ବାରିପଦା ଅଫିସ,୬ା୧୧- ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ପକ୍ଷରୁ ଗତ ୨୯ ଅକ୍ଟୋବରରେ କୁଳିଅଣା ଥାନା ଅଧୀନ ଅସନଯୋଡା ନିକଟସ୍ଥ ଏକ ଢାବାରୁ ୧୮ କିଗ୍ରା ଓଜନର ଏକ ବଜ୍ରକାପ୍ତା ଜବତ କରାଯାଇଥିଲା। ଏହି ବଜ୍ରକାପ୍ତାକୁ ପିଠାବଟା ରେଞ୍ଜ କାର୍ଯ୍ୟାଳୟରେ ସ୍ବତନ୍ତ୍ର ଘରେ ରଖାଯାଇଥିଲା। ମାତ୍ର ମଙ୍ଗଳବାର ସକାଳୁ ଏହା କେଉଁଆଡ଼େ ଗାଏବ ହୋଇଯାଇଛି। ବାରିପଦା ବନଖଣ୍ଡ ଅଧିକାରୀ ସ୍ବୟମ ମଲିକଙ୍କ ସୂଚନା ଅନୁଯାୟୀ, ଜବତ ହେବା ପରେ ବଜ୍ରକାପ୍ତାର ସ୍ବତନ୍ତ୍ର ଦେଖାଶୁଣା କରାଯାଉଥିଲା। ଜବତ ହେବାର ଦୁଇଦିନ ପରେ ଏହା ଏକ ଶାବକକୁ ଜନ୍ମ ଦେଇଥିଲା। ଏହି ଶାବକର ମଧ୍ୟ ଗତ ସୋମବାର ମୃତ୍ୟୁ ହୋଇଯାଇଥିଲା। ବଜ୍ରକାପ୍ତାକୁ ନନ୍ଦନକାନନ ପଠାଇବା ପାଇଁ ବିଭାଗୀୟ ନିର୍ଦ୍ଦେଶ ଥିଲା। ତେବେ ୭ ଦିନ ଏଠାରେ ରଖିବା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଜଣାଇଥିଲେ। ଫଳରେ ସ୍ବତନ୍ତ୍ର ଘର ତିଆରି କରାଯାଇ ଏହାକୁ ରଖାଯାଇଥିଲା। ସୋମବାର ରାତି ପର୍ଯ୍ୟନ୍ତ କର୍ମଚାରୀମାନେ ଏହାକୁ ଦେଖିଛନ୍ତି। ହେଲେ ମଙ୍ଗଳବାର ସକାଳୁ ଏହା କେଉଁଆଡ଼େ ଚାଲିଯାଇଛି। ପୋଲିସର ଡଗ ସ୍କ୍ବାଡ ଆଣି ଏହାକୁ ଖୋଜାଖୋଜି କରାଯାଇଥିଲା। ଏହା ରାତ୍ରିଚର ପ୍ରାଣୀ ହୋଇଥିବାରୁ ଏହାକୁ ପୁନର୍ବାର ରାତିରେ ଖୋଜାଯିବ। ଜବତ ହେବାର ପ୍ରାୟ ୨୦ ଦିନ ପୂର୍ବରୁ ଚାଲାଣକାରୀମାନେ ଏହାକୁ ଆବଦ୍ଧ କରି ରଖିଥିଲେ। ଉଲ୍ଲେଖଯୋଗ୍ୟ ଯେ,ବାଦାମପାହାଡ଼ ଅଞ୍ଚଳରୁ ଏହି ବଜ୍ରକାପ୍ତା ଚାଲାଣ କରାଯାଉଥିଲା। ଦୁଇଟି ଗାଡ଼ିରେ ୧୦ରୁ ଊର୍ଦ୍ଧ୍ୱ ଚାଲାଣକାରୀ ବାରିପଦା ହୋଇ କଲିକତା ଯିବା ଯୋଜନା କରିଥିଲେ। ସେଠାରେ ଏହି ବଜ୍ରକାପ୍ତାକୁ ବିକ୍ରି କରିବାର ଯୋଜନା ହୋଇଥିଲା। ତେବେ ଅସନଯୋଡା ଢାବାଠାରେ ଚାଲାଣକାରୀମାନେ ଖାଉଥିବାବେଳେ ବନ ବିଭାଗର ଏକ ଟିମ ଚଢ଼ାଉ କରିଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରିଥିବାବେଳେ ବଜ୍ରକାପ୍ତା ସହିତ ୨ ଟି ଚାରିଚକିଆ ଯାନ ଜବତ କରିଥିଲା।
Posted inଆମ ଜିଲା ଖବର, ମୟୂରଭଞ୍ଜ View All
ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି
ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...
୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର
ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...
ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ
କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...
ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...
ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର
ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...
କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…
ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...
ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା…
ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...
ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍ ଜରିଆରେ ଜାଣିହେବ ଗତିବିଧି
ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...
Archives


