୪.୭%କୁ ଖସିପାରେ ଜିଡିପି ଅଭିବୃଦ୍ଧି

ନୂଆଦିଲ୍ଲୀ,୨୯-୧୧: ଦେଶର ଜିଡିପି ଅଭିବୃଦ୍ଧି ସେପ୍ଟେମ୍ବର ତ୍ରୈମାସରେ ୪.୭%କୁ ଖସିପାରେ ବୋଲି ରଏଟର୍ସ ପୋଲ୍‌ ପକ୍ଷରୁ ହୋଇଥିବା ଏକ ସର୍ଭେରେ ଉଲ୍ଲେଖ କରାଯାଇଛି। ଏବେ ଦେଶରେ ଖାଉଟି ଚାହିଦା କମିଛି। ଘରୋଇ ନିବେଶ ହ୍ରାସ ଏବଂ ବିଶ୍ୱ ମାନ୍ଦାବସ୍ଥା ଭାରତ ବଜାର ଉପରେ ଗଭୀର ଭାବେ ପ୍ରଭାବ ପକାଇଛି। ଏଭଳି ବିଭିନ୍ନ କାରଣ ଯୋଗୁ ଦେଶର ଆର୍ଥତ୍କ କାର୍ଯ୍ୟକଳାପ ମନ୍ଥର ସ୍ଥିତିରେ ରହିଛି। ମାନ୍ଦାବସ୍ଥା ଯୋଗୁ ରପ୍ତାନି ମଧ୍ୟ ଉନ୍ନତ ହୋଇ ପାରୁନାହିଁ। ଏହାର ପୂର୍ବ ତ୍ରୈମାସରେ ଜିଡିପି ୫% ରହିଥିଲା। ୨୦୧୮ର ସମାନ ସମୟରେ ଜିଡିପି ଅଭିବୃଦ୍ଧି ୭% ଥିଲା। ବିକାଶ ହାର ୪% ରହିବ ବୋଲି ୨ ଟିଭି ଚ୍ୟାନେଲ ସରକାରୀ ସୂତ୍ରକୁ ବିଚାର କରି ପ୍ରସାରଣ କରିଛନ୍ତି। ଯଦି ବର୍ତ୍ତମାନ ପୂର୍ବାନୁମାନ ଠିକ୍‌ ହୁଏ ତେବେ ଦେଶର ବିକାଶ ହାର ୨୬ ତ୍ରୈମାସ ମଧ୍ୟରେ ସବୁଠାରୁ ମନ୍ଥର ସ୍ଥିତିକୁ ଚାଲିଯିବ।
୨୦୧୩ ଜାନୁୟାରୀ-ମାର୍ଚ୍ଚ ସମୟରେ ଦେଶର ବିକାଶ ହାର ୪.୩% ରହିଥିଲା। ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ସରକାର କର୍ପୋରେଟ ଟିକସ ହ୍ରାସ କରିଛନ୍ତି। ଡିସେମ୍ବର ୩ରୁ ୫ ଯାଏ ହେବାକୁ ଥିବା ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି ସମୀକ୍ଷା ବୈଠକରେ ରେପୋ ହାର କମିବା ନେଇ ରିଏଟର୍ସ ପୋଲ ଆଶା ରଖିଛି। ଏହା ହେଲେ ଲଗାତର ଭାବେ ଷଷ୍ଠ ଥର ଲାଗି ସୁଧହାର କମିବ। ଏହି ସମୟରେ ୨୫ ବେସିସ ପଏଣ୍ଟ ସୁଧହାର କମିବା ନେଇ ପୂର୍ବାନୁମାନ ହୋଇଥିବା ବେଳେ ଏହା ହେଲେ ରେପୋ ୪.୯୦%କୁ ଖସିବ ବୋଲି କୁହାଯାଉଛି। ବର୍ତ୍ତମାନ କୃଷି କ୍ଷେତ୍ର ଏବଂ ଗ୍ରାମାଞ୍ଚଳ ଆୟ କ୍ଷେତ୍ରରେ ବିଭିନ୍ନ ଅସୁବିଧା ରହିଛି। ଆୟ ଅଭିବୃଦ୍ଧି ଅଶାନୁରୂପ ହେଉ ନ ଥିବା ବେଳେ ଏହା ଚାହିଦା ବୃଦ୍ଧି ଦିଗରେ ସହାୟକ ହେଉନାହିଁ ବୋଲି ଫିଚ୍‌ ଆର୍ମ ଇଣ୍ଡିଆ ରେଟିଂ ଆଣ୍ଡ ରିସର୍ଚ୍ଚର ମୁଖ୍ୟ ଅର୍ଥନୀତିଜ୍ଞ ଦେବିନ୍ଦର ପନ୍ଥ କହିଛନ୍ତି।
ଅର୍ଥ ବ୍ୟବସ୍ଥା ଲାଗି ସଙ୍କଟ ସମୟ
ପାର୍ବଣ ଯାଇଥିଲେ ମଧ୍ୟ ଚାହିଦା ଫେରିବାରେ ଏହା ସହାୟତା କରିପାରିନି। ନନ୍‌ଫୁଡ କ୍ରେଡିଟ, ଯାନ ଏବଂ ଏଫ୍‌ଏମ୍‌ସିଜି ଭଳି କେତେକ କ୍ଷେତ୍ରରେ ବିକ୍ରିକୁ ଦେଖିଲେ ଏହା ବୁଝାପଡୁଛି। ଅର୍ଥ ବ୍ୟବସ୍ଥା ଏବେ ସଙ୍କଟ ସ୍ଥିତିରେ ପଡିଥିବା ବିଶେଷଜ୍ଞ କହୁଛନ୍ତି। ମାନ୍ଦାବସ୍ଥାକୁ ନେଇ ବୁଧବାର ବିରୋଧିମାନେ ସରକାରଙ୍କୁ ଘେରିଥିବା ବେଳେ ଏହାର ଉତ୍ତର ରଖି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି ଯେ, ଦେଶରେ ମାନ୍ଦାବସ୍ଥା ନାହିଁ। ଆର୍ଥତ୍କ କାର୍ଯ୍ୟକଳାପ କମିଥିଲେ ମଧ୍ୟ ମାନ୍ଦାବସ୍ଥା ଅର୍ଥ ବ୍ୟବସ୍ଥା ଉପରେ ନ ଥିବା କହି ସେ ବିରୋଧିଙ୍କୁ ଉତ୍ତର ଦେଇଛନ୍ତି। ଏହାକୁ ଲଢିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ସେ କହିଥିଲେ। ଚଳିତ ଆର୍ଥତ୍କ ବର୍ଷ ଲାଗି ଅତିରିକ୍ତ ୨.୭ ବିଲିୟନ ଡଲାର ପୁଞ୍ଜି ଖର୍ଚ୍ଚ କରିବା ଲାଗି ସେ ସଂସଦର ମଞ୍ଜୁରୀ ଲୋଡିଛନ୍ତି। ଋଣ ପ୍ରଦାନ କ୍ଷେତ୍ରରେ ଉନ୍ନତି ହେଉ ନ ଥିବା ବେଳେ କର୍ପୋରେଟଗୁଡିକର ଲାଭ ଦୁର୍ବଳ ସ୍ଥିତିରେ ରହିଛି। ଏହି ସ୍ଥିତିରେ ଭାରତ ଏହାର ପ୍ରକୃତ କ୍ଷମତା ଅନୁସାରେ ସ୍ଥିତାବସ୍ଥାକୁ ଫେରିବାକୁ ସକ୍ଷମ ହେବ ନାହିଁ ବୋଲି ଅର୍ଥନୀତିଜ୍ଞମାନେ ଯୁକ୍ତି ବାଢିଛନ୍ତି। ଅକ୍ଟୋବରରେ ବେକାରୀ ୮.୫%କୁ ବଢିଛି। ଏହା ଅଗଷ୍ଟ ୨୦୧୬ ପରଠାରୁ ସର୍ବୋଚ୍ଚ ସ୍ତରରେ ରହିଛି ବୋଲି ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି(ସିଏମ୍‌ଆଇଇ) ପକ୍ଷରୁ କୁହାଯାଇଛି। ଏନ୍‌ବିଏଫ୍‌ସି ଏବଂ ରିୟଲ ଇଷ୍ଟେଟ କ୍ଷେତ୍ର ଲାଗି ସରକାର ପଦକ୍ଷେପ ନେବା ପରେ ଚଳିତ ଆର୍ଥତ୍କ ବର୍ଷର ଦ୍ୱିତୀୟାର୍ଦ୍ଧରେ ଅର୍ଥ ବ୍ୟବସ୍ଥାରେ ସୁଧାର ଆସିବ ବୋଲି କେତେକ ଅର୍ଥନୀତିଜ୍ଞ ଆଶାବାଦୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri