ସଲମାନଙ୍କୁ ପ୍ରଶ୍ନ କଲେ କ୍ୟାଟ୍ରିନା ‘ମୋତେ କେବେ ବିବାହ କରିବ’

ଦବଙ୍ଗ ଖାନ୍‌ ସଲମାନ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚାରେ ରହୁନାହାନ୍ତି ତା’ଠୁ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବିବାହକୁ ନେଇ। ସମସ୍ତେ ଚାହିଁ ରହିଛନ୍ତି ଭାଇଜାନ୍‌ କେବେ ବିବାହ ବନ୍ଧନରେ ବାନ୍ଧି ହେବେ। ଏମିତିରେ ବି ବୟସ ୫୦ ଟପି ସାରିଲାଣି। ଏବେ କ୍ୟାଟ୍ରିନା କୁଆଡ଼େ ସଲମାନଙ୍କୁ ବିବାହ ପ୍ରସ୍ତାବ ଦେଇଛନ୍ତି। କ୍ୟାଟ୍‌ ଭାଇଜାନଙ୍କୁ ଦେଇଥିବା ବିବାହ ପ୍ରସ୍ତାବ ଶୁଣି ଫ୍ୟାନମାନେ ବହୁତ ଖୁସି। କିନ୍ତୁ ଏହି ପ୍ରସ୍ତାବ ରିୟଲରେ ନୁହେଁ ରିଲ୍‌ରେ। ‘ଭାରତ’ ଫିଲ୍ମର ପ୍ରମୋଶନରେ ଏହି ଯୋଡ଼ି ବ୍ୟସ୍ତ ରହିଛନ୍ତି। ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ପ୍ରମୋଶନ ବି ଜାରି ରହିଛି। ଏହାର ଏକ ଭିଡିଓକୁ ନିର୍ଦ୍ଦେଶକ ଅଲ୍ଲୀ ଆବାସ ଜାଫର ଶେୟାର କରିଛନ୍ତି। ଯେଉଁଥିରେ କ୍ୟାଟ୍ରିନା ସଲମାନଙ୍କୁ ବିବାହ ପ୍ରସ୍ତାବ ଦେଉଛନ୍ତି। ଏହି ଭିଡିଓରେ କ୍ୟାଟ୍ରିନା ସଲମାନଙ୍କୁ କହୁଛନ୍ତି, ମୋର ବିବାହ ବୟସ ହୋଇଗଲାଣି। ତୁମେ ମୋତେ ବହୁତ ଭଲ ଲାଗୁଛ। ମୋତେ କେବେ ବିବାହ କରିବ କୁହ। ଏହାଶୁଣି ସଲମାନ ‘ସରି ମାଡାମ ସରି’ କହି ଲାଜେଇ ଯାଉଥିବା ଦେଖିବାକୁ ମିଳିଛି। କହିରଖୁଛୁ, ଆସନ୍ତା ଜୁନ୍‌ ୫ ତାରିଖରେ କ୍ୟାଟ୍ରିନା-ସଲମାନଙ୍କ ଅଭିନୀତ ଫିଲ୍ମ ‘ଭାରତ’ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମରେ ତବୁ, ଜ୍ୟାକି ଶ୍ରଫ୍‌, ଦିଶା ପଟାନୀ ଏବଂ ସୁନୀଲ ଗ୍ରୋଭର ଅଭିନୟ କରିଛନ୍ତି। ସଲମାନ ‘ଦବଙ୍ଗ-୩’ର ଶୁଟିଂରେ ବି ବ୍ୟସ୍ତ ଅଛନ୍ତି। ଏହା ଚଳିତବର୍ଷ ଶେଷ ଆଡ଼କୁ ରିଲିଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri