସେମାନଙ୍କ ଫୋନ ଯାଞ୍ଚ କରିବା ପାଇଁ ଚାହଁୁଛନ୍ତି। ୫୫% ଏହା ଆଗରୁ କରିସାରିଥିବା ସ୍ବୀକାର କରିଛନ୍ତି। ସବୁଠାରୁ ବଡ଼କଥା ହେଲା ଭୁବନେଶ୍ୱର ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ିନି। ଭୁବନେଶ୍ୱରରେ ୫୬% ଲୋକ ନିଜ ଜୀବନସାଥୀଙ୍କ ଅଗୋଚରରେ ତାଙ୍କ ଫୋନ୍‌ ଚେକ୍‌ କରିଥିବା କହିଛନ୍ତି। ସେହିଭଳି ୨୪% ଲୋକ ସେମାନଙ୍କ ଜୀବନସାଥୀ ତାଙ୍କୁ ଧୋକା ଦେଉଥିବା ବିଶ୍ୱାସ କରୁଛନ୍ତି। ମାଇଣ୍ଡଶେୟାର ଏବଂ ୟୁନୋମୋ ସହଯୋଗରେ ନିକଟରେ ହଟ୍‌ଷ୍ଟାର୍‌ ପକ୍ଷରୁ କରାଯାଇଥିବା ଏକ ସ୍ବତନ୍ତ୍ର ଅଧ୍ୟୟନରୁ ଏହି ତଥ୍ୟ ସାମ୍ନାକୁ ଆସିଛି।
ବିଶ୍ୱାସଘାତକତାରେ ଭାରତୀୟମାନଙ୍କ ଦୃଷ୍ଟିକୋଣର ଅନୁସନ୍ଧାନ କରିବାକୁ କରାଯାଇଥିବା ଏହି ସର୍ଭେରେ ଭାରତରେ ବୈବାହିକ ସମ୍ପର୍କରେ ଆସୁଥିବା ପରିବର୍ତ୍ତନ ଓ ଜୀବନସାଥୀଙ୍କ ମଧ୍ୟରେ ରହିଥିବା ବିଶ୍ୱସନୀୟତାର ମହତ୍ତ୍ୱକୁ ଜାଣିବାକୁ ଚେଷ୍ଟା କରାଯାଇଥିଲା। ଭାରତର ପ୍ରାୟ ପ୍ରତ୍ୟେକ ବୟସଗୋଷ୍ଠୀ ଏବଂ ସହରଗୁଡ଼ିକରେ ଦମ୍ପତିିମାନଙ୍କ ଚିନ୍ତାଧାରାକୁ ଜାଣିବା ପାଇଁ ପ୍ରୟାସ କରାଯାଇଥିବା ବେଳେ ଏଥିରେ ଭୁବନେଶ୍ୱର ବାସିନ୍ଦାଙ୍କ କିଛି ପ୍ରମୁଖ ଦୃଷ୍ଟିକୋଣକୁ ମଧ୍ୟ ଆଲୋକପାତ କରାଯାଇଛି। ଏହାକୁ ହଟ୍‌ଷ୍ଟାର ‘ଆଉଟ୍‌ ଅଫ୍‌ ଲଭ୍‌’ ସର୍ଭେ ମଧ୍ୟ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ଦିଲ୍ଲୀ ଏକ୍ୟୁଆଇ ୪୪୧: ଜିଆର୍‌ଏପି-୪ ଲାଗୁହେଲା

ନୂଆଦିଲ୍ଲୀ,୧୪ା୧୨: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଶନିବାର ସନ୍ଧ୍ୟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୪୧ରେ ପହଞ୍ଚତ୍ଛି, ଯାହାକି ଅତ୍ୟନ୍ତ ଗମ୍ଭୀର ବର୍ଗର। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri