Posted inଫୁରସତ

କୁକୁଡ଼ା ସକାଳୁ ବୋବାଇ ନିଦ ଭାଙ୍ଗୁଥିବାରୁ ପୋଲିସ ନିକଟରେ ଅଭିଯୋଗ କଲେ ମହିଳା: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବେଳେବେଳେ ଅଦ୍ଭୁତ ପ୍ରକାରର ମାମଲା ଥାନାରେ ପହଞ୍ଚେ, ଯାହାକି ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥାଏ। ସେହିପରି ଏକ ମାମଲା ଥାନାରେ ରୁଜୁ ହୋଇଛି, ଏହା ଯେତିକି ହାସ୍ୟାସ୍ପଦ ସେତିକି ଗୁରୁତ୍ୱପୂର୍ଣ୍ଣ। ମଧ୍ୟ ନିଦ ଭାଙ୍ଗୁଥିବା
ଏକ କୁକୁଡ଼ା ରାବରେ ନିଦ୍ରାରେ ବ୍ୟାଘାତ ହେବା ଏବଂ ତା’ ରାବ ବିରକ୍ତିକର ହେତୁ ଅତିଷ୍ଠ ହୋଇ ଜଣେ ମହିଳା ଥାନାରେ କୁକୁଡ଼ା ବିରୋଧରେ ଅଭିଯୋଗ କରିଛନ୍ତି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। ଏପରି ଏକ ଘଟଣା ଘଟିଛି ମହାରାଷ୍ଟ୍ରର ପୁଣେରେ। ସେଠାକାର ଜଣେ ଥାନାଧିକାରୀ କହିଛନ୍ତି, ମହିଳା ଜଣକ ପୋଲିସ ଷ୍ଟେଶନରେ ପହଞ୍ଚତ୍ କୁକୁଡ଼ା ଓ ତା’ର ମାଲିକ ନାଁରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଥିଲେ।
ଉକ୍ତ ଅଭିଯୋଗ ପତ୍ରରେ ମହିଳା ଜଣକ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ଘର ସାମ୍ନାରେ ରହୁଥିବା ଏକ କୁକୁଡ଼ା ସକାଳୁ ବୋବେଇବାରୁ ତାଙ୍କର ନିଦ ଭାଙ୍ଗିଯାଏ। ଅଧିକାରୀ ଜଣଙ୍କ କହିଲେ କି ଏହି ଅଭିଯୋଗର ସତ୍ୟତା ଯାଞ୍ଚ କରିବାକୁ ପୋଲିସ ସମ୍ପୃକ୍ତା ମହିଳାଙ୍କ ଘରକୁ ଯାଇଥିଲା, ଯେଉଁଠି ସେ ଜାଣିବାକୁ ପାଇଥିଲା କି ସେ ଘର ମହିଳାଙ୍କର ନୁହେଁ, ତାଙ୍କ ଭଉଣୀଙ୍କର। ସେଠାକୁ ସେ କିଛିଦିନ ରହିବାକୁ ଆସିଥିଲେ। ଅଭିଯୋଗ କରି ସେ ଚାଲିଯାଇଛନ୍ତି। ତାଙ୍କ ଭଉଣୀ କହିଲେ ଯେ, ସେ ଏକ ଅଜବ ପ୍ରକାର ଝିଅ। ଏହା ଜାଣିବା ପରେ ପୋଲିସ ମାମଲା ରୁଜୁ କରି ନ ଥିଲା।
ଏହା ପୂର୍ବରୁ ମଧ୍ୟପ୍ରଦେଶରେ ଏହିଭଳି ଏକ ଘଟଣା ଘଟିଥିଲା। ଜଣେ ମହିଳାଙ୍କ ଛୋଟ ଝିଅକୁ କୁକୁଡ଼ା ଖୁମ୍ପିଦେବା ଫଳରେ ମହିଳା ଜଣକ କୁକୁଡ଼ା ଏବଂ ତା’ ମାଲିକ ନାଁରେ ଅଭିଯୋଗ କରିଥିଲେ। ପରେ ସେ ମାଲିକଙ୍କୁ ଜେଲ ପଠାଇବାକୁ କହିଥିବା ବେଳେ କୁକୁଡ଼ାର କୌଣସି କ୍ଷତି ନ କରିବା ପାଇଁ ପୋଲିସକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସେବାର ଅନ୍ୟନାମ ‘ରେଡ୍‌କ୍ରସ’

ପ୍ରତିବର୍ଷ ମେ’୮ରେ ବିଶ୍ୱ ରେଡକ୍ରସ ଦିବସ ପାଳନ କରାଯାଏ। ଅନ୍ତର୍ଜାତୀୟ ରେଡକ୍ରସ ଏବଂ ରେଡ କ୍ରିସେଣ୍ଟ ଆନ୍ଦୋଳନର ନୀତି ମନେରଖିବା ପାଇଁ ଏହା ପାଳନ କରାଯାଏ।...

”ଜନସଚେତନତା ବିପଦ ଏଡ଼ାଇବ“

ପ୍ରତିବର୍ଷ ମେ’ ୮ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ଥାଲାସିମିଆ ଦିବସ’। ଚଳିତ ବର୍ଷର ଏହି ଦିବସ ଉପଲକ୍ଷେ ପ୍ରସାରିତ ବାର୍ତ୍ତାଟିରେ କୌଣସି ଅସ୍ପଷ୍ଟତା ନାହିଁ।...

ଗୋଡ଼ରେ ଭୋଟ ଦେଲେ

ଅହମଦାବାଦ: ମଙ୍ଗଳବାର ଭାରତର ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଗଣତନ୍ତ୍ରର ଏହି ମହାପର୍ବରେ ଗୁଜରାଟର ଏକ ପୋଲିଂ ବୁଥ୍‌ରେ ଅଙ୍କିତ ସୋନି...

ବାପାଙ୍କ ଦୋକାନ ବନ୍ଦ ହେବନି

ନୂଆଦିଲ୍ଲୀ: ରୋଲ୍‌ ପ୍ରସ୍ତୁତ କରୁଥିବା ଏକ ୧୦ ବର୍ଷୀୟ ବାଳକର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯଶ୍‌ପ୍ରୀତ ନାମକ ଏହି ବାଳକଙ୍କ ମାତ୍ର...

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପେଟ୍ରୋଲ ମହଙ୍ଗା, ମାତ୍ର ବିମାନରେ ବ୍ୟବହୃତ ଇନ୍ଧନ ଶସ୍ତା,ଜାଣନ୍ତୁ କାହିଁକି…

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଥାଏ। କିନ୍ତୁ ଏହି ସମୟରେ ସୋସିଆଲ ମିଡିଆରେ ଏକ...

ବିଶ୍ୱ ରେଡ୍‌କ୍ରସ ଦିବସ

ପ୍ରତିବର୍ଷ ମେ’ ୮ରେ ବିଶ୍ୱ ରେଡ୍‌କ୍ରସ ଦିବସ ପାଳନ କରାଯାଏ। ଅନ୍ତର୍ଜାତୀୟ ରେଡ୍‌କ୍ରସ ଏବଂ ରେଡ୍‌ କ୍ରିସେଣ୍ଟ ଆନ୍ଦୋଳନର ନୀତି ମନେ ରଖିବା ପାଇଁ ଏହା...

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri