ଜଗା-କାଳିଆ ଅସ୍ତ୍ରୋପଚାର:‘ଲିମ୍‌କା ବୁକ୍‌’ରେ ସ୍ଥାନ ପାଇଲା

ଭୁବନେଶ୍ୱର,୧୩-୧୧(ବ୍ୟୁରୋ):କନ୍ଧମାଳ ଜିଲାର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କଠାରେ ହୋଇଥିବା ଅସ୍ତ୍ରୋପଚାର ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡ୍‌ସର ୨୦୨୦ ସଂସ୍କରଣ ପାଇଁ ସ୍ଥାନ ପାଇଛି। ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ନେତୃତ୍ୱରେ ୨୦୧୭ରେ ନୂଆଦିଲ୍ଲୀସ୍ଥିତ ଏମ୍‌ସଠାରେ ଏହି ବିରଳ ଅସ୍ତ୍ରୋପଚାର ସଫଳତାର ସହ କରାଯାଇଥିଲା। ଦୁଇଟି ପର୍ଯ୍ୟାୟରେ ଏହି ଜଟିଳ ଅସ୍ତ୍ରୋପଚାର ହୋଇଥିଲା। ପ୍ରଥମ ଅସ୍ତ୍ରୋପଚାର ୨୦୧୭ ଅଗଷ୍ଟ ୨୮ ଓ ଦ୍ୱିତୀୟ ଅସ୍ତ୍ରୋପଚାର ସେହି ବର୍ଷ ଅକ୍ଟୋବର ୨୫ରେ କରାଯାଇଥିଲା। ମଙ୍ଗଳବାର ସୋଆଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଡା. ମହାପାତ୍ର କହିଛନ୍ତି ଯେ, ଏହି ଅସ୍ତ୍ରୋପଚାର୍‌ ଯଦିଓ ଖୁବ୍‌ ଜଟିଳ ଏବଂ ଆହ୍ବାନପୂର୍ଣ୍ଣ ଥିଲା, ତେବେ ଏହା ଭାରତର ପ୍ରଥମ ସଫଳ ଯୋଡ଼ାମୁଣ୍ଡ (କ୍ରାନିଓପାଗସ୍‌) ସର୍ଜରି। ନୂଆଦିଲ୍ଲୀର ଏମ୍ସଠାରେ ଥିବା ସମସ୍ତ ଆବଶ୍ୟକ ସୁବିଧା ଏବଂ ବିଶେଷଜ୍ଞମାନଙ୍କ ସହଯୋଗ ଯୋଗୁ ଏହା ସମ୍ଭବ ହୋଇପାରିଲା। ସହଯୋଗୀ ପ୍ରଫେସର ଦୀପକ କୁମାର ଗୁପ୍ତା ଏବଂ ଅନେକ ସଂଖ୍ୟକ ଡାକ୍ତର ଓ କର୍ମଚାରୀମାନଙ୍କ କଠିନ ପରିଶ୍ରମ ଯୋଗୁ ଦୁଇ ଯୋଡ଼ାମୁଣ୍ଡ ଶିଶୁଙ୍କୁ ଅଲଗା କରାଯାଇପାରିଲା ବୋଲି ସେ କହିଛନ୍ତି।
ଏହି ଅସ୍ତ୍ରୋପଚାର ନେଇ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କାଳିଆର ମସ୍ତିଷ୍କରେ ଏମ୍ସର ଭେନ୍‌ ବ୍ୟାଙ୍କ୍‌ରୁ ଭେନ୍‌(ଶିରା) ଆଣି ସଂଯୋଗ କରିବା। ଏହି ଦୁଇ ଶିଶୁଙ୍କ ଯୋଡ଼ାମୁଣ୍ଡରେ ମାତ୍ର ଗୋଟିଏ ଭେନ୍‌ ହିଁ ରହିଥିଲା। ତେଣୁ ଏହି ପ୍ରକ୍ରିୟା ସାରା ପୃଥିବୀରେ ପ୍ରଥମ ବୋଲି ସେ କହିଛନ୍ତି। ଜଗା-କାଳିଆ ଏମ୍ସରେ ଭର୍ତ୍ତି ହେବା ସମୟରେ ପ୍ରାଥମିକ ଆକଳନରୁ ଏହି ଦୁଇ ଶିଶୁ ଅସ୍ତ୍ରୋପଚାର ପ୍ରକ୍ରିୟାକୁ ସହ୍ୟ କରିପାରିବେ କି ନାହିଁ ତାହା ଚିନ୍ତାର କାରଣ ଥିଲା। ତେବେ ୨୦୧୭ ଜୁଲାଇ ୨୬ରେ ଦୀର୍ଘ ୧୨ଘଣ୍ଟା ଧରି ଦୁଇ ଶିଶୁଙ୍କୁ ନିଶ୍ଚେତନ କରି ସମସ୍ତ ପରୀକ୍ଷା ନିରୀକ୍ଷା କରାଯିବା ପରେ ଅସ୍ତ୍ରୋପଚାର କରାଯିବାର ନିଷ୍ପତ୍ତି ନିଆଗଲା ବୋଲି ଡା. ମହାପାତ୍ର କହିଛନ୍ତି। ଜଗା-କାଳିଆଙ୍କ ଅସ୍ତ୍ରୋପଚାର୍‌ କରିବା ଲାଗି ଗଠିତ ଟିମ୍‌ ନ୍ୟୁୟର୍କର ବ୍ରୋନକ୍ସସ୍ଥିତ ଆଲବର୍ଟ ଆଇନ୍‌ଷ୍ଟାଇନ୍‌ କଲେଜ ଅଫ୍‌ ମେଡ଼ିସିନ୍‌ର ପ୍ରଖ୍ୟାତ ଶିଶୁରୋଗ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଜେମ୍ସ ଟି ଗୁଡ୍ରିକଙ୍କ ପରାମର୍ଶ ନେଇଥିଲା। କାରଣ ଏ କ୍ଷେତ୍ରରେ ପ୍ରଫେସର ଗୁଡ୍ରିକ ବିଶ୍ୱର ସବୁଠାରୁ ବଡ଼ ବିଶେଷଜ୍ଞ ଏବଂ ସେ ପୂର୍ବରୁ ଏଭଳି ଦୁଇଟି ଅସ୍ତ୍ରୋପଚାର ମଧ୍ୟ କରିସାରିଛନ୍ତି ବୋଲି ଡା. ମହାପାତ୍ର କହିଛନ୍ତି। ଏଭଳି ଅସ୍ତ୍ରୋପଚାରର ସଫଳତା ହାର ଖୁବ୍‌କମ୍‌ ରହିଥିବାବେଳେ ଗତ ୩୩ ବର୍ଷ ମଧ୍ୟରେ ବିଶ୍ୱରେ ଏଭଳି ମାତ୍ର ୧୨ରୁ ୧୩ଟି ସର୍ଜରି କରାଯାଇଥିବା ସେ କହିଛନ୍ତି। ଜଗା-କାଳିଆ ଏମ୍ସରେ ଦୁଇବର୍ଷ ରହିବା ପରେ ଓଡ଼ିଶା ଫେରିଛନ୍ତି। ଯଦିଓ ସେମାନେ ସୁସ୍ଥ ଅଛନ୍ତି, କିନ୍ତୁ କାଳିଆ ଶରୀରରେ ଉନ୍ନତି ଟିକେ ମନ୍ଥର ଗତିରେ ହେଉଛି। ତେଣୁ ଆହୁରି ଦୁଇ ତିନିବର୍ଷ ଅପେକ୍ଷା କରିବାକୁ ପଡ଼ିିବ ବୋଲି ଡା. ମହାପାତ୍ର କହିଛନ୍ତି। ସୂଚନାଯୋଗ୍ୟ, ଅସ୍ତ୍ରୋପଚାର କରିବା ସମୟରେ ଡା. ମହାପାତ୍ର ଦିଲ୍ଲୀ ଏମ୍ସର ନ୍ୟୁରୋସର୍ଜରି ବିଭାଗ ମୁଖ୍ୟଭାବେ ଦାୟିତ୍ୱରେ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri