ବ୍ରହ୍ମପୁର ଅଫିସ,୧୧ା୧୨-ଗଞ୍ଜାମ ଜିଲାରେ କାର୍ଯ୍ୟକାରୀ ହେଉନି ସ୍କୁଲ ବସ୍ ପଲିସି-୨୦୧୬ ା ଜିଲାର କୌଣସି ଘରୋଇ କଲେଜ ଓ ସ୍କୁଲ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ସ୍କୁଲ ବସ୍ ପଲିସିକୁ ମାନୁ ନାହାନ୍ତି ା ଏ ନେଇ ପ୍ରଗତିଶୀଳ ଉତ୍କଳ ସମାଜ ଓ ଜାତୀୟ ମାନବ ଅଧିକାର ଫୋରମର ଅଭିଯୋଗ ପରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିୟମକୁ କଡାକଡି କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ା ଏ ନେଇ ଜିଲାର ସମସ୍ତ ଘରୋଇ ସ୍କୁଲ ଓ କଲେଜକୁ ଜିଲାପାଳ ନୋଟିସ କରିଛନ୍ତି। ତୁରନ୍ତ ନିଜର ବସ୍ଗୁଡିକର ସ୍ଥିତି ଓ ସେଥିରେ ସରକାରୀ ନିୟମାନୁସାରେ ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ ଥିବା ଆବଶ୍ୟକ ବ୍ୟବସ୍ଥା ଉପରେ ରିପୋର୍ଟ ପ୍ରଦାନ କରିବାକୁ ନୋଟିସ ଜାରି କରିଛନ୍ତି ା ଏଥିସହ ରିପୋର୍ଟ ସଂଗ୍ରହ କରି ତୁରନ୍ତ ଜିଲାପାଳଙ୍କ ନିକଟରେ ଦାଖଲ କରିବାକୁ ଜିଲା ଶିକ୍ଷାଧିକାରୀ(ଡିଇଓ), ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ କାର୍ଯ୍ୟାଳୟ ନିର୍ଦ୍ଦେଶକଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଥିବା ଜଣାପଡିଛି ା
ଘରୋଇ ସ୍କୁଲ, କଲେଜ ବସ୍ରେ ଯାତାୟାତ କରୁଥିବା ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୦୧୬ ଅଗଷ୍ଟରେ ରାଜ୍ୟ ସରକାର ସ୍କୁଲ ବସ୍ ପଲିସି-୨୦୧୬ ପ୍ରଣୟନ କରିଥିଲେ। ଉକ୍ତ ନିୟମାନୁସାରେ, ଘରୋଇ ସ୍କୁଲ ଓ କଲେଜ ଦ୍ୱାରା ଛାତ୍ରୀଛାତ୍ରଙ୍କୁ ନେବା ଆଣିବା କରୁଥିବା ବସ୍ଗୁଡିକରେ ଫାଷ୍ଟଏଡ ବକ୍ସ ରଖାଯିବା ସହ ସିସି କ୍ୟାମେରା, ଜିପିଏସ୍ ବ୍ୟବସ୍ଥା, ପାନୀୟଜଳ, କ୍ଷମତା ଅନୁସାରେ ବସ୍ ବାହାରେ ସିଟ ସଂଖ୍ୟା ସାଇନବୋର୍ଡ ଲଗାଯିବା, ବସ୍ର କ୍ଷମତା ଅନୁସାରେ ଛାତ୍ରୀଛାତ୍ରଙ୍କୁ ନେବା ଆଣିବା କରିବା, ଛାତ୍ରୀଛାତ୍ରଙ୍କୁ ବସ୍ରେ ନେବା ଆଣିବା ବେଳେ ସ୍କୁଲ ଶିକ୍ଷୟିତ୍ରୀ ଶିକ୍ଷକ ଗାଇଡ ଭାବେ ରହିବା ନେଇ ଘରୋଇ ଶିକ୍ଷାନୁଷ୍ଠାନଗୁଡିକୁ ନୋଟିସ ଜାରି କରାଯାଇଥିଲା। କିନ୍ତୁ ଏହାର ୩ବର୍ଷ ପରେ ବି ଅନେକ ଘରୋଇ ଶିକ୍ଷାନୁ୍ଷ୍ଠାନ ଏହି ନିୟମକୁ ପାଳନ କରୁ ନ ଥିବା ନେଇ ଗତ ସପ୍ତାହରେ ପ୍ରଗତିଶୀଳ ଉକତ୍ଳ ସମାଜ ଓ ଜାତୀୟ ମାନବ ଅଧିକାର ଫୋରମ ପକ୍ଷରୁ ଅଭିଯୋଗ କରାଯାଇଥିଲା ା ଏନେଇ ଅଭିଯୋଗ ପତ୍ର ଜିଲାପାଳଙ୍କ ସମେତ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପରିବହନ ସଚିବଙ୍କୁ ଉଭୟ ସଂଗଠନ ପକ୍ଷରୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇଥିଲା। ନିୟମ ଖିଲାପକାରୀ ଶିକ୍ଷାନୁଷ୍ଠାନ ସମ୍ପର୍କିତ ତଥ୍ୟ ପ୍ରଦାନ କରିବାକୁ ଡିଇଓ, ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖୁବଶୀଘ୍ର ଜିଲାପାଳଙ୍କ ନିକଟରେ ଘରୋଇ ଶିକ୍ଷାନୁଷ୍ଠାନଗୁଡିକ ଦ୍ୱାରା ପରିଚାଳିତ ବସ୍ ଗୁଡିକର ଯାଞ୍ଚ ରିପୋର୍ଟ ପଠାଯିବ। ନିୟମ ଖିଲାପକାରୀ ସ୍କୁଲ, କଲେଜ ଉପରେ ପଦକ୍ଷେପ ନିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ତ୍ରିପାଠୀ ସୂଚାଇଛନ୍ତି।
କାର୍ଯ୍ୟକାରୀ ହେଉନି ଘରୋଇ ସ୍କୁଲ ବସ୍ ପଲିସି-୨୦୧୬: ଘରୋଇ ସ୍କୁଲ, କଲେଜକୁ ଜିଲାପାଳଙ୍କ ନୋଟିସ
Posted inଆମ ଜିଲା ଖବର, ଗଞ୍ଜାମ View All
ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼
ଦାରିଙ୍ଗବାଡି, ୨୭।୧୨ (ଅରୁଣ ସାହୁ ):ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚକ ବାଧାପ୍ରାପ୍ତ ହୋଇଛି। ଶୀତ କମିବାରେ ନାମ...
ବାଲ ଧନୁଯାତ୍ରାରେ ରଙ୍ଗସଭା: କମାଲ କଲେ ସତ୍ୟଜିତ
ମଥୁରା ନଗରୀ,୨୭।୧୨:ବରଗଡ଼ ପିଏମ୍ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ବାଲ ଧନୁଯାତ୍ରାର ଦ୍ବିତୀୟ ଦିବସରେ ମହାରାଜ କଂସଙ୍କ ଦରବାରରେ ରଙ୍ଗସଭା ଅନୁଷ୍ଠିତ ହୋଇଥିଲା। ଏହି...
କ୍ରିକେଟ୍ ଖେଳୁଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ହଠାତ୍ ଟଳିପଡ଼ିଲେ: ଆଉ ତା’ପରେ…
ଟିଟିଲାଗଡ଼,୨୮ା୧୨(ଶରତ ମିଶ୍ର):ଟିଟିଲାଗଡ଼ ଖେଳପଡିଆରେ ଶୁକ୍ରବାର କ୍ରିକେଟ୍ ଖେଳୁଥିବା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଧୀନ ହାଇସ୍କୁଲପଡା...
ବ୍ରେକ ଫେଲ୍ ହୋଇ ଟ୍ରକ ଦୁର୍ଘଟଣା, ୧୬ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ
ଭଦ୍ରକ, ୨୭/୧୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଧାମରା ବ୍ରିଜ ତଳେ ରାସ୍ତାରେ ଟ୍ରକ ଦୁର୍ଘଟଣା ହୋଇଛି । ଫଳରେ ଏକ ଦୁର୍ଘଟଣା ଗ୍ରସ୍ତ ଟ୍ରକ...
ଦୋକାନରେ ଶୋଇଥବା ବେଳେ ଲାଗିଗଲା ନିଆଁ, ଦୋକାନୀ ଜୀବନ୍ତଦଗ୍ଧ
ପାଟକୁରା ୨୭/୧୨(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡା ଜିଲା ଗରଦପୁର ବ୍ଳକ ଅଧୀନ କଳାବୁଦା ବାରୁଣୀ ବଜାରରେ ଶନିବାର ଏକ ଦୁଃଖଦ ଘଟଣା ଘିଟିଛି ।...
ପୋଲକୁ ଧକ୍କା ଦେଇ ଓଲଟିଲା ଟୁରିଷ୍ଟ ଗାଡ଼ି, ୭ଜଣ ଆହତ
ସମ୍ବଲପୁର: ରେଢ଼ାଖୋଲ ରାସ୍ତାରେ ସଡ଼କ ଦୁର୍ଘଟଣା । ଭୁବନେଶ୍ୱରରୁ ସମ୍ବଲପୁର ଯିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପୋଲକୁ ଧକ୍କା ଦେଇ ଓଲଟିପଡିଲା...
୫୨୦ ନମ୍ବର ଜାତୀୟ ରାଜପଥରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ୨ ଡ୍ରାଇଭରଙ୍କ ମୃତ୍ୟୁ
ବଣାଇଁ, ୨୭|୧୨(ପ୍ରଦୀପ ତ୍ରିପାଠୀ )-: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ...
କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍ଘାଟିତ
ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...
Archives


