୪୫ ଗହଣା ଦୋକାନରେ ଚଢ଼ାଉ

ଭୁବନେଶ୍ୱର, ୩୦ା୧୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନ ବୈଧମାପ ବିଜ୍ଞାନ (ଓଜନ ଓ ମାପ) ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶମତେ ଚଳିତ ମାସ ୨୨ରୁ ୨୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ସୁନା ଦୋକାନରେ ଚଢାଉ କରାଯାଇଥିଲା। ଏହି ୪ ଦିନରେ ଭୁବନେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା, ସମ୍ବଲପୁର ଓ ବାଲେଶ୍ୱରରେ ସୁନାଗହଣା ଦୋକାନ ଏବଂ ପ୍ରତିଷ୍ଠାନ ଉପରେ ଅଚାନକ ଚଢ଼ାଉ କରାଯାଇଛି। ସର୍ବମୋଟ ୪୫ ଦୋକାନ ଏବଂ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇଥିବାବେଳେ ୨୯ ଦୋକାନ ଏବଂ ପ୍ରତିଷ୍ଠାନରେ ବୈଧମାପ ବିଜ୍ଞାନ ନିୟମରେ ତ୍ରୁଟି ପରିଲକ୍ଷିତ ହୋଇଛି। ଏହି ବାବଦରେ ୨୭ଟି ଦୋକାନ ଓ ପ୍ରତିଷ୍ଠାନରୁ ୩ ଲକ୍ଷ ୭୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଅନ୍ୟ ଦୁଇଟି ପ୍ରତିଷ୍ଠାନ ଉପରେ କମ୍ପାଉଣ୍ଡିଂ ନୋଟିସ୍‌ ଜାରି କରାଯାଇଛି।
ରାଜଧାନୀର ୧୦ ଦୋକାନ ଓ ପ୍ରତିଷ୍ଠାନ ଉପରେ କରାଯାଇଥିବା ଚଢ଼ାଉରୁ ୮ ଦୋକାନରେ ବୈଧମାପ ବିଜ୍ଞାନ ନିୟମ ପାଳନର ତ୍ରୁଟି ପରିଲକ୍ଷିତ ହୋଇଛି। ଏଥିସହିତ ଏ ବାବଦରେ ୧ ଲକ୍ଷ ୨୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।
ବ୍ରହ୍ମପୁରରେ ୮ ଦୋକାନ ଓ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇଥିଲା। ଚଢ଼ାଉରୁ ୫ ଦୋକାନ ଓ ପ୍ରତିଷ୍ଠାନରେ ବୈଧମାପ ବିଜ୍ଞାନ ନିୟମର ତ୍ରୁଟି ପରିଲକ୍ଷିତ ହୋଇଛି ।
ତେଣୁ ଜରିମାନା ବାବଦରେ ଏହିସବୁ ଦୋକାନ ଓ ପ୍ରତିଷ୍ଠାନରୁ ୪୫ ହଜାର ଟଙ୍କା ଆଦାୟ କରାଯାଇଛି।
ଗୋଟିଏ ପ୍ରତିଷ୍ଠାନ ଉପରେ କମ୍ପାଉଣ୍ଡିଂ ନୋଟିସ୍‌ ଜାରି କରାଯାଇଛି। କଟକରେ ୮ ଦୋକାନ ଓ ପ୍ରତିଷ୍ଠାନ ଉପରେ କରାଯାଇଥିବା ଚଢ଼ାଉରୁ ୫ ଦୋକାନରେ ବୈଧମାପ ବିଜ୍ଞାନ ନିୟମର ତ୍ରୁଟି ପରିଲକ୍ଷିତ ହୋଇଛି । ଏହି ବାବଦରେ ୩୫ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି। ରାଉରକେଲାରେ ୪ ଦୋକାନ ଓ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇଥିବାବେଳେ ୨ ଦୋକାନରୁ ୩୫ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି।
ସମ୍ବଲପୁରରେ ଚଢ଼ାଉ କରାଯାଇଥିବା ସମସ୍ତ ୫ ଦୋକାନ ଓ ପ୍ରତିଷ୍ଠାନରେ ବୈଧମାପ ବିଜ୍ଞାନ ନିୟମର ତ୍ରୁଟି ପରିଲକ୍ଷିତ ହୋଇଛି,ଏଥି ସହିତ ୪ ଦୋକାନ ଓ ପ୍ରତିଷ୍ଠାନରୁ ୮୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।
ଅନ୍ୟ ଏକ ପ୍ରତିଷ୍ଠାନ ଉପରେ କମ୍ପାଉଣ୍ଡିଂ ନୋଟିସ୍‌ ଜାରି କରାଯାଇଛି। ବାଲେଶ୍ୱରର ୧୦ ଦୋକାନ ଓ ପ୍ରତିଷ୍ଠାନ ଉପରେ କରାଯାଇଥିବା ଚଢ଼ାଉରୁ ୪ ଦୋକାନରେ ବୈଧମାପ ବିଜ୍ଞାନ ନିୟମର ତ୍ରୁଟି ପରିଲକ୍ଷିତ ହୋଇଛି। ଏ ବାବଦରେ ୫୫ ହଜାର ଟଙ୍କା ଜରିମାନା ଆଦାୟ କରା ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri