ବିଭାଗୀୟ ଉଦାସୀନତାରୁ ଯବାନ ମୃତ୍ୟୁସହ ସଂଗ୍ରାମ କରିବା ଘଟଣା: ତଦନ୍ତ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଲା ଗୃହ ବିଭାଗ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): କାର୍ଯ୍ୟ କରୁଥିବାବେଳେ ବ୍ରେନ୍‌ଷ୍ଟ୍ରୋକ୍‌ର ଶିକାର ହୋଇ ଗୁରୁତର ଥିବା ଯବାନ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କ ପ୍ରତି ଗୁରୁତର ବିଭାଗୀୟ ଅବହେଳା କରାଯାଇଥିବା ଅଭିଯୋଗ ହୋଇ ଆସୁଛି। ସେ ଏବେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ସ୍ବାସ୍ଥ୍ୟାବସ୍ଥା ସୁଧୁରିବା ପରିବର୍ତ୍ତେ ଜଟିଳ ହେବାରେ ଲାଗିଛି। କୃଷ୍ଣଚନ୍ଦ୍ର ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ମଧ୍ୟ ବିଭାଗ ପକ୍ଷରୁ ଦେଖାଶୁଣା କରାଯିବା ତ ଦୂରେ ଥାଉ ତାଙ୍କ ଉପରିସ୍ଥ ଅଧିକାରୀ ଦେଖିବାକୁ ଆସୁନାହାନ୍ତି। ଏନେଇ ତାଙ୍କ ବାପା ଗଙ୍ଗାଧର ମଲ୍ଲିକ ଓ ଗ୍ରାମ ପଞ୍ଚାୟତ ଲୋକେ ଗୃହବିଭାଗ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରିବା ପାଇଁ ଗୃହ ବିଭାଗ ପୋଲିସ ଡିଜି ଓ ଆଇଜିଙ୍କୁ ଚିଠି ଲେଖିଛି। ଯେଉଁମାନେ କୃଷ୍ଣଚନ୍ଦ୍ରଙ୍କ ନାମରେ ଜାଲ ଦସ୍ତଖତ କରି ଛୁଟି ମଞ୍ଜୁର କରିଛନ୍ତି, ତାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, କୃଷ୍ଣଚନ୍ଦ୍ରଙ୍କ ଘର କେଉଁଝର ଜିଲାରେ ହୋଇଥିବାବେଳେ ସେ ଓଏସ୍‌ଏପି ୨ୟ ବାଟାଲିୟନର ସୀପାହୀ ହାବିଲ୍‌ଦାର ଏସ୍‌-୧୬୪ ଭାବେ ରାଉରକେଲା କାଲ୍‌ଟା ଫାଣ୍ଡିରେ କାର୍ଯ୍ୟ କରୁଥିଲେ। ଗତମାସ ୩ ତାରିଖ ସକାଳେ ସେ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆ ନ ଯାଇ ଚଞ୍ଚକତା କରି ଛୁଟି ଦରଖାସ୍ତରେ ତାଙ୍କର ଦସ୍ତଖତ କରି ନିଆଯାଇଥିଲା। ବିଳମ୍ବ ଯୋଗୁ ସେ ବ୍ରେନ୍‌ଷ୍ଟ୍ରୋକ୍‌ର ଶିକାର ହୋଇ ଅଚେତ ହୋଇପଡିଥିଲେ। ୫ଘଣ୍ଟା ପରେ ତାଙ୍କୁ କେତେଜଣ ଯବାନ ଜିଲା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ପଳାଇଯାଇଥିଲେ। ଖବରପାଇ ପରିବାର ଲୋକେ ପହଞ୍ଚତ୍ ତାଙ୍କୁ କଟକ ବଡ଼ମେଡିକାଲରେ ଭର୍ତ୍ତି କରିଥିଲେ। ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିବା ଓ କୃଷ୍ଣଚନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ହୋଇପଡିଥିବା ଡାକ୍ତର କହିବା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ବାପା ଗଙ୍ଗାଧର ଗରିବ ହୋଇଥିବାରୁ ଧାର କରଜ କରି ୧୦ଲକ୍ଷରୁ ଊର୍ଦ୍ଧ୍ୱ ଖର୍ଚ୍ଚ କରିଥିଲେ। ସ୍ଥିତି ଏପରି ହୋଇଥିଲା ଶେଷରେ ଗଙ୍ଗାଧର ପାଳୁଥିବା କୁକୁଡ଼ା ବିକ୍ରି କରିଦେଇଥିଲେ। ଶେଷରେ ଅର୍ଥାଭାବରୁ ପରିବାର ଲୋକେ କୃଷ୍ଣଚନ୍ଦ୍ରଙ୍କୁ ଘରୋଇ ହସ୍ପିଟାଲରୁ କଟକ ବଡ଼ ମେଡିକାଲରେ ପୁଣି ଭର୍ତ୍ତି କରିଛନ୍ତି। ଯେଉଁ ଅଧିକାରୀଙ୍କ ଅବହେଳା ପାଇଁ ପୁଅର ଏଭଳି ଅବସ୍ଥା ହେଲା ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାପା ଗଙ୍ଗାଧର ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri