୯ ସମବାୟ ସମିତିରେ ବିହନ ନାହିଁ

ବଅଁରପାଳ, ୨୮ା୫(ଡି.ଏନ.ଏ.)ବଅଁରପାଳ ବ୍ଲକର ଚାଷୀଙ୍କୁ ମିଳୁନି ଧାନ ବିହନ। ଜମିରେ ଚାଷ ଆରମ୍ଭ ହୋଇଥିଲେ ମଧ୍ୟ ବିହନ ଅଭାବ ସେମାନଙ୍କ ଚିନ୍ତା ବଢାଇଛି। ବ୍ଲକ ଅଧୀନରେ ମୋଟ ୧୩ଟି କୃଷି ସମବାୟ ସମିତି ଥିଲେ ମଧ୍ୟ ୯ଟିରେ ଚାଷୀଙ୍କୁ ଧାନ ବିହନ ଯୋଗାଯାଉନାହିଁ। ଫଳରେ ବହୁ ଜମିରେ ଚାଷ କାର୍ଯ୍ୟ ଆଗେଇ ପାରୁ ନ ଥିବା ଅଭିଯୋଗ ହୋଇଛି।
ଚଳିତ ବର୍ଷ ବ୍ଲକରେ ୧୦ ହଜାର ୯୪୫ ହେକ୍ଟରରେ ଧାନ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ହେଲେ ଚାଷୀମାନଙ୍କୁ ବିହନ ଯୋଗାଯାଉ ନ ଥିବାରୁ ବହୁ ଜମିରେ ଚାଷ ଆରମ୍ଭ ହୋଇପାରିନାହିଁ। କୃଷି ସମବାୟ ସମିତି ଜରିଆରେ ସେମାନଙ୍କୁ ବିହନ ଯୋଗାଯିବା କଥା। ଚାଷୀ ବାରମ୍ବାର ସମିତି ଯାଉଥିଲେ ହେଁ ନିରାଶ ହୋଇ ଫେରୁଛନ୍ତି। ଏହି ବ୍ଲକ ଅଧୀନରେ ୧୩ଟି କୃଷି ସମବାୟ ସମିତି ରହିଛି। ବର୍ତ୍ତମାନ ସୁଦ୍ଧା କେବଳ ବନ୍ଦା, ନୂଆହତା, କୁଇଓ ଓ ବଳରାମପ୍ରାସଦ ସମିତିରେ ବିହନ ମିଳୁଥିବାବେଳେ ବଡ଼କେରେଜାଙ୍ଗ, ଜରାସିଂହା, ତୁବେ, ତୁରଙ୍ଗ, ରଙ୍କସିଂହା, ବୁଢାପଙ୍କ, ଗଡସନ୍ତ୍ରୀ ତଳମୂଳ ଓ ଫୁଲୁପଡ଼ା ଆଦି ସମିତିରେ ବିହନ ମହଜୁଦ ନାହିଁ। ବଅଁରପାଳ ବ୍ଲକ ପାଇଁ ବିହନ ନିଗମକୁ ୧୩୩୭ କୁଇଣ୍ଟାଲ ଧାନ ବିହନ ଯୋଗାଇ ଦିଆଯାଇଛି। ସମବାୟ ସମିତିଗୁଡିକ ବିହନ ନିଗମରେ ଡ୍ରାଫ ଜାମ କରି ବିହନ ଉଠାଇବା କଥା। ହେଲେ ଏ ପର୍ଯ୍ୟନ୍ତ ବହୁ ସମିତି ବିହନ ନିଗମରେ ଡ୍ରାଫ ଜମା କରି ନ ଥିବା ଜଣାପଡିଛି। ସେହିପରି ସମିତିରେ ବିହନ ମିଳୁ ନ ଥିବାରୁ କେତେଜଣ ଚାଷୀ ଘରେ ସାଇତି ରଖିଥିବା ପୁରୁଣା ବିହନ ଓ ବଜାରରୁ ଅଧିକ ଦରରେ ବିହନ କିଣି ଚାଷ କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡଛି। ଶୀଘ୍ର ବିହନ ନ ମିଳିଲେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ନ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
ଏ ସମ୍ପର୍କରେ ବଅଁରପାଳ ସହକାରୀ କୃଷି ଅଧିକାରୀ ସୁମନ୍ତ ନାୟକ କୁହନ୍ତି, ବର୍ତ୍ତମାନ ସୁଦ୍ଧା ୪ଟି କୃଷି ସମବାୟ ସମିତିରେ ଧାନ ବିହନ ମହଜୁଦ ରହିଛି। ଅନ୍ୟ ୯ଟି ସମିତିରେ ଖୁବ୍‌ଶୀଘ୍ର ବିହନ ମହଜୁଦ ରହିବ। ସେଥିପାଇଁ ଧୀରେ ଧୀରେ ସମସ୍ତ ସମିତି ବିହନ ନିଗମରେ ଡ୍ରାଫ ଜମା କରି ବିହନ ଉଠାଇବେ।


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ନିର୍ବାଚନ ଥିବାରୁ ମୁହଁ ଦେଖାଇଲେ ନେତା

ଅନୁଗୋଳ,୨୮।୪ (ଅମିତ କୁମାର ସାମଲ)ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ...

ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri