ସୋରଡା,୧୮ା୧୧(ଡି.ଏନ୍.ଏ.)- ଗଞ୍ଜାମ ଜିଲା ସୋରଡା ବ୍ଲକ ବଡଗଡ ଥାନା ବଡଗଡ ଗ୍ରାମ ବଡଦାଣ୍ଡରେ ଜଣେ ଲୁଗା ବ୍ୟବସାୟୀଙ୍କୁ ସୋମବାର ସନ୍ଧ୍ୟାରେ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଆସିକା ଏସ୍ଡିପିଓ ଓ ବଡଗଡ ଥାନା ଅଧିକାରୀ ସଦଳବଳ ପହଞ୍ଚତ୍ ତଦନ୍ତ ଚଳାଇଥିଲେ ମଧ୍ୟ ଲୁଟେରାଙ୍କ ଟେର୍ ପାଇନାହାନ୍ତି। ପ୍ରାୟ ସାଢେ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ବ୍ୟବସାୟୀ କେ. ସୀମାଦ୍ରି ପାତ୍ର କହିଛନ୍ତି। ପ୍ରକାଶ ଯେ, ବଡଗଡ ବଡଦାଣ୍ଡରେ ସୀମାଦ୍ରିଙ୍କ ଘର। ଘରର ଆଗପଟେ ଲୁଗା ସେ ଦୋକାନ କରିଥିବାବେଳେ ପଛପଟେ ସ୍ତ୍ରୀ ଗୀତାଞ୍ଜଳୀଙ୍କ ସହ ରୁହନ୍ତି। ସୋମବାର ସନ୍ଧ୍ୟାରେ ସେ ଦୋକାନରେ ବସିଥିବାବେଳେ ପଛପଟେ ଥିବା ଠାକୁର ଘରେ ସ୍ତ୍ରୀ ପୂଜା କରୁଥିଲେ। ୩ ଜଣ ଯୁବକ ଦୋକାନକୁ ଆସି ଲୁଗା ଦେଖାଇବାକୁ ସୀମାଦ୍ରିଙ୍କୁ କହିଥିଲେ। ସେ ଲୁଗା ଦେଖାଇବାବେଳେ ଯୁବକମାନେ ଭିତର ପଟୁ ଦୋକାନ କବାଟ ବନ୍ଦ କରି ଦେଇଥିଲେ। ପରେ ଦୋକାନ ପଛରେ ଥିବା ଘରକୁ ନେଇ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁବକ ସୀମାଦ୍ରିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ବେକରୁ ସୁନା ଚେନ୍, ହାତରୁ ଏକ ମୁଦି ବାହାର କରି ନେଇଥିଲେ। ଠାକୁର ଘରକୁ ଯାଇ ପୂଜା କରୁଥିବା ଗୀତାଞ୍ଜଳୀଙ୍କୁ ବନ୍ଧୁକ ଦେଖାଇ ସେ ପିନ୍ଧିଥିବା ୨ଟି ସୁନାଚେନ୍, ଗୋଟିଏ ହାତମୁଦି, ଏକ ସୁନା ଲକେଟ, ହାତରୁ ୨ପଟ ସୁନା ଚୁଡି ବାହାର କରିନେଇଥିଲେ। ଫୋନରେ ଜଣେ ଯୁବକ ବାହାରେ ଥିବା ସାଥୀଙ୍କୁ ଗାଡି ଷ୍ଟାର୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଦୁର୍ବୃତ୍ତମାନେ ବାହାରକୁ ଆସି କେଉଁଆଡେ ଚାଲି ଯାଇଥିଲେ। ସୀମାଦ୍ରି ଓ ଗୀତାଞ୍ଜଳୀ ବାହାରକୁ ଆସି ପାଟି କରିବାରୁ ଲୋକେ ପଡୋଶୀ ପହଞ୍ଚତ୍ୟାଇଥିଲେ। ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ ଏବଂ ବଡଗଡ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ ସଦଳବଳ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଜାରି ରଖିଛନ୍ତି। ଖବର ଲେଖାହେବା ସୁଦ୍ଧା ପୋଲିସ ତଦନ୍ତ ଚଳାଇଛି। ଲୁଟ୍ ସୁନା ଅଳଙ୍କାରର ମୂଲ୍ୟ ପ୍ରାୟ ସାଢେ ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି ସୀମାଞ୍ଚଳ କହିଛନ୍ତି।
Posted inHome Left, ଆମ ଜିଲା ଖବର, ଗଞ୍ଜାମ, ରାଜ୍ୟ View All
୧୧ ବିମାନବନ୍ଦର ଲିଜ୍ରେ ନେବ ଆଦାନୀ
ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍ ୧୧ଟି ଏୟାରପୋର୍ଟ ପାଇଁ...
ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା
ଭୁବନେଶ୍ୱର,୨୧ା୧୨(ସୁନିତ୍ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...
ପିୟୁସିସି ନ ଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି
ଭୁବନେଶ୍ୱର/କଟକ,୨୧ା୧୨ (ତ୍ରିନାଥ ମହାନ୍ତି/କାର୍ତ୍ତିକ ସାହୁ): ଦିଲ୍ଲୀ ଭଳି ଭୁବନେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ମାତ୍ର ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ...
‘ଉସମାନ ହାଦି ଆମ ହୃଦୟରେ ରହିବେ’ ହାଦିଙ୍କ ଶେଷ ଯାତ୍ରାରେ ଯୋଗଦେଇ ୟୁନୁସ କହିଲେ…
ଢାକା,୨୧।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଛାତ୍ର ନେତା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦିଙ୍କ ଆଦର୍ଶକୁ ଆଗକୁ...
୧୮ ମାଓବାଦୀଙ୍କ ନଁାରେ ୮.୪ କୋଟି ପୁରସ୍କାର
ବୌଦ୍ଧ,୨୧ା୧୨(ଅଜିତ କୁମାର ବାରିକ): ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀ ମୂଳୋତ୍ପାଟନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି କ୍ରମରେ ବୌଦ୍ଧ...
କେବଳ ବାହାନା
ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ୍ ଆଜୀବିକା ମିଶନ ବିଲ୍, ୨୦୨୫ ଉପରେ ପରାମର୍ଶ...
ରାଜଧାନୀରେ ନାବାଳିକାଙ୍କୁ ଗଣବଳାତ୍କାର: ପୁରୁଷବନ୍ଧୁ ସାଥିରେ ଆଣି…
ଭୁବନେଶ୍ୱର,୨୧।୧୨(ତ୍ରିନାଥ ମହାନ୍ତି): ଧଉଳିରେ ନାବାଳିକାଙ୍କୁ ଗଣବଳାତ୍କାର ଘଟଣା ମନରୁ ଲିଭି ନ ଥିବାବେଳେ ପୁଣି ଶହୀଦନଗର ଥାନା ଅଞ୍ଚଳରେ ଆଉ ଜଣେ ୧୭ ବର୍ଷର ନାବାଳିକା...
ଏବେ ବଢ଼ିବନି ରାତି ତାପମାତ୍ରା, ୩ ଜିଲାକୁ କୁହୁଡ଼ି ଓ୍ୱାର୍ନିଂ
ଭୁବନେଶ୍ୱର,୨୧ା୧୨(ବନ୍ଦନା ସେଠୀ): ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ବିଶେଷକରି...
Archives


