Odisha Elections 2024

ଚାନ୍ଦବାଲିରେ ହାଇଓ୍ବା-ବାଇକ୍‌ ମୁହାଁମୁହିଁ

ଭଦ୍ରକ ଅଫିସ,୫।୧୨: ଭଦ୍ରକ-ଚାନ୍ଦବାଲି ରାସ୍ତାର ନଛିପୁର ଛକ ନିକଟରେ ଗୁରୁବାର ସକାଳେ ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଭଦ୍ରକ ବ୍ଲକ ଅନ୍ତର୍ଗତ ନୂଆଶାସନ ଅଞ୍ଚଳର ରାଜେନ୍ଦ୍ର ସାହୁ ଓ ନିରଞ୍ଜନ ତ୍ରିପାଠୀ ବାଇକରେ ଭଦ୍ରକ ଆସୁଥିଲେ। ସେହି ସମୟରେ ସାମ୍ନା ପଟୁ ଆସୁଥିବା ଏକ ହାଇଓ୍ବା ବାଇକ୍‌କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରେ ରାଜେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ, ନିରଞ୍ଜନ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି। ଖବରପାଇ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟରାତିରେ ସ୍ଥଳଭାଗ ଛୁଇବ ବାତ୍ୟା ‘ରେମାଲ’: ବର୍ଷା, ପବନର ମୁକାବିଲା ପାଇଁ ଜିଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆର୍‌ସି

ଭୁବନେଶ୍ୱର,୨୬।୫: ପୂର୍ବ କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ରେମାଲ’ ରବିବାର ମଧ୍ୟରାତିରେ ସାଗର ଦ୍ୱୀପ ଏବଂ ବାଂଲାଦେଶର ଖେପୁପରା ମଝିରେ ବାଂଲାଦେଶ...

ବୃଦ୍ଧଙ୍କୁ ଧକ୍କା ଦେଲା କାର୍‌

ଛତ୍ରପୁର,୧୬।୫(ଦିଲ୍ଲୀପ ସାମଲ): ଚମାଖଣ୍ଡି ଥାନା ଅନ୍ତର୍ଗତ କାଳିଆବାଲି ଛକ ଠାରେ ଏକ କାର ଧକ୍କାରେ ବୃଦ୍ଧ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ରବିବାର ୨...

ଛତ୍ରପୁର ବ୍ଲକ ଟପ୍ପର ହେଲେ ଅଭିପ୍ସା

ଛତ୍ରପୁର,୨୬।୫(ଦିଲ୍ଲୀପ ସାମଲ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ୨୦୨୪ ମାଟ୍ରିକ ପରୀକ୍ଷା ଫଳାଫଳ ରବିବାର ପ୍ରକାଶ ପାଇଛି । ଏଥିରେ ଛତ୍ରପୁର ବ୍ଲକର...

୨୯ରେ ଖାର୍ଗେ, ୩୦ରେ ରାହୁଲ ଆସିବେ ଓଡ଼ିଶା

ଭୁବନେଶ୍ୱର,୨୬।୪: ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି। କେନ୍ଦ୍ରୀୟ ନେତା ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଆସନ୍ତା...

ମାଟ୍ରିକ ପରୀକ୍ଷାରେ ଚମକିଲେ ଦିବ୍ୟ ପ୍ରସାଦ

ପାଟଣା,୨୬।୫(ବୀର କିଶୋର ଦାଶ): ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ପରିଷଦ କଟକ ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। କେନ୍ଦୁଝର ଜିଲା ପାଟଣା...

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ପରେ ଚାଲିଛି ମୂଲ୍ୟାଙ୍କନ, ଏହି ଦଳ ମାରିବ ବାଜି…

ହାଟଡିହୀ,୨୬ା୫: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନୀ ପରୀକ୍ଷା ସରିଯାଇଛି। କାହା ସପକ୍ଷରେ କେତେ ଭୋଟ୍‌ ଯିବ ତାକୁ ନେଇ ଏବେ ମୂଲ୍ୟାଙ୍କନ ଚାଲିଛି। ଜନାଦେଶ ଫଳାଫଳ...

ମୋରଡ଼ା ବ୍ଲକର ଦୁଇ ଛାତ୍ରୀଛାତ୍ର ଗ୍ରେଡ୍‌ ଏ-୧ରେ କୃତକାର୍ଯ୍ୟ

ମୋରଡ଼ା,୨୬ା୫(ସ୍ମାରକ ମାଜୀ): ରବିବାର ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ଦୁଇଜଣ ଛାତ୍ରୀଛାତ୍ର ଏ-୧ ଗ୍ରେଡ୍‌ରେ କୃତକାର୍ଯ୍ୟ ହୋଇଛନ୍ତି।...

ବିଜେଡି ସରକାର ଗଠନ କରିସାରିଛି, ବିରୋଧୀ ହାଓ୍ବା କରୁଛନ୍ତି: ପାଣ୍ଡିଆନ

ଭୁବନେଶ୍ୱର,୨୬ା୫: ଚଳିତ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବେଶ୍‌ ସରଗରମ ରହିଛି। ଭାଜପା ସରକାର ଗଠନ କରିବ ବୋଲି କହୁଥିବା ବେଳେ ବିଜେଡି ମଧ୍ୟ ଜୋର୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri