ସୁକିନ୍ଦା ମେଗା ଜଳଯୋଗାଣ ପ୍ରକଳ୍ପ:୭ଦିନ ମଧ୍ୟରେ ରିପୋର୍ଟ ଦାଖଲ ନିର୍ଦ୍ଦେଶ

ଯାଜପୁର ଅଫିସ,୧୦।୧୨: ଯାଜପୁର ଜିଲା ସୁକିନ୍ଦା ବ୍ଲକ ଖଣି ପ୍ରଭାବିତ ଅଞ୍ଚଳରେ ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠିରେ ନିର୍ମାଣାଧୀନ ମେଗା ଜଳ ଯୋଗାଣ ପ୍ରକଳ୍ପରେ ବ୍ୟାପକ ହେରାଫେରି ହେଉଛି। ଗତ ଜୁଲାଇରେ ଇଞ୍ଜିନିୟର୍ସ ଅଥରିଟି ପକ୍ଷରୁ ହୋଇଥିବା ତଦନ୍ତ ରିପୋର୍ଟରେ ଏହା ଜଳ ଜଳ ଦିଶୁଛି। ଇଞ୍ଜିନିୟର୍ସ ଅଥରିଟି ରିପୋର୍ଟକୁ ଅଣଦେଖା କରି ପୁଣି ନିମ୍ନମାନର କାର୍ଯ୍ୟ ହେବା ସହିତ ତ୍ରୁଟି ସୁଧାର ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଅପରପକ୍ଷେ ଇଞ୍ଜିନିୟର୍ସ ଅଥରିଟି ରିପୋର୍ଟ ଭୁଲ ଥିଲା ବୋଲି ଅନ୍ୟ ଏକ ପରୀକ୍ଷାଗାରରେ ପରୀକ୍ଷା କରି ନିମ୍ନମାନର ନିର୍ମାଣ ସାମଗ୍ରୀକୁ ପୁଣି ବ୍ୟବହାର ଉପଯୋଗୀ ବୋଲି ଦର୍ଶାଯାଇଛି। ଯଦି ଇଞ୍ଜିନିୟର୍ସ ଅଥରିଟି ଭୁଲ ରିପୋର୍ଟ ଦେଇଥିଲା ତେବେ ତାହା ବିରୋଧରେ କୌଣସି ଆଇନଗତ ଚ୍ୟାଲେଞ୍ଜ କରିବାକୁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ(ଆରଡବ୍ଲ୍ୟୁଏସ୍‌ଏସ୍‌) ବିଭାଗ କାହିଁକି ପଛଘୁଞ୍ଚା ଦେଉଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏହି ମର୍ମରେ ଧରିତ୍ରୀରେ ୯ା୧୨ା୨୦୧୯ରେ ‘ସୁକିନ୍ଦା ମେଗା ଜଳଯୋଗାଣ ପ୍ରକଳ୍ପ: ନିମ୍ନମାନର କାର୍ଯ୍ୟକୁ ବିଭାଗୀୟ ଅନୁକମ୍ପା’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ସୋମବାର ବିଭାଗୀୟ ତପତ୍ରତା ପ୍ରକାଶ ପାଇଛି। ଆରଡବ୍ଲ୍ୟୁଏସ୍‌ଏସ୍‌ ଇଞ୍ଜିନିୟର-ଇନ୍‌-ଚିଫ୍‌ ବିଭାଗର ମିଡିଆ ସେଲ୍‌ ସୁପରିଟେଣ୍ଡିଂ ଇଞ୍ଜିନିୟର (ଏସ୍‌ଇ) ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ୟାର ସମାଧାନ କରିବା ସହିତ ୭ଦିନ ମଧ୍ୟରେ ସବିଶେଷ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠିରୁ ସୁକିନ୍ଦା ମେଗା ଜଳଯୋଗାଣ ପ୍ରକଳ୍ପ ପାଇଁ ୭୯.୫୬ କୋଟି ଟଙ୍କା ମଞ୍ଜୁର ହୋଇଛି। ଖଣି ସଂଲଗ୍ନ ଅଞ୍ଚଳଠାରୁ ୧୦ କି.ମି. ପରିଧି ମଧ୍ୟରେ ଥିବା ଦୁଧୁଯୋରୀ, କୁହିକା, କାଙ୍କଡପାଳ, ରାସୋଁଳ, କାଳିଆପାଣି, ଚିଙ୍ଗୁଡିପାଳ, କଅଁସ, ପିମ୍ପୁଡିଆ ପ୍ରଭୃତି ପଞ୍ଚାୟତର ୫୪ ଗ୍ରାମର ଅଧିବାସୀ ଏଥିରେ ଉପକୃତ ହେବେ ବୋଲି ପରିକଳ୍ପନା କରାଯାଇଛି। ଖଣି ଅଞ୍ଚଳର ବିଭିନ୍ନ ସ୍ଥାନରେ ଭୂତଳ ଜଳରେ ଅଧିକ ମାତ୍ରାରେ ଆଇରନ ମାତ୍ରା ଥିବା ପୂର୍ବରୁ ସରକାରୀ ଭାବେ ପ୍ରମାଣିତ ହୋଇଛି। ଏଥିପାଇଁ ସମ୍ପୃକ୍ତ ଅଞ୍ଚଳରେ କିଡ୍‌ନୀ ରୋଗର ଭୟାବହତା ମଧ୍ୟ ଦେଖାଦେଇଛି। ଏହି ସ୍ଥିତିରେ ବ୍ରାହ୍ମଣୀ ନଦୀଗର୍ଭରୁ ପାଇପ ଯୋଗେ ଜଳଯୋଗାଣ ପ୍ରକଳ୍ପ ଖଣି ପ୍ରଭାବିତ ଲୋକଙ୍କ ପାଇଁ ଜୀବନଦାନ ସଦୃଶ ହେବ ବୋଲି ଆଶା କରାଯାଇଛି। କିନ୍ତୁ ସମ୍ପୃକ୍ତ ଠିକାସଂସ୍ଥା ଏନସିସି(ନାଗାର୍ଜୁନ କନଷ୍ଟ୍ରକ୍ସନ କମ୍ପାନୀ) ଲିଃ ଅଧିକ ଲାଭ ଆଶାରେ ଅତି ନିମ୍ନମାନର କାର୍ଯ୍ୟ କରୁଥିବା ଖୋଦ୍‌ ଇଞ୍ଜିନିୟର୍ସ ଅଥରିଟି ରିପୋର୍ଟରେ ଦର୍ଶାଯାଇଛି। ତେବେ ଏ ସଂକ୍ରାନ୍ତରେ ସୋମବାର ପ୍ରକାଶିତ ଖବର ପରେ ବିଭାଗୀୟ ତପତ୍ରତା ପ୍ରକାଶ ପାଇଛି। ପୂର୍ବରୁ ଶ୍ୟାମ ଷ୍ଟିଲ ସାମଗ୍ରୀ ନିମ୍ନମାନର ଏବଂ ବ୍ୟବହାର ଅନୁପଯୋଗୀ ବୋଲି ଦର୍ଶାଇ ପୁଣି ପରବର୍ତ୍ତୀ ସମୟରେ କାହାର ଚାପରେ ସେହି ଷ୍ଟିଲ ସାମଗ୍ରୀକୁ ବ୍ୟବହାର ଉପଯୋଗୀ ବୋଲି ବିଭାଗୀୟ ନିର୍ଦ୍ଦେଶ ହୋଇଛି। ଏଭଳିସ୍ଥିତିରେ ବର୍ତ୍ତମାନ ବିଭାଗୀୟ ତପତ୍ରତା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି। ମିଡିଆ ସେଲର ଏସଇ ତାଙ୍କ ପତ୍ରସଂଖ୍ୟା ୧୦୪୮୪/୯ା୧୨ା୨୦୧୯ରେ ପ୍ରକଳ୍ପର ଅନିୟମିତତା ସଂକ୍ରାନ୍ତରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ୭ ଦିନ ମଧ୍ୟରେ ସରକାରଙ୍କୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri