Posted inଖେଳ

ଫିଫା ଯୋଗ୍ୟତା ପର୍ଯ୍ୟାୟ: ଭାରତୀୟ ଦଳରେ ଧୀରଜ ନୂଆ ମୁହଁ

ନୂଆଦିଲ୍ଲୀ, ୭।୧୧ (ପି.ଟି.)- ୨୦୨୨ ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ଏହାର ପ୍ରଥମ-ଲେଗ୍‌ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ। ଏଥିଲାଗି ମୁଖ୍ୟ କୋଚ୍‌ ଇଗର୍‌ ଷ୍ଟିମାକ ବୁଧବାର ୨୬ ଜଣିଆ ଭାରତୀୟ ଦଳ ଘୋଷଣା କରିଛନ୍ତି। ନୂଆ ମୂହଁ ଭାବେ ଯୁବ ଗୋଲକିପର ମୋଇରାଙ୍ଗଥେମ୍‌ ଧୀରଜ ସିଂଙ୍କୁ ଏହି ଦଳରେ ସ୍ଥାନ ମିଳିଛି। ଏହି ମ୍ୟାଚ୍‌ ଆସନ୍ତା ୧୪ରେ ନିରପେକ୍ଷ ଭେନ୍ୟୁ ତାଜିକସ୍ତାନର ରାଜଧାନୀ ଦୁଶାନବେରେ ଖେଳାଯିବ। ଏହାପରେ ଭାରତ ଏହାର ଦ୍ୱିତୀୟ-ଲେଗ୍‌ ମ୍ୟାଚ୍‌ରେ ଓମାନ ବିପକ୍ଷରେ ଖେଳିବ। ନଭେମ୍ବର ୧୯ରେ ମସ୍କଟଠାରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ। ପୂର୍ବରୁ ସେପ୍ଟେମ୍ବର ୫ରେ ଘରୋଇ ମାଟିରେ ଖେଳାଯାଇଥିବା ଓମାନ ବିପକ୍ଷ ମ୍ୟାଚ୍‌କୁ ଭାରତ ୧-୨ ଗୋଲରେ ହାରିଯାଇଥିଲା। ଗତବର୍ଷ ଭାରତରେ ଖେଳାଯାଇଥିବା ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ମ୍ୟାଚ୍‌ରେ ଧୀରଜଙ୍କ ପ୍ରଦର୍ଶନ ବେଶ୍‌ ପ୍ରଭାବୀ ରହିଥିଲା। ଧୀରଜଙ୍କ ସମେତ ୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ ଖେଳିଥିବା ଭାରତୀୟ ଦଳର ଅଧିନାୟକ ଅମରଜିତ୍‌ ସିଂ ଓ ଡିଫେଣ୍ଡର ଅନଓ୍ବର ଅଲୀଙ୍କୁ ମଧ୍ୟ ସିନିୟର ଦଳରେ ସୁଯୋଗ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ ସ୍କ୍ବାର୍ଡରୁ ବାଦ୍‌ ପଡ଼ିଲେ ଏସବୁ ଖେଳାଳି, ରିଜର୍ଭରେ ରହିଲେ…

ନୂଆଦିଲ୍ଲୀ,୩୦।୪: ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ୨୦୨୪ ଲାଗି ଟିମ୍‌ ଇଣ୍ଡିଆର ୧୫ ଜଣିଆ ସ୍କ୍ବାର୍ଡ ଘୋଷଣା ହୋଇଛି। ମଙ୍ଗଳବାର ଅପରାହ୍ନରେ...

ଟି -୨୦ ବିଶ୍ୱକପ୍‌ ଦଳ: ଏହି ୨ ଖେଳାଳିଙ୍କ ଉପରେ ବିଶ୍ୱାସ କଲା ବୋର୍ଡ

ନୂଆଦିଲ୍ଲୀ,୩୦।୪: ବିସିସିଆଇ ୨୦୨୪ ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ରୋହିତ ଶର୍ମାଙ୍କୁ ଦଳର ଅଧିନାୟକତ୍ୱ ଦାୟିତ୍ୱ ମିଳିଛି। ରୋହିତ ଶର୍ମାଙ୍କ...

ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା, ଜାଣନ୍ତୁ ଦଳରେ କେଉଁମାନେ ପାଇଲେ ସ୍ଥାନ

ନୂଆଦିଲ୍ଲୀ,୩୦।୪: ବିସିସିଆଇ ୨୦୨୪ ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ରୋହିତ ଶର୍ମାଙ୍କୁ ଦଳର ଅଧିନାୟକତ୍ୱ ଦାୟିତ୍ୱ ମିଳିଛି। ଭାରତରେ କ୍ରିକେଟ...

ଟି -୨୦ ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ

ଲଣ୍ଡନ,୩୦।୪: ଇଂଲଣ୍ଡ କ୍ରିକେଟ ବୋର୍ଡ ଟି -୨୦ ବିଶ୍ୱକପ୍‌ ୨୦୨୪ ପାଇଁ ପ୍ରାରମ୍ଭିକ ଦଳ ଘୋଷଣା କରିଛି। ଏହା ସହିତ ବୋର୍ଡ ପାକିସ୍ତାନ ବିପକ୍ଷ ଟି...

ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଦକ୍ଷିଣ ଆଫ୍ରିକା

କେପଟାଉନ୍‌,୩୦।୪: ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କରିଛି। ଆଫ୍ରିକା ଆଡେନ୍‌ ମାର୍କ୍ରାମଙ୍କୁ ଅଧିନାୟକ କରିଛି। ଆଜିକାଲି ମାର୍କାମ ଆଇପିଏଲ ୨୦୨୪ ରେ...

ବେବି ଆସିବେ…ଭାଇରାଲ ହେଲା ସାକ୍ଷିଙ୍କ ଇନଷ୍ଟା ଷ୍ଟୋରୀ

ନୂଆଦିଲ୍ଲୀ,୩୦।୪: ଆଇପିଏଲ ୨୦୨୪ର ୨୬ ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିଲା । ସେହି ମ୍ୟାଚ ସମୟରେ ଏମଏସ...

ଏହି ଯୁବ କ୍ରିକେଟରଙ୍କୁ ନେଇ ମନର କଥା କହିଲେ ଶାହାରୁଖ

ମୁମ୍ବାଇ,୩୦।୪: କୋଲକାତା ନାଇଟ ରାଇଡର୍ସ ମାଲିକ ଶାହରୁଖ ଖାନ ଆସନ୍ତା ଟି -୨୦ ବିଶ୍ୱକପରେ ତାଙ୍କ ଦଳର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ...

ଆଜି ହୋଇପାରେ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା: ଏହି ଖେଳାଳିଙ୍କୁ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୩୦।୪: ଟି-୨୦ ବିଶ୍ୱକପ ପାଇଁ ଆଉ ବେଶୀ ଦିନ ବାକି ନାହିଁ। କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ର ଚୟନ କମିଟି ଖୁବ ଶୀଘ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri